ସରିଲା ଗୋଲ୍‌ଡେନ୍‌ ଟ୍ରାଙ୍ଗେଲ୍‌ ଚଳଚ୍ଚିତ୍ର ଉତ୍ସବ

Advertisment
ସରିଲା ଗୋଲ୍‌ଡେନ୍‌ ଟ୍ରାଙ୍ଗେଲ୍‌ ଚଳଚ୍ଚିତ୍ର ଉତ୍ସବ

ଭୁବନେଶ୍ୱର : ଶେଷ ହୋଇଛି ଗୋଲ୍‌ଡେନ୍‌ ଟ୍ରାଙ୍ଗେଲ୍‌ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବ। ଗୋଲ୍‌ଡେନ୍‌ ଟ୍ରାଙ୍ଗେଲ୍‌ ଚାରିଟେବଲ୍‌ ଟ୍ରଷ୍ଟ୍‍ ପକ୍ଷରୁ ଜୟଦେବ ଭବନରେ ଅନୁଷ୍ଠିତ ଚଳଚ୍ଚିତ୍ର ପ୍ରଦର୍ଶନୀରେ ଦେଶ ବିଦେଶରୁ ୫୬ଟି ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା। ଆଜି ଉଦ୍‌ଯାପନୀ ସନ୍ଧ୍ୟାରେ ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦେଶକ ରାଜୁ ମିଶ୍ର, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଏବଂ ଆୟକର କମିସନର ଶରତ ଦାଶ ଅତିଥି ଭାବେ ଯୋଗଦେଇ ୮ଟି ବିଭାଗରେ ୮ଟି ବର୍ଗରେ ବିଭିନ୍ନ ଚଳଚ୍ଚିତ୍ରକୁ ପୁରସ୍କୃତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଟ୍ରଷ୍ଟ୍‍ର ସଭାପତି ପ୍ରିୟରଂଜନ ସାହୁ ଏବଂ ସମ୍ପାଦିକା ଅନୁ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe