ମଝି ରାସ୍ତାରୁ ଆହତ ନେଉଳକୁ ଉଦ୍ଧାର କଲେ

Advertisment

ମାନବିକତା ଦେଖାଇଲେ ଅଟୋ ଚାଳକ

ମାନବିକତା ଦେଖାଇଲେ ଅଟୋ ଚାଳକ

ମଝି ରାସ୍ତାରୁ ଆହତ ନେଉଳକୁ ଉଦ୍ଧାର କଲେ

ଭୁବନେଶ୍ୱର: ଜଣେ ଅଟୋ ଚାଳକଙ୍କ ମାନବିକତା ଆଜି ଅନେକ ଲୋକଙ୍କ ଆଖି ଖୋଲି ଦେଇଛି। ଦିନ ପ୍ରାୟ ୨ଟାରେ ରସୁଲଗଡ଼ ଓଭରବ୍ରିଜ୍‌ ନିକଟରେ ଜଣେ ଅଟୋ ଚାଳକ ହଠାତ୍‌ ନିଜ ଅଟୋକୁ ମଝି ରାସ୍ତାରେ ରଖି ଓହ୍ଲାଇ ଯାଇଥିଲେ। କେହି କିଛି ବୁଝିବା ଆଗରୁ ହାତ ଦେଖାଇ ବାଣୀବିହାରରୁ ରସୁଲଗଡ଼ ଆଡ଼କୁ ଆସୁଥିବା ସମସ୍ତ ଗାଡ଼ିକୁ ଅଟକାଇ ଦେଇଥିଲେ। ଆଖି ପିଛୁଳାକେ ରାସ୍ତା ଉପରୁ କିଛି ଗୋଟେ ଉଠାଇ ନିଜ ଅଟୋ ଭିତରକୁ ନେଇ ଯାଇଥିଲେ। କେହି କିଛି ବୁଝିପାରୁନଥିଲେ ମଧ୍ୟ ପରେ ଘଟଣା ସଂପର୍କରେ ଜାଣି ସେଠାରେ ସମସ୍ତ ବ୍ୟକ୍ତି ତାଙ୍କୁ ବାଃ ବାଃ କହିଥିଲେ। ପ୍ରକୃତରେ ଘଟଣାଟି ଥିଲା ଏମିତି; ଗୋଟିଏ ଗାଡ଼ି ମାଡ଼ରେ ରାସ୍ତା ପାର୍‌ କରୁଥିବା ନେଉଳଟିଏ ଆହତ ହୋଇଯାଇଥିଲା। ଅଟୋ ଚାଳକଜଣଙ୍କ ନିଜର ମାନବିକତାର ପରିଚୟ ଦେଇ ନେଉଳଟିକୁ ଉଦ୍ଧାର କରିବା ସହ ପାଣି ଛିଞ୍ଚି ବଞ୍ଚାଇ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe