ଜାତି ପାଇଁ ତାଙ୍କ ଜୀବନ ଉତ୍ସର୍ଗୀକୃତ ଥିଲା

Advertisment

ରାଜ୍ୟସ୍ତରୀୟ ଉତ୍କଳମଣି ଗୋପବନ୍ଧୁ ଜୟନ୍ତୀ

ରାଜ୍ୟସ୍ତରୀୟ ଉତ୍କଳମଣି ଗୋପବନ୍ଧୁ ଜୟନ୍ତୀ

ଜାତି ପାଇଁ ତାଙ୍କ ଜୀବନ ଉତ୍ସର୍ଗୀକୃତ ଥିଲା

ଭୁବନେଶ୍ୱର : ଜାତି ପାଇଁ ଉତ୍କଳମଣି ଗୋପବନ୍ଧୁଙ୍କ ସମଗ୍ର ଜୀବନ ଉତ୍ସର୍ଗୀକୃତ ଥିଲା। ସମାଜ ସଂସ୍କାରକ ଓ ସାରସ୍ୱତ ସାଧକ ଭାବେ ସେ ଜନ ସମୁଦାୟକୁ ଉଚିତ୍‌ ମାର୍ଗ ଦର୍ଶନ କରିଦେଇ ଯାଇଛନ୍ତି। ଉତ୍କଳମଣିଙ୍କ ଆଦର୍ଶକୁ ଆପଣେଇ ପାରିଲେ ତାହା ହିଁ ହେବ ଗୋପବନ୍ଧୁଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି। ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଜୟଦେବ ଭବନରେ ଅନୁଷ୍ଠିତ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ରାଜ୍ୟସ୍ତରୀୟ ଜୟନ୍ତୀରେ ଏଭଳି ମତ ବ୍ୟକ୍ତ କରିଛନ୍ତି ଅତିଥିବୃନ୍ଦ।

ସଭାରେ ଗ୍ରାମ୍ୟ ଉନ୍ନୟନ, ସଂସଦୀୟ ବ୍ୟାପାର ଏବଂ ସୂଚନା ଓ ଲୋକ ସମ୍ପର୍କ ବିଭାଗର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ୍‌ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଧାୟକ ଉମାକାନ୍ତ ସାମନ୍ତରାୟ ସମ୍ମାନିତ ଅତିଥି ଏବଂ ପ୍ରଫେସର ଲକ୍ଷ୍ମୀକାନ୍ତ ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ନାରୀ ଶିକ୍ଷା ଓ ଶିକ୍ଷାର ପ୍ରଗତି ପାଇଁ ଗୋପବନ୍ଧୁଙ୍କ ଅବଦାନ ସମ୍ବନ୍ଧରେ ଆଲୋକପାତ କରିଥିଲେ। ସୂଚନା ଓ ଲୋକ ସମ୍ପର୍କ ବିଭାଗର ଶାସନ ସଚିବ ସୁରେନ୍ଦ୍ର କୁମାର କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ରାଜ୍ୟସ୍ତରୀୟ ବକ୍ତତା ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ଭଜନ ଓ ଦେଶାତ୍ମବୋଧକ ସଂଗୀତ କାର୍ଯ୍ୟକ୍ରମ ‘ମିଶୁ ମୋର ଦେହ...’ ପରିବେଷଣ କରାଯାଇଥିଲା। ଆଶା ମୁକୁଲ ବାରିକ, ବି ବୁଦ୍ଧପ୍ରସାଦ ରାଓ, ମୋତିଲାଲ ଡୋରା, ନିହାରିକା ମେହେର, କେଶବ ମହାରଣା, ଏସ୍‌ ଚିତ୍ରା ଓ ରଂଜିତା ବେହେରା ପ୍ରମୁଖ ସଂଗୀତ ପରିବେଷଣ କରିଥିଲେ। ସକାଳେ ଗୋପବନ୍ଧୁ ଛକଠାରେ ଉତ୍କଳମଣିଙ୍କ ପ୍ରତିମୂର୍ତିରେ ଅତିଥିଙ୍କ ଦ୍ୱାରା ମାଲ୍ୟାର୍ପଣ କରାଯାଇଥିଲା। ବିଭାଗର ନିର୍ଦେଶକ ଲକ୍ଷ୍ମୀଧର ମହାନ୍ତି, ଯୁଗ୍ମ ନିର୍ଦେଶକ ନିରଂଜନ ସେଠୀ, ଯୁଗ୍ମ ସଚିବ ମନୋଜ କୁମାର ମହାନ୍ତି, ଉପନିର୍ଦେଶକ ବିପିନ ବିହାରୀ ବାରିକ, ବିବେକାନନ୍ଦ ବିଶ୍ୱାଳ, ସୂଚନା ଅଧିକାରୀ ରବୀନ୍ଦ୍ର କୁମାର ନାୟକ ପ୍ରମୁଖ ସଭା ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe