ଶୁଭ ଶୁକ୍ରବାର: ଭର୍ଚୁଆଲ୍‌ ମାଧ୍ୟମରେ ବାଇବେଲ୍‌ ଶିକ୍ଷା ଦେଲେ ଫାଦର୍‌

ଶୁଭ ଶୁକ୍ରବାର: ଭର୍ଚୁଆଲ୍‌ ମାଧ୍ୟମରେ ବାଇବେଲ୍‌ ଶିକ୍ଷା ଦେଲେ ଫାଦର୍‌

ଭୁବନେଶ୍ବର: ‘ଝୁଲିଲ ମୋ ପାଇଁ କ୍ରୁଶରେ ଆହେ ମୋ ଯୀଶୁ ସୁନ୍ଦର। ଝରିଗଲା ଝରଝର କେତେ ତପତ ରୁଧିର।’ ଏହି ଉକ୍ତିଟି ଆଜି ଶୁଭ ଶୁକ୍ରବାର(ଗୁଡ୍‌ ଫ୍ରାଇଡେ) ଅବସରରେ ବିଭିନ୍ନ ଚର୍ଚ୍ଚରେ ଶ୍ରଦ୍ଧାଳୁମାନେ ଗାନ କରିଥିଲେ। ପାପର ବିନାଶ ପାଇଁ ପ୍ରଭୁ ଯୀଶୁ ଦେଇଥିବା ବଳିଦାନକୁ ଆଜି ଖ୍ରୀଷ୍ଟ ସମ୍ପ୍ରଦାୟ ପକ୍ଷରୁ ସ୍ମରଣ କରାଯାଇଥିଲା। ତେବେ କରୋନା କଟକଣା ଯୋଗୁଁ ଚଳିତ ବର୍ଷ ଭକ୍ତଙ୍କ ସମାଗମ ବନ୍ଦ ରହିଥିବା ବେଳେ ମାତ୍ର ୫୦ ଜଣଙ୍କୁ ଚର୍ଚ୍ଚ ପ୍ରବେଶର ଅନୁମତି ଥିଲା। ଏଭଳି ସ୍ଥିତିରେ ଆଜି ବିଭିନ୍ନ ଚର୍ଚ୍ଚ ପକ୍ଷରୁ ଭର୍ଚୁଆଲ୍‌ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏମିତିକି ବହୁ ଚର୍ଚ୍ଚରେ ଫାଦର୍‌ ଭର୍ଚୁଆଲ୍‌ ଜରିଆରେ ବାଇବେଲ୍‌ ଶିକ୍ଷା ଦେଇଥିଲେ।

କିମ୍ବଦନ୍ତୀ ଅନୁସାରେ ସଂସାରରେ ପାପର ଭାର ବଢ଼ି ଚାଲିଥିବା ବେଳେ ପାପର ବିନାଶ ପାଇଁ ପ୍ରଭୁ ଯୀଶୁ ଜନ୍ମ ନେଲେ ଓ ଶେଷରେ ଆତ୍ମବଳିଦାନ ବି ଦେଲେ। ଜଗତରେ ଶାନ୍ତି, ନ୍ୟାୟ ଓ ଧର୍ମ ପ୍ରତିଷ୍ଠା ପାଇଁ ନିଜେ କ୍ରୁଶବିଦ୍ଧ ହେଲେ। ଆଜି ଶୁଭ ଶୁକ୍ରବାର ଅବସରରେ ୟୁନିଟ୍‌-୪ସ୍ଥିତ ୟୁନିୟନ୍‌ ଚର୍ଚ୍ଚର ପାଳକ ରେଭ୍‌ ଆୟୁବ ଛିଞ୍ଚାଣୀ ପ୍ରଭୁ ଯୀଶୁଙ୍କର ଏହି କ୍ରୁଶବିଦ୍ଧର ରହସ୍ୟକୁ ଭକ୍ତମାନଙ୍କ ଆଗରେ ବଖାଣିଥିଲେ। ପୂର୍ବାହ୍ନ ୧୦ଟାରେ ପାଳକ ଛିଞ୍ଚାଣୀ ଇଂରାଜୀରେ ଭର୍ଚୁଆଲ୍‌ ମାଧ୍ୟମରେ ବାଇବେଲ୍‌ ଶିକ୍ଷା ଦେଇଥିଲେ। ସେହିପରି ଅପରାହ୍ଣ ୪ଟାରେ ରେଭ୍‌ ସଂଗ୍ରାମ କେଶରୀ ସିଂହ ଇଂରାଜୀରେ ବାଇବେଲ୍‌ ଶିକ୍ଷା ଦେଇଥିଲେ। ସେହିପରି ସତ୍ୟନଗର କ୍ୟାଥଲିକ୍‌ ଚର୍ଚ୍ଚରେ ମଧ୍ୟ ଅନୁରୂପ କାର୍ଯ୍ୟକ୍ରମ ଦେଖିବାକୁ ମିଳିଥିଲା। ଅପରାହ୍ନରୁ ଆରମ୍ଭ ହୋଇଯାଇଥିଲା ଇଂରାଜୀ, ହିନ୍ଦୀ ଓ ଓଡ଼ିଆରେ ପ୍ରାର୍ଥନା ଓ ଈଶ୍ୱରଙ୍କ ଆରଧନା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe