ସିଟିଆଇ ତାଲିମଧାରୀଙ୍କ ଦାବି ନେଇ ସରକାର ବିଚାର କରନ୍ତୁ

Advertisment
ସିଟିଆଇ ତାଲିମଧାରୀଙ୍କ ଦାବି ନେଇ ସରକାର ବିଚାର କରନ୍ତୁ

ଭୁବନେଶ୍ୱର: କ୍ରାଫ୍ଟସମ୍ୟାନ ଟ୍ରେନିଂ ଇନ୍‌ଷ୍ଟ୍ରକ୍ଟର ଆସୋସିଏସନ୍‌ ପକ୍ଷରୁ ସ୍ଥାନୀୟ ଆଇଜି ପାର୍କ ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଦେଶର ବିଭିନ୍ନ ରାଜ୍ୟରେ କ୍ରାଫ୍ଟସମ୍ୟାନ ଟ୍ରେନିଂ ଇନ୍‌ଷ୍ଟ୍ରକ୍ଟର(ସିଟିଆଇ)/ସିଆଇଟିସିକୁ ବାଧ୍ୟତାମୂଳକ କରାଯାଇଥିବା ବେଳେ ଓଡ଼ିଶାରେ ମଧ୍ୟ ଏପରି କରିବା ନେଇ ବୈଠକରେ ମତ ପ୍ରକାଶ ପାଇଥିଲା। ସଭାପତି ସୁଧିର କୁମାର ସାହୁ କହିଛନ୍ତିି, ଓଡ଼ିଶାରେ ତାଲିମପ୍ରାପ୍ତ ଛାତ୍ରଛାତ୍ରୀ ବେକାର ଥିବା ବେଳେ ଅଣତାଲିମପ୍ରାପ୍ତ ପିଲାମାନଙ୍କୁ ନିଯୁକ୍ତି ଦିଆଯାଇ ସେମାନଙ୍କ ତାଲିମ ପାଇ ୫ରୁ ୭ ଲକ୍ଷ ଟଙ୍କା ଖର୍ଚ ସରକାର କରୁଛନ୍ତି।ଏହା ସିଟିଆଇମାନଙ୍କ ପ୍ରତି ଚରମ ଅବହେଳା , ଆମର ଦାବି ନେଇ ସରକାର ତୁରନ୍ତ ବିଚାର କରନ୍ତୁ। ନଚେତ ଆଗମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ। ବୈଠକରେ ସମ୍ପାଦକ ଗଗନ କୁମାର ପରିଡ଼ା, କୋଷାଧ୍ୟକ୍ଷ ପୃଥ୍ଵୀରଞ୍ଜନ ପାଣିଗ୍ରାହୀ ପ୍ରମୁଖ କର୍ମକର୍ତା ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe