ସରକାରୀ ସଂସ୍ଥା କିଣିବେ ‘ମୋ ଖତ’

Advertisment

‘ମୋ ଖତ’ ଯୋଜନାକୁ ପ୍ରଶଂସା କଲେ ସହରାଞ୍ଚଳ ବ୍ୟାପାର ସଚିବ

‘ମୋ ଖତ’ ଯୋଜନାକୁ ପ୍ରଶଂସା କଲେ ସହରାଞ୍ଚଳ ବ୍ୟାପାର ସଚିବ

ସରକାରୀ ସଂସ୍ଥା କିଣିବେ ‘ମୋ ଖତ’

Soil Science Society of America

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସହରାଞ୍ଚଳରେ କମ୍ପୋଷ୍ଟ ପ୍ଲାଣ୍ଟ ନିର୍ମାଣ ହୋଇଥିବାବେଳେ ଏଠାରେ ଆବର୍ଜନାରୁ ଖତ ପ୍ରସ୍ତୁତ ହେଉଛି। ଏଠାରେ ଖତ କେଜି ପିଛା ୨୦ଟଙ୍କାରେ ବିକ୍ରି ହେଉଛି। ତେଣୁ ଏହି ଖତକୁ ଜଙ୍ଗଲ ଓ ପରିବେଶ ବିଭାଗ, କୃଷି ଓ କୃଷକ ସଶକ୍ତୀକରଣ ବିଭାଗ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜାତି ଉନ୍ନୟନ ବିଭାଗ, ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗ କିଣନ୍ତୁ। ଏଥିପାଇଁ ବିଭାଗୀୟ ମୁଖ୍ୟ ଅଧିକାରୀମାନେ ସେମାନଙ୍କ ସମସ୍ତ କାର୍ଯ୍ୟାଳୟକୁ ଚିଠି କରିବାକୁ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି. ମାଥିଭାଥନନ୍ ଉପରୋକ୍ତ ସମସ୍ତ ବିଭାଗକୁ ଚିଠି ଲେଖିଛନ୍ତି।

ନଗର ଉନ୍ନୟନ ବିଭାଗର ଏହି ଯୋଜନାକୁ କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟର ସଚିବ ଦୁର୍ଗା ଶଙ୍କର ମିଶ୍ର ପ୍ରଶଂସା କରିଛନ୍ତି। ଶ୍ରୀ ମିଶ୍ର ନଗର ଉନ୍ନୟନ ବିଭାଗର ଚିଠିକୁ ଟୁଇଟ୍ କରି କହିଛନ୍ତି ଯେ, ଓଡ଼ିଶା ସରକାର ଆବର୍ଜନାରୁ ବାହାରୁଥିବା ଖତକୁ କିଣିବାକୁ ବିଭିନ୍ନ ବିଭାଗକୁ କହିବା ଅତ୍ୟନ୍ତ ଭଲ ପଦକ୍ଷେପ। ଏହାଦ୍ବାରା କଠିନ ବର୍ଜ୍ୟ ପରିଚାଳନା ପାଇଁ ଆର୍ଥିକ ବ୍ୟବସ୍ଥା ସଶକ୍ତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe