ଭୁବନେଶ୍ବରରେ ପହଞ୍ଚିଲା ସ୍ବର୍ଣ୍ଣିମ ବିଜୟ ମଶାଲ: ଜୟ ଯବାନ ଧ୍ବନିରେ ପ୍ରକମ୍ପିତ ହେଲା ଗଗନପବନ

Advertisment

୧୨୦ ବାଟାଲିୟନ୍‌ ସୂର୍ଯ୍ୟଦ୍ବାରଠାରେ ସ୍ବାଗତ ଜଣାଇଲେ ସେନା ବାହିନୀ ଓ ଛାତ୍ରଛାତ୍ରୀ

୧୨୦ ବାଟାଲିୟନ୍‌ ସୂର୍ଯ୍ୟଦ୍ବାରଠାରେ ସ୍ବାଗତ ଜଣାଇଲେ ସେନା ବାହିନୀ ଓ ଛାତ୍ରଛାତ୍ରୀ

ଭୁବନେଶ୍ବରରେ ପହଞ୍ଚିଲା ସ୍ବର୍ଣ୍ଣିମ ବିଜୟ ମଶାଲ: ଜୟ ଯବାନ ଧ୍ବନିରେ ପ୍ରକମ୍ପିତ ହେଲା ଗଗନପବନ

ଭୁବନେଶ୍ବର : ୧୯୭୧ ମସିହାରେ ପାକିସ୍ତାନ ଉପରେ ଭାରତର ବିଜୟକୁ ୫୦ବର୍ଷ ପୂର୍ତ୍ତି ଉପଲକ୍ଷେ ଦିଲ୍ଲୀରୁ ବାହାରିଥିବା ଅମର ଯବାନ ଜ୍ୟୋତିର ସ୍ବର୍ଣ୍ଣିମ ବିଜୟ ମଶାଲ ଆଜି ଭୁବନେଶ୍ବରରେ ପହଞ୍ଚିଛି। ଏହି ବିଜୟ ମଶାଲ ଆଜି ସକାଳେ ଆଇଏନ୍‌ଏସ୍‌ ଚିଲିକାରୁ ବାହାରି ଖୋର୍ଦ୍ଧା ଦେଇ ୧୨୦ ବାଟାଲିୟନ୍‌ ଷ୍ଟେସନ୍‌ ହେଡ୍‌କ୍ବାର୍ଟର୍ସରେ ଅପରାହ୍‌ଣରେ ପହଞ୍ଚିଥିଲା। ଆର୍ମି ଏୟାର୍‌ ଡିଫେନ୍ସ କଲେଜ, ଗୋପାଳପୁରର ପାଇପ୍‌ ବ୍ୟାଣ୍ଡ ଟ୍ରୁପ୍‌ ଧୁନ୍‌ର ତାଳେତା‌ଳେ ଏବଂ ବିଭିନ୍ନ କଲେଜର ଜାତୀୟ ସେବା ସଂସ୍ଥା (ଏନ୍‌ଏସ୍‌ଏସ୍‌) ଛାତ୍ରଛାତ୍ରୀମାନଙ୍କ ସ୍ଲୋଗାନ୍‌ ମଧ୍ୟରେ ବିଜୟ ମଶାଲକୁ ଶୋଭାଯାତ୍ରାରେ ଅଣାଯାଇଥିଲା। ଶୋଭାଯାତ୍ରାରେ ‘ଦେଶର ମହାନ-ବୀର ଯବାନ’, ‘ଦେଶର ସମ୍ମାନ–ବୀର ଯବାନ’, ‘ଜୟ ଯବାନ–ଜୟ କିଷାନ’, ‘ସୈନିକ ତୁମେ ମାତୃଭୂମିର ରକ୍ଷକ’ ଆଦି ସ୍ଲୋଗାନ୍‌ରେ ଗଗନପବନ ପ୍ରକମ୍ପିତ ହୋଇ ଉଠିଥିଲା।

publive-image

ବ୍ରିଗେଡିୟର ପ୍ରଶାନ୍ତ ଚୌହାନ ଏଠାରେ ସ୍ବର୍ଣ୍ଣିମ ବିଜୟ ମଶାଲକୁ ଗ୍ରହଣ କରିଥିଲେ। ଅନ୍ୟ ବରିଷ୍ଠ ସେନା ପଦାଧିକାରୀ ଓ ଏନ୍‌ସିସି କ୍ୟାଡେଟ୍‌ମାନଙ୍କ ଉପସ୍ଥିତିରେ ସଂପୂର୍ଣ୍ଣ ସେନା ମର୍ଯ୍ୟାଦାର ସହ ପବିତ୍ର ବିଜୟ ମଶାଲକୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ମଧ୍ୟରେ ୧୨୦ ବାଟାଲିୟନ ସୂର୍ଯ୍ୟଦ୍ବାରସ୍ଥିତ ଅମର ଯବାନ ସହିଦ ସ୍ତମ୍ଭ ନିକଟରେ ଅବସ୍ଥାପିତ କରାଯାଇଥିଲା। ଆସନ୍ତାକାଲିଠାରୁ ଏହି ବିଜୟ ମଶାଲ ୧୯୭୧ ଯୁଦ୍ଧରେ ସହିଦ ହୋଇଥିବା ବୀର ଯବାନଙ୍କ ଘରକୁ ଗସ୍ତ କରିବ। ୩୦ ତାରିଖ ଅପରାହ୍‌ଣରେ ରାଜଭବନରେ ବିଜୟ ମଶାଲକୁ ସମ୍ମାନ କରାଯିବା ସହିତ ସମ୍ବର୍ଦ୍ଧନା ଦିଆଯିବ।

କାର୍ଯ୍ୟକ୍ରମରେ ଆଜି ଉତ୍କଳ ବିଶ୍ବବିଦ୍ୟାଳୟର ଏନଏସ୍‌ଏସ୍‌ ବ୍ୟୁରୋ ତତ୍ତ୍ବାବଧାନରେ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟ, ଏକାମ୍ର କଲେଜ, ବିଜୁ ପଟ୍ଟନାୟକ କଲେଜ, କମଳା ନେହରୁ ମହିଳା ମହାବିଦ୍ୟାଳୟ, ସିଟି ମହିଳା ମହାବିଦ୍ୟାଳୟ, ମହର୍ଷି ମହିଳା ମହାବିଦ୍ୟାଳୟ, ଆର୍.ଏମ୍.ଦେବ ଡିଗ୍ରି କଲେଜ, ପଟିଆ ଆଦି କଲେଜର ଛାତ୍ରଛାତ୍ରୀମାନେ ଏହି ସ୍ବର୍ଣ୍ଣିମ ବିଜୟ ମଶାଲ ସ୍ବାଗତ ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe