ଚରିତ୍ରବାନ୍‌ ବ୍ୟକ୍ତି ସବୁବେଳେ ସଫଳ

Advertisment

ଖଣ୍ଡଗିରିରେ ବର୍ଦ୍ଧମାନ ମହୋତ୍ସବର ଦ୍ୱିତୀୟ ଚରଣ

ଖଣ୍ଡଗିରିରେ ବର୍ଦ୍ଧମାନ ମହୋତ୍ସବର ଦ୍ୱିତୀୟ ଚରଣ

ଚରିତ୍ରବାନ୍‌ ବ୍ୟକ୍ତି ସବୁବେଳେ ସଫଳ

????????????????????????????????????

ଖଣ୍ଡଗିରି: ଚରିତ୍ର ମଣିଷର ବଡ଼ ସୌନ୍ଦର୍ଯ୍ୟ ଓ ବଡ଼ ଆଭୂଷଣ। ଚରିତ୍ର ହିଁ ଅମୂଲ୍ୟ ସମ୍ପଦ। ତେଣୁ ଚରିତ୍ରବାନ୍‌ ବ୍ୟକ୍ତି ସବୁବେଳେ ସଫଳ। ଉତ୍ତମ ଚରିତ୍ର ସବୁବେଳେ ମଣିଷକୁ ନିଜର ଲକ୍ଷ୍ୟସ୍ଥଳରେ ବିନା ବାଧାରେ ପହଞ୍ଚାଇବାରେ ସହାୟକ ହୋଇଥାଏ। ମଙ୍ଗଳବାର ଖଣ୍ଡଗିରିରେ ବର୍ଦ୍ଧମାନ ମହୋତ୍ସବର ଦ୍ୱିତୀୟ ଚରଣ ଅନୁଷ୍ଠିତ ଅବସରରେ ଗୁରୁଜୀ ଆଚାର୍ଯ୍ୟ ମହାଶ୍ରମଣ ଏହା କହିଛନ୍ତି। ଜ୍ଞାନ ଓ ବୁଦ୍ଧି ସହିତ ଚରିତ୍ର ହିଁ ମଣିଷକୁ ଭଲ ମଣିଷ କରି ଗଢ଼ି ତୋଳେ ବୋଲି ସେ ପ୍ରବଚନରେ ଉପସ୍ଥିତ ଶ୍ରଦ୍ଧାଳୁମାନଙ୍କୁ କହିଥିଲେ।
ଏହି ଅବସରରେ କଟକ ରୋଡ୍‌ ତେରାପନ୍ଥଭବନରୁ ଏକ ଅହିଂସା ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ଶହଶହ ଶ୍ରଦ୍ଧାଳୁ ଗୁରୁଜୀ ମହାଶ୍ରମଣଙ୍କ ସହ ପଦଯାତ୍ରାରେ ସାମିଲ୍‌ ହୋଇଥିଲେ। ଖଣ୍ଡଗିରି ପାହାଡ଼ ପର୍ଯ୍ୟନ୍ତ ଏହି ପଦଯାତ୍ରା ଚାଲିଥିଲା। ରାସ୍ତାରେ ହଜାର ହଜାର ଶ୍ରଦ୍ଧାଳୁ ତଥା ଜନତା ସେମାନଙ୍କୁ ସମ୍ବର୍ଧନା ଜଣାଇଥିଲେ। ଜାଗମରାଠାରେ କଂଗ୍ରେସ ରାଜ୍ୟ ସଭାପତି ପ୍ରସାଦ ହରିଚନ୍ଦନ ଗୁରୁଜୀଙ୍କୁ ସ୍ୱାଗତ କରିବା ସହ ଖଣ୍ଡଗିରି ପାହାଡ଼ ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ। ସେଠାରେ ଜୈନ ଦିଗମ୍ବର ଗୌସଲସାଗର ପ୍ରବଚନ ଦେବା ଛଳରେ ବର୍ନ୍ଧମାନ ମହୋତ୍ସବର ବିବରଣୀ ଓ ଉଦ୍ଦେଶ୍ୟ ଶୁଣାଇଥିଲେ। ଜୈନ ଧର୍ମ ପ୍ରଚାର ଓ ପ୍ରସାର କ୍ଷେତ୍ରରେ ଖଣ୍ଡଗିରି ଓ ଉଦୟଗିରିର ଐତିହାସିକ ଭୂମିକା ଉପରେ ଆଲୋକପାତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe