ବରିଷ୍ଠ ସାମ୍ବାଦିକ ଗୋପାଳକୃଷ୍ଣ ମିଶ୍ରଙ୍କ ପରଲୋକ

Advertisment
ବରିଷ୍ଠ ସାମ୍ବାଦିକ ଗୋପାଳକୃଷ୍ଣ ମିଶ୍ରଙ୍କ ପରଲୋକ

ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର ଗୋପାଳକୃଷ୍ଣ ମିଶ୍ରଙ୍କର ଗତକାଲି ସନ୍ଧ୍ୟା ୫ଟାରେ ଖାରବେଳନଗରସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା। ହୃଦରୋଗରେ ପୀଡ଼ିତ ହୋଇ ସେ ଦୀର୍ଘଦିନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଶୁକ୍ରବାର ତାଙ୍କୁ ଘରକୁ ଫେରାଇ ଅଣାଯାଇଥିଲା। ସେ ‘ସମ୍ବାଦ’, ‘ଧରିତ୍ରୀ’, ‘ସମୟ’ ଓ ‘ପ୍ରଜାତନ୍ତ୍ର’ରେ ନିଜର ଲେଖନୀ ଚାଳନା କରି ଲୋକପ୍ରିୟ ହୋଇଥିଲେ। ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ସହଧର୍ମିଣୀ ତଥା ରମାଦେବୀ କଲେଜର ପୂର୍ବତନ ଅଧ୍ୟକ୍ଷା ମନୋରମା ରଥଙ୍କ ସମେତ ଝିଅ ଓ ପୁଅ ଉପସ୍ଥିତ ଥିଲେ। ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ପୁତ୍ର ଅଭିଜିତ ମିଶ୍ର ମୁଖାଗ୍ନି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe