ସରକାରୀ ସ୍କୁଲ ପିଲାଙ୍କୁ ମିଳିବ କୋଡିଂ ଶିକ୍ଷା

Advertisment

ମେକ୍‌ ଇନ୍‌ ଓଡ଼ିଶା କନ୍‌‌କ୍ଲେଭ୍‌-୨୦୨୨

ମେକ୍‌ ଇନ୍‌ ଓଡ଼ିଶା କନ୍‌‌କ୍ଲେଭ୍‌-୨୦୨୨

ସରକାରୀ ସ୍କୁଲ ପିଲାଙ୍କୁ ମିଳିବ କୋଡିଂ ଶିକ୍ଷା

ଭୁବନେଶ୍ବର: ସ୍କୁଲ ଶିକ୍ଷା ଓ ଭିତ୍ତିଭୂମି ବ୍ୟବସ୍ଥାରେ ଉନ୍ନତି ଅଣାଯିବା ପରେ ରାଜ୍ୟ ସରକାର ବିଶ୍ବସ୍ତରୀୟ ନୂଆ ନୂଆ ପାଠ୍ୟକ୍ରମ ପ୍ରଦାନ ପାଇଁ ଯୋଜନା କରିଛନ୍ତି। ଓଡ଼ିଶାର ସ୍କୁଲ ଛାତ୍ରଛାତ୍ରୀଙ୍କୁ କୋଡିଂ ଶିକ୍ଷା ଦେବା ପାଇଁ ଆମେରିକାର ବର୍କଲେ ବିଶ୍ବବିଦ୍ୟାଳୟ ଆଗେଇ ଆସିଛି। ଏହି ବିଶ୍ବବିଦ୍ୟାଳୟ ପକ୍ଷରୁ ଖୁବଶୀଘ୍ର ପାଇଲଟ ପ୍ରକଳ୍ପ ଆରମ୍ଭ ହେବ।

ମେକ ଇନ ଓଡିଶା କନକ୍ଲେଭ ଅବସରରେ ରାଜ୍ୟ ସରକାରଙ୍କ ନିକଟକୁ ଏ ନେଇ ବିଶ୍ବବିଦ୍ୟାଳୟ ପକ୍ଷରୁ ପ୍ରସ୍ତାବ ଆସିଛି। ମାଗଣାରେ ବିଶ୍ବବିଦ୍ୟାଳୟ ସ୍କୁଲ ପିଲାଙ୍କୁ ଏହି ଶିକ୍ଷା ପ୍ରଦାନ କରିବ। ପ୍ରଥମେ ପାଇଲଟ ପ୍ରକଳ୍ପଭାବେ ଶିକ୍ଷକମାନଙ୍କୁ ଏବଂ ପରେ ୩୦୦ ପିଲାଙ୍କୁ କୋଡିଂ ଶିକ୍ଷା ଦିଆଯିବ। ଗଣିତରେ ଭଲ ନମ୍ବର ରଖୁଥିବା‌ ଛାତ୍ରଛାତ୍ରୀଙ୍କୁ ଏଥିପାଇଁ ଚୟନ କରାଯିବାର ଯୋଜନା ରହିଛି। ଏହା ସଫଳ ହେଲେ ରାଜ୍ୟର ବିଭିନ୍ନ ସ୍କୁଲରେ ଏହି ଶିକ୍ଷାଦାନ କରାଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଆଶ୍ବଥି ଏସ୍‌ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe