ସରକାରଙ୍କ ଦୃଷ୍ଟି ଆଢ଼ୁଆଳରେ ମା’ କଟକ ଚଣ୍ତୀ : ସୌନ୍ଦର୍ଯ୍ୟ ପାଇଁ ସହାୟତା ନାହିଁ, ଭକ୍ତଙ୍କ ଦାନ ଦକ୍ଷିଣାରେ ଭରସା

ସରକାରଙ୍କ ଦୃଷ୍ଟି ଆଢ଼ୁଆଳରେ ମା’ କଟକ ଚଣ୍ତୀ : ସୌନ୍ଦର୍ଯ୍ୟ ପାଇଁ ସହାୟତା ନାହିଁ, ଭକ୍ତଙ୍କ ଦାନ ଦକ୍ଷିଣାରେ ଭରସା

www.odishaguide.com

କଟକ: ପୁରୀ ଶ୍ରୀମନ୍ଦିର, ଲିଙ୍ଗରାଜ ମନ୍ଦିର ଓ କୋଣାର୍କ ମନ୍ଦିରର ସୌନ୍ଦର୍ଯ୍ୟୀକରଣ ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି। ଏହାକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଉଥିଲେ ବି କଟକର ଅନ୍ୟତମ ପରିଚୟ ଆରାଧ୍ୟା ଦେବୀ ମା’ କଟକ ଚଣ୍ଡୀ ପୀଠ ପ୍ରତି ଅବହେଳାକୁ ନେଇ ବିଭିନ୍ନ ମହଲରେ ସ୍ବର ଉଠୁଛି। କଟକ ଚଣ୍ତୀଙ୍କ ପୀଠର ବିକାଶ ପାଇଁ ଏଯାଏ ଆବଶ୍ୟକ ସର୍ବନିମ୍ନ ପଦକ୍ଷେପ ବି ନେଇ ନାହାନ୍ତି। ଟ୍ରଷ୍ଟ ବୋର୍ଡ ତଥା ଭକ୍ତଙ୍କ ଦାନରୁ ମିଳୁଥିବା ଅର୍ଥରୁ ମନ୍ଦିରର ଯାହା କିଛି କାମ କରାଯାଇ ପାରିଛି। ମିଳିଥିବା ସୂଚନା ଅନୁଯାୟୀ, ମନ୍ଦିରକୁ ସରକାରଙ୍କ ପକ୍ଷରୁ ଟଙ୍କାଟିଏ ବି ସହାୟତା ମିଳିନି। କେବଳ ଦୁଇ ବର୍ଷ ତଳେ ସା˚ସଦ ପାଣ୍ଠିରୁ ଚଣ୍ତୀଛକଠାରେ ଏକ ତୋରଣ ନିର୍ମାଣ କରାଯାଇଛି। କିନ୍ତୁ ତୋରଣର ଗୋଟିଏ ସ୍ତମ୍ଭ ଶୈଳବାଳା ମହିଳା ମହାବିଦ୍ୟାଳୟ ପାଚେରି ଭିତରେ ରହିଥିବାରୁ ଏହା ସୌନ୍ଦର୍ଯ୍ୟ ବୃଦ୍ଧି କରିବା ବଦଳରେ ଦୃଷ୍ଟି କଟୁ ହେଉଛି।

ଅନ୍ୟପକ୍ଷରେ, ଭକ୍ତଙ୍କଠାରୁ ମିଳୁଥିବା ଦାନ, ଦକ୍ଷିଣାରୁ ମନ୍ଦିରର ଟ୍ରଷ୍ଟ ବୋର୍ଡ କେତେକ ବିକାଶମୂଳକ ଯୋଜନା କରିଛି। ବାହାରପଟେ ଚଉଡ଼ା ଭାବେ ଆଉ ଏକ ସି˚ହଦ୍ବାର ନିର୍ମାଣ, ପ୍ରବେଶ ଓ ପ୍ରସ୍ଥାନ ପାଇଁ ଭିନ୍ନଭିନ୍ନ ବାଟ, ରାସ୍ତା ମଝିରେ ହାତ ଓ ପାଦ ଧୋଇବାକୁ ସୁବିଧା, ମନ୍ଦିରରେ ଥିବା ଦୋକାନଗୁଡ଼ିକୁ ଗୋଟିଏ ସ୍ଥାନକୁ ନିଆଯିବାକୁ ଯୋଜନା କରାଯାଇଛି। କିନ୍ତୁ ଏଥିପାଇଁ ଯେତେ ପାଣ୍ଠି ଆବଶ୍ୟକ ତାହା ଟ୍ରଷ୍ଟ ପାଖରେ ନାହିଁ। ଏପରିସ୍ଥଳେ ରାଜ୍ୟ ସରକାର କଟକ ଚଣ୍ଡୀ ମନ୍ଦିର ପାଇଁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରି ମନ୍ଦିରର ସୌନ୍ଦର୍ଯ୍ୟ ବଢାଇବାକୁ କଟକ ବରିଷ୍ଠ ନାଗରିକ ମହାସଭାର ସାଧାରଣ ସମ୍ପାଦକ ବିଷ୍ଣୁମୋହନ ଦାସସାମନ୍ତଙ୍କ ସମେତ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe