Advertisment

Governor visits Unit-2 : ଝିଅଙ୍କ ରକ୍ତହୀନତା ଦୂର ପାଇଁ ସ୍ବତନ୍ତ୍ର ଅଭିଯାନ, ୟୁନିଟ୍‌-୨ ବାଳିକା ଉଚ୍ଚବିଦ୍ୟାଳୟ ପରିଦର୍ଶନ କଲେ ରାଜ୍ୟପାଳ

Advertisment

ସରଳ ଖାଦ୍ୟାଭ୍ୟାସ ଜଣଙ୍କ ସ୍ୱାସ୍ଥ୍ୟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିପାରେ। ଗାଜର-ବିଟ୍‌ ଜୁସ୍‌ ଓ ଚିକ୍କି ଭଳି ଖାଦ୍ୟ ସାମଗ୍ରୀ ହିମୋଗ୍ଲୋବିନ ସ୍ତରକୁ ଉନ୍ନତ କରିବାରେ ସରଳ, ସୁଲଭ...

ସରଳ ଖାଦ୍ୟାଭ୍ୟାସ ଜଣଙ୍କ ସ୍ୱାସ୍ଥ୍ୟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିପାରେ। ଗାଜର-ବିଟ୍‌ ଜୁସ୍‌ ଓ ଚିକ୍କି ଭଳି ଖାଦ୍ୟ ସାମଗ୍ରୀ ହିମୋଗ୍ଲୋବିନ ସ୍ତରକୁ ଉନ୍ନତ କରିବାରେ ସରଳ, ସୁଲଭ...

Untitled-3

ଭୁବନେଶ୍ୱର: ସରଳ ଖାଦ୍ୟାଭ୍ୟାସ ଜଣଙ୍କ ସ୍ୱାସ୍ଥ୍ୟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିପାରେ। ଗାଜର-ବିଟ୍‌ ଜୁସ୍‌ ଓ ଚିକ୍କି ଭଳି ଖାଦ୍ୟ ସାମଗ୍ରୀ ହିମୋଗ୍ଲୋବିନ ସ୍ତରକୁ ଉନ୍ନତ କରିବାରେ ସରଳ, ସୁଲଭ ଓ ପ୍ରଭାବଶାଳୀ ହୋଇପାରିବ ବୋଲି ରାଜ୍ୟପାଳ ହରିବାବୁ କମ୍ଭମ୍‌ପାଟି କହିଛନ୍ତି। ୟୁନିଟ୍‌-୨ସ୍ଥିତ କ୍ୟାପିଟାଲ ବାଳିକା ଉଚ୍ଚବିଦ୍ୟାଳୟ ପରିଦର୍ଶନ ସହ ସ୍କୁଲର ସୁସ୍ଥ ଖାଦ୍ୟାଭ୍ୟାସକୁ ପ୍ରୋତ୍ସାହିତ କରିବା ଏବଂ ଝିଅମାନଙ୍କ ରକ୍ତହୀନତା ଦୂର କରିବାକୁ ରାଜ୍ୟପାଳ ଦୁଇମାସିଆ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଛାତ୍ରୀମାନଙ୍କୁ ବିଟ୍‌-ଗାଜର ଜୁସ୍‌ ଓ ବାଦାମ ଚିକ୍କି ବଣ୍ଟନ କରିଛନ୍ତି। ଆଗାମୀ ଦୁଇ ମାସ ପାଇଁ ଛାତ୍ରୀମାନେ ବିଟ୍‌-ଗାଜର ଜୁସ୍‌ ଓ ବାଦାମ ଚିକ୍କି ପାଇବେ। କାର୍ଯ୍ୟକ୍ରମ ସମୟରେ ରାଜ୍ୟପାଳ ଛାତ୍ରୀମାନଙ୍କ ସହିତ ବାର୍ତ୍ତାଳାପ କରିବା ଅବସରରେ କିଶୋରୀଙ୍କ ମଧ୍ୟରେ ରକ୍ତହୀନତାର ସମସ୍ୟା ଉପରେ ଚିନ୍ତା ପ୍ରକଟ କରିଥିଲେ। ଏଥିସହ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଓ ପୁଷ୍ଟିକର ଖାଦ୍ୟ ସମ୍ପର୍କରେ ସଚେତନତା ଉପରେ ଗୁରୁତ୍ୱ ଦେଇଥିଲେ।

ଝିଅଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିବାକୁ ଉତ୍ସାହିତ କରି ରାଜ୍ୟପାଳ କମ୍ଭମ୍‌ପାଟି କହିଲେ ଦୁଇମାସ ପରେ ଯଦି ତୁମେ ଜାଣିବ ଯେ ତୁମର ହିମୋଗ୍ଲୋବିନ ସ୍ତରରେ ଉନ୍ନତି ହୋଇଛି, ତେବେ ପିତାମାତା/ଅଭିଭାବକଙ୍କୁ କହି ଏପରି ସୁସ୍ଥ ଖାଦ୍ୟାଭ୍ୟାସ ଜାରି ରଖିବ। ସ୍କୁଲରେ ପଢ଼ୁଥିବା ଅନେକ ପିଲା ସେମାନଙ୍କର ଦୃଷ୍ଟି ଶକ୍ତି ସମସ୍ୟା ବିଷୟରେ ଅଜ୍ଞ ରହିଥାନ୍ତି। ତେଣୁ ପ୍ରତି ଛାତ୍ରଛାତ୍ରୀଙ୍କ ଦୃଷ୍ଟି ଶକ୍ତି ପରୀକ୍ଷା କରାଯିବା ଉଚିତ। ଯଦି କୌଣସି ସମସ୍ୟା ଦେଖାଯାଏ ତେବେ ପିତାମାତାଙ୍କୁ ଜଣାଇଲେ ତୁରନ୍ତ ପଦକ୍ଷେପ ନିଆଯାଇପାରିବ। ଏଦିଗରେ ଶିକ୍ଷକ/ଶିକ୍ଷୟିତ୍ରୀମାନେ ବିହିତ ପଦକ୍ଷେପ ନେବାକୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ।  ଭାବବିନିମୟ ଅବସରରେ ପିଲାମାନେ ରାଜ୍ୟପାଳଙ୍କୁ ତାଙ୍କର ଆଦର୍ଶ, ପ୍ରିୟ ବିଷୟ ଓ ସଫଳତା ହାସଲ ସମ୍ପର୍କରେ ପ୍ରଶ୍ନ ପଚାରିଥିଲେ ଏବଂ ରାଜ୍ୟପାଳ ଉତ୍ତର ଦେଇଥିଲେ। ପିଲାମାନେ ବଡ ସ୍ୱପ୍ନ ଦେଖିବା ଏବଂ ଶୃଙ୍ଖଳିତ ହୋଇ ସେମାନଙ୍କର ଲକ୍ଷ୍ୟ ହାସଲ କରିବାକୁ କଠିନ ପରିଶ୍ରମ କରିବାକୁ ରାଜ୍ୟପାଳ ଉତ୍ସାହିତ କରିଥିଲେ।

ସୂଚନାଯୋଗ୍ୟ ଯେ ୧୯୫୮ ମସିହାରେ ପ୍ରତିଷ୍ଠିତ କ୍ୟାପିଟାଲ ବାଳିକା ଉଚ୍ଚବିଦ୍ୟାଳୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ପଢ଼ିଥିବାରୁ ଏହାର ଗୌରବମୟ ଐତିହ୍ୟ ରହିଛି। କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଏନ୍‌. ତିରୁମାଲା ନାୟକ, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ବୀରେନ୍ଦ୍ର କୋରକରା, ଜିଲ୍ଲା ଶିକ୍ଷା ଅଧିକାରୀ ସୋନାମିକା ରାୟ, ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ସବିତା କୁମାରୀ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ। ସେପ୍ଟେମ୍ବର ମାସରେ ମାଲକାନାଗିରି ଜିଲ୍ଲାର ମୁଦୁଲିପଡ଼ା ସରକାରୀ ଏସ୍‌ଏସ୍‌ଡି ହାଇସ୍କୁଲରେ ରାଜ୍ୟପାଳ ଏହି ଅଭିଯାନ ଆରମ୍ଭ କରିଥିଲେ। ୟୁନିଟ୍‌-୨ କ୍ୟାପିଟାଲ ବାଳିକା ଉଚ୍ଚବିଦ୍ୟାଳୟ ଦ୍ବିତୀୟ ସ୍କୁଲ ଭାବେ ଏଭଳି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe