କାର୍ଯ୍ୟରେ ଯୋଗ ଦେଲେ ରାଜ୍ୟପାଳଙ୍କ ଏଡିସି

Advertisment
କାର୍ଯ୍ୟରେ ଯୋଗ ଦେଲେ ରାଜ୍ୟପାଳଙ୍କ ଏଡିସି

ଭୁବନେଶ୍ବର: ରାଜ୍ୟପାଳ ପ୍ରଫେସର୍‌ ଗଣେଶୀଲାଲଙ୍କ ଏଡିସି ଭାବେ ଭାରତୀୟ ନୌସେନାର ଲିଟ୍ୟୁନାଣ୍ଟ ହିମାଂଶୁ ସିଂ ଓ ଓଡ଼ିଶା ପୁଲିସ ସେବାର ଚିନ୍ମୟ ନାୟକ ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି। ପୂର୍ବତନ ଏଡିସି ଅନୁରାଗ ଆୟର୍‌ ଉଭୟଙ୍କୁ ଦାୟିତ୍ବ ହସ୍ତାନ୍ତର କରିଛନ୍ତି। ଏହି ଅବସରରେ ଆୟୋଜିତ ଏକ ଉତ୍ସବରେ ବିଦାୟୀ ଏଡିସି ଶ୍ରୀ ଆୟର୍‌ଙ୍କୁ ସମ୍ବର୍ଦ୍ଧନା ଦିଆଯିବା ସହ ନୂତନ ଏଡିସିଦ୍ବୟଙ୍କୁ ସ୍ବାଗତ କରାଯାଇଛି। ଉତ୍ସବରେ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ ପୁଣ୍ୟଭୂମି ଓଡ଼ିଶାରେ କାର୍ଯ୍ୟ କରିବା ତାଙ୍କ ଜୀବନରେ ମହାର୍ଘ ଉପଲବ୍ଧି ବୋଲି ବର୍ଣ୍ଣନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟପାଳଙ୍କ ବ୍ୟକ୍ତିଗତ ସଚିବ ହିମାଂଶୁ ନାରାୟଣ ପଟ୍ଟନାୟକ, ଲେଖା ନିୟନ୍ତ୍ରକ ଗୌତମ ଚୌଧୁରୀ, ଅତିରିକ୍ତ ସଚିବ ବେଦବନ୍ଧୁ ମିଶ୍ର, ଲୋକ ସଂପର୍କ ଅଧିକାରୀ ରକ୍ଷକ ନାୟକଙ୍କ ସମେତ ରାଜଭବନର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe