ସରକାରୀ କ୍ବାର୍ଟର୍ସ ଜବରଦଖଲମୁକ୍ତ: ବେଆଇନ ପାଣି, ବିଦ୍ୟୁତ୍‌ କଟାହେଲା, ସେବାସଦନ ନାଁରେ ମାଡ଼ି ବସିଥିଲେ ୪ କ୍ବାର୍ଟର୍ସ

Advertisment

ଆଜି ସରକାରୀ କ୍ବାର୍ଟର୍ସରୁ ଜବରଦଖଲକାରୀଙ୍କୁ ଉଚ୍ଛେଦ ଆରମ୍ଭ ହୋଇଛି। ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ସାଧାରଣ ପ୍ରଶାସନ (ଜିଏ) ତାଲିକା କରିଥିବା ୯୯ଟି ଜବରଦଖଲ କ୍ବାର୍ଟର୍ସରୁ ଆଜି ମାତ୍ର ୧୧ଟି ଉଚ୍ଛେଦ ହୋଇଛି।

ଆଜି ସରକାରୀ କ୍ବାର୍ଟର୍ସରୁ ଜବରଦଖଲକାରୀଙ୍କୁ ଉଚ୍ଛେଦ ଆରମ୍ଭ ହୋଇଛି। ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ସାଧାରଣ ପ୍ରଶାସନ (ଜିଏ) ତାଲିକା କରିଥିବା ୯୯ଟି ଜବରଦଖଲ କ୍ବାର୍ଟର୍ସରୁ ଆଜି ମାତ୍ର ୧୧ଟି ଉଚ୍ଛେଦ ହୋଇଛି।

dffdvcvccv

ଭୁବନେଶ୍ବର: ଆଜି ସରକାରୀ କ୍ବାର୍ଟର୍ସରୁ ଜବରଦଖଲକାରୀଙ୍କୁ ଉଚ୍ଛେଦ ଆରମ୍ଭ ହୋଇଛି। ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ସାଧାରଣ ପ୍ରଶାସନ (ଜିଏ) ତାଲିକା କରିଥିବା ୯୯ଟି ଜବରଦଖଲ କ୍ବାର୍ଟର୍ସରୁ ଆଜି ମାତ୍ର ୧୧ଟି ଉଚ୍ଛେଦ ହୋଇଛି। ୭ଟି କ୍ବାର୍ଟର୍ସକୁ ସିଲ୍‌ କରି ଦିଆଯାଇଛି। ସରକାରୀ କ୍ବାର୍ଟର୍ସ ଜବରଦଖଲ ନେଇ ସୋମବାର ‘ଜବରଦଖଲରେ ସରକାରୀ କ୍ବାର୍ଟର୍ସ- ତାଲା ଭାଙ୍ଗି ମାଡ଼ି ବସୁଛନ୍ତି’ ଶୀର୍ଷକ ଖବର ‘ସମ୍ବାଦ’ରେ ପ୍ରକାଶ ପାଇଥିଲା। ଆଜି ଜିଏ ଓ ପୂର୍ତ୍ତ ବିଭାଗ ସମେତ ବିଏମ୍‌ସି ଓ ବିଡିଏର ପ୍ରାୟ ୫୦ ଜଣିଆ ଏନ୍‌ଫୋର୍ସମେଣ୍ଟ ଟିମ୍‌ ସକାଳୁ ଉଚ୍ଛେଦ ଆରମ୍ଭ କରିଥିଲା। ୩୩/୪, ୨୨/୪, ୨୩/୪ ଓ ୨୨/୩ ଏହି ଚାରିଟି କ୍ବାର୍ଟର୍ସକୁ ସିଲ୍‌ କରାଯାଇଥିଲା। ଏହା ବାଦ୍‌ ଆଉ ତିନିଟି କ୍ବାର୍ଟର୍ସରୁ କେବଳ ଉଚ୍ଛେଦ କରାଯାଇ ଛାଡ଼ି ଦିଆଯାଇଥିଲା। ବଡ଼ କଥା ହେଲା ଏହି ତିନିଟି କ୍ବାର୍ଟର୍ସ ମଧ୍ୟରୁ ଗୋଟିଏରେ ଫଳ ଗୋଦାମ, ଅନ୍ୟଟିରେ ସିମେଣ୍ଟ ଓ ଲୁହାଛଡ଼ ଗୋଦାମ ଏବଂ ଆଉ ଗୋଟିଏରେ ହୋଟେଲ୍‌ ଚାଲିଥିଲା। 

ଅପରାହ୍ନରେ କଂଗ୍ରେସଭବନକୁ ଲାଗିଥିବା ଭିଆଇ ୩୫/୧ରୁ ୪ ପର୍ଯ୍ୟନ୍ତ ୪ଟି କ୍ବାର୍ଟର୍ସକୁ ଉଚ୍ଛେଦ କରାଯାଇଥିଲା। ଏଠି ପରମେଶ୍ବର ଦାସ ନାମକ ଜଣେ ବ୍ୟକ୍ତି ବୁଲନ ଭାଇ ସେବାସଦନ ନାମରେ ୪ଟି ସରକାରୀ କ୍ବାର୍ଟର୍ସକୁ ଜବରଦଖଲ କରି ରଖିଥିଲେ। ଏଥିସହ କ୍ବାର୍ଟର୍ସକୁ ଲାଗି ଆଉ ଏକ କୋଠା ନିର୍ମାଣ କରିଥିଲେ। ଏଠି ବାହାଘର, ବ୍ରତଘରଠାରୁ ଆରମ୍ଭ କରି ଛୋଟବଡ଼ ସଭା, ଭୋଜିଭାତ କରାଯାଉଥିଲା। ବୁଲନଭାଇ ସେବା ସଦନ ଆଗରେ ଥିବା ଫାଷ୍ଟଫୁଡ୍‌ ଦୋକାନର ରୋଷେଇ ସାମଗ୍ରୀ ଗୋଦାମ ମଧ୍ୟ ଏଠି ରହିଥିଲା। ଖାଲି ସେତିକି ନୁହେଁ ସରକାରୀ ଦଳର ଜଣେ ବିଧାୟକଙ୍କ ଖାସ୍‌ ଲୋକ ଏଠି ରହୁଥିଲେ। ଉଚ୍ଛେଦ ବେଳେ ମୁଁ ବିଧାୟକଙ୍କ ଲୋକ କହି ଉପସ୍ଥିତ ଅଧିକାରୀଙ୍କୁ ଡରାଇବାକୁ ଚେଷ୍ଟା କରିଥିଲେ। ଉଚ୍ଛେଦ ବେଳେ ଉତ୍ତେଜନା ଦେଖା ଦେଇଥିଲେ ମଧ୍ୟ ଏନ୍‌ଫୋର୍ସମେଣ୍ଟ ଟିମ୍‌ ସହ ସ୍ଥାନୀୟ ପୁଲିସ ଘଟଣାକୁ ଆୟତ୍ତ କରିଥିଲେ। ପରେ ଏହି ୪ଟି କ୍ବାର୍ଟର୍ସକୁ ସିଲ୍‌ କରାଯାଇଥିଲା। ଏଥିସହ ୱାଟ୍‌କୋ କର୍ମଚାରୀ ପାଣି ଏବଂ ଟିପିସିଓଡିଏଲ୍‌ କର୍ମଚାରୀ ବିଦ୍ୟୁତ୍‌ ବିଚ୍ଛିନ୍ନ କରିଥିଲେ। ଏଥିରେ ଜିଏର ସହକାରୀ ନିର୍ଦ୍ଦେଶକ ଅମିୟ କୁମାର ଦାସ, ରେଣ୍ଟ ଅଫିସର ପ୍ରକାଶ ବେହେରା, ବିଡିଏ ଏନ୍‌ଫୋର୍ସମେଣ୍ଟ ଅଫିସର ଦେବରାଜ ସେଠୀ, ଆର୍‌ଆଣ୍ଡବି ଅଧିକାରୀଙ୍କ ସହ ଖାରବେଳ ଓ କ୍ୟାପିଟାଲ୍‌ ଥାନା ଅଧିକାରୀ ଉପସ୍ଥିତ ଥିଲେ।  ଏନେଇ ପରମେଶ୍ବର ଦାସ କହିଛନ୍ତି, ମୁଁ ସେବା ମନୋବୃତ୍ତି ରଖି ବୁଲନଭାଇ ସେବାସଦନ କରିଛି। ଏଠି ନେତା, ମନ୍ତ୍ରୀ, ପୁଲିସ ସମସ୍ତେ ଆସନ୍ତି। ସମସ୍ତେ ମାଗଣାରେ ବୈଠକ, ଭୋଜିଭାତ କରନ୍ତି। ମୁଁ ନିଜ ହାତରୁ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରି କାମ କରିଛି। ଯାହା ଆଜି ପର୍ଯ୍ୟନ୍ତ ମୋତେ ମିଳିନାହିଁ। ଉଚ୍ଛେଦ କରିବା ପୂର୍ବରୁ ମୋତେ ନୋଟିସ୍‌ କି ସମୟ ଦିଆଗଲା ନାହିଁ। ମୋ ପାଖରେ କୋର୍ଟ ଅର୍ଡର ଅଛି। ଏ ସମ୍ପର୍କରେ ମୁଁ ସରକାରଙ୍କୁ ଜଣାଇବି।

ସରକାର ଅସାମାଜିକ ଲୋକଙ୍କୁ ଦେଉଛନ୍ତି କ୍ବାର୍ଟର୍ସ

ସରକାରୀ କର୍ମଚାରୀ ସଂଘର ସଭାପତି ବିଜୟ କୁମାର ମଲ୍ଲ କହିଛନ୍ତି ଜଣେ ସରକାରୀ କର୍ମଚାରୀ ବର୍ଷ ବର୍ଷ ଧରି ସେବା ଦେଲେ ମଧ୍ୟ ଖଣ୍ଡେ ଘର ପାଇପାରୁନାହାନ୍ତି। ହେଲେ ଦଲାଲ୍‌ଙ୍କ ଜରିଆରେ ଅସାମାଜିକ ଲୋକଙ୍କ ହାତରେ ସରକାରୀ କୋଠା ଟେକି ଦିଆଯାଉଛି। ସରକାର ଯେଉଁ ସଂସ୍ଥା ଓ ବ୍ୟକ୍ତିଙ୍କୁ ଯେଉଁ ଉଦ୍ଦେଶ୍ୟରେ ଘର ଦେଉଛନ୍ତି ତାହା ସାର୍ବଜନୀନ କରନ୍ତୁ। ନିୟମିତ ଭାବେ କ୍ବାର୍ଟର୍ସକୁ ଯାଞ୍ଚ କରନ୍ତୁ। ସରକାରୀ କ୍ବାର୍ଟର୍ସ ହୋଇଥିବାରୁ ଏଠାକୁ ପୁଲିସ ପଶୁନାହିଁ। ତେଣୁ ଦଲାଲ୍‌ମାନେ ନିର୍ଭୟରେ ଅସାମାଜିକ କାର୍ଯ୍ୟ କରୁଛନ୍ତି। ତୁରନ୍ତ ସମସ୍ତ ଜବରଦଖଲକାରୀଙ୍କୁ ଉଚ୍ଛେଦ କରାଯାଇ ପ୍ରକୃତ ହିତାଧିକାରୀଙ୍କୁ ଘର ଯୋଗାଇ ଦିଆଯାଉ ବୋଲି ଶ୍ରୀ ମଲ୍ଲ ଦାବି କରିଛନ୍ତି।

ଭଡ଼ାରେ ଲାଗିଥିଲା କ୍ବାର୍ଟର୍ସ

ଭୁବନେଶ୍ବର: ସରକାରୀ କ୍ବାର୍ଟର୍ସ ଭଡ଼ାରେ ଲାଗିଥିଲା। ଆଜି ଏନ୍‌ଫୋର୍ସମେଣ୍ଟ ଟିମ୍‌ର ଚଢ଼ଉ ବେଳେ ପ୍ରମାଣ ମିଳିଛି। ଚଢ଼ଉ ବେଳେ ଭଡ଼ାରେ ରହୁଥିବା ଲୋକେ ନିଜର ସାମଗ୍ରୀ ଧରି ତରବରିଆ ଭାବେ ବାହାରି ଯାଇଥିଲେ। ହେଲେ କ୍ବାର୍ଟର ନମ୍ବର ଭିଏ୩୫/୪ରେ ରହୁଥିବା ଜଣେ ମହିଳା ମାଳତି ଜେନା ପ୍ରତିବାଦ କରିଥିଲେ। ମାଳତି ପରିବାର ସହ ଏଠାରେ ପ୍ରାୟ ବର୍ଷେ ହେବ ଭଡ଼ାରେ ରହୁଥିଲେ। ଅଗ୍ରିମ ଭଡ଼ା ୨୦ ହଜାର ସହ ଭଡ଼ା ବାବଦକୁ ମାସକୁ ୧୦ ହଜାର ଟଙ୍କା ଦେଉଥିଲେ। ତେବେ ଆଜି ଘର ଖାଲି କରିବା ପରେ ଅଗ୍ରୀମ୍‌ ଦେଇଥିବା ୨୦ ହଜାର ଟଙ୍କା ଫେରାଇବାକୁ ମହିଳା ଜିଦ୍‌ କରିଥିଲେ। ଏହାକୁ ନେଇ ପାଟିତୁଣ୍ଡ ସହ ଠେଲାପେଲା ଆରମ୍ଭ ହୋଇଥିଲା। କିଛି ବ୍ୟକ୍ତି ଏହି ପରିବାରକୁ ଆକ୍ରମଣ କରିବାରୁ ଉତ୍ତେଜନା ଦେଖା ଦେଇଥିଲା। ପ୍ରତି ମାସରେ ଅନ୍‌ଲାଇନ୍‌ରେ ଭଡ଼ା ଦେଉଥିବା ପ୍ରମାଣ ମହିଳା ଦେଖାଇଥିଲେ। ଜବରଦଖଲ କରି ଭଡ଼ା ଲଗାଉଥିବା ବ୍ୟକ୍ତିଙ୍କ ନାମରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଏର ସହକାରୀ ନିର୍ଦ୍ଦେଶକ ଅମୀୟ କୁମାର ଦାସ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe