ଥଇଥାନ ନ କରି ଉଚ୍ଛେଦ କରୁଥିବା ଅଭିଯୋଗ: ତାତିଲେ ‌ଲୋକେ

ସରକାର ଥଇଥାନ ନ କରି ଆମ ଘର ଭାଙ୍ଗୁଛନ୍ତି। ପ୍ରବାସୀ ଭାରତୀୟ ଦିବସ ପାଳନ ପୂର୍ବରୁ କାହିଁକି ଏପରି କରାଯାଉଛି। ପ୍ରବାସୀଙ୍କ ପାଇଁ ଆମକୁ ସରକାର ବେଘର କରୁଛନ୍ତି। ସେମାନଙ୍କ ଦୃଷ୍ଟି ଯେପରି ଆମ ବସ୍ତି ଉପ‌ରେ ନପଡ଼ିବ ସେଥିପାଇଁ ସରକାର ଏଭଳି କରୁଥିବା ବସ୍ତି ବାସିନ୍ଦା ଅଭିଯୋଗ କରିଛନ୍ତି...

government is evicting without settlement

government is evicting without settlement

ଭୁବନେଶ୍ବର: ସରକାର ଥଇଥାନ ନ କରି ଆମ ଘର ଭାଙ୍ଗୁଛନ୍ତି। ପ୍ରବାସୀ ଭାରତୀୟ ଦିବସ ପାଳନ ପୂର୍ବରୁ କାହିଁକି ଏପରି କରାଯାଉଛି। ପ୍ରବାସୀଙ୍କ ପାଇଁ ଆମକୁ ସରକାର ବେଘର କରୁଛନ୍ତି। ସେମାନଙ୍କ ଦୃଷ୍ଟି ଯେପରି ଆମ ବସ୍ତି ଉପ‌ରେ ନପଡ଼ିବ ସେଥିପାଇଁ ସରକାର ଏଭଳି କରୁଥିବା ବସ୍ତି ବାସିନ୍ଦା ଅଭିଯୋଗ କରିଛନ୍ତି।

ବିଏମସି ଟିମ୍ ପକ୍ଷରୁ ବାଣୀ ବିହାର ଛକ ନିକଟ ରାସ୍ତା କଡ଼ରେ ଥିବା ଘର ଭାଙ୍ଗିଦେଇଛନ୍ତି। ‌ଏନେଇ ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ସମୟ ଦିଆଯାଇଥିଲେ ମଧ୍ୟ ବିଏମସି ଟିମ୍ ଗୋର୍ ୫ଟାରୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରିଥିବା ବସ୍ତି ବାସିନ୍ଦା ଅଭିଯୋଗ କରିଛନ୍ତି।

ରାସ୍ତା ପାର୍ଶ୍ବରୁ  ଜବରଦଖଲ ଉଚ୍ଛେଦ ବେଳେ ଏଭଳି ଅସନ୍ତୋଷ ଦେଖିବାକୁ ମିଳିଛି। ପ୍ରଥମେ ଥଇଥାନ ନ କରି କାହିଁକି ଉଚ୍ଛେଦ ପାଇଁ ବାଧ୍ୟ କରାଗଲା ବୋଲି  ବସ୍ତି ବାସିନ୍ଦା ଅଭିଯୋଗ କରିଛନ୍ତି।

ଅଧିକ ପଢ଼ନ୍ତୁ: ଜବରଦଖଲ ଉଚ୍ଛେଦ: ସମ୍ବଲପୁର ମୋତିଝରଣ ଛକରେ ୧୬୩ ଧାରା ଜାରି

ପିଲାଛୁଆଙ୍କୁ ନେଇକି ଶୀତରେ କୁଆଡେ ଯିବୁ ବୋଲି ସେମାନେ କହିଛନ୍ତି।

ପ୍ରବାସୀ ଭାରତୀୟ ଦିବସ ପଇଁ ସହରକୁ ସୁନ୍ଦର କରାଯାଉଛି। ସେଥିପାଇଁ ବସ୍ତି ବାସିନ୍ଦାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ସେମାନେ ଅଭିଯୋଗ କରିଛନ୍ତି।

ଅଧିକ ପଢ଼ନ୍ତୁ: ମୋଦୀ ଅଜମେର ସରିଫରେ ଚାଦର ଚଢ଼ାଇବା ଉଚିତ୍ ନୁହେଁ: ହିନ୍ଦୁ ସେନା ପକ୍ଷରୁ ଅନୁରୋଧ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe