‘କାଳିଆ’ ନାମରେ ଚାଷୀଙ୍କୁ ଭୁଆଁ ନ ବୁଲାଇ କୃଷିଋଣ ଛାଡ଼ କର : ସାମାଜିକ ନ୍ୟାୟ ଅଭିଯାନ

Advertisment
କୃଷକଙ୍କୁ ଦକ୍ଷତା ବିକାଶ ତାଲିମ ଦେବେ ସରକାର

ଭୁବନେଶ୍ବର: ‘କାଳିଆ’ ଯୋଜନା ନାମରେ ମିଛ ପ୍ରହସନ ନ କରି ଚାଷୀଙ୍କ ପ୍ରକୃତ ସମସ୍ୟା ବୁଝ। ତୁରନ୍ତ କୃଷି ଋଣ ଛାଡ଼ କରିବା ସହ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯ଶହ ଟଙ୍କା କର। ୧୮ବର୍ଷ ଶାସନରେ ରାଜ୍ୟବାସୀଙ୍କୁ ତ ଭୁଆଁ ବୁଲେଇଲ, ଚାଷୀ ପରିବାରକୁ ବି ଛାଡ଼ିଲନି। କିନ୍ତୁ ଖଣି ମାଫିଆଙ୍କଠାରୁ କୋଟି କୋଟି ଟଙ୍କା ଖାଇ ୫୦ ହଜାର କୋଟିରୁ ଊର୍ଧ୍ବ ଟଙ୍କା ଛାଡ଼ କରିଦେଲ। କାହା ସ୍ବାର୍ଥରେ ଚାଷୀଙ୍କ ପ୍ରତି ଏଭଳି ନିଷ୍ପତ୍ତି ନେଇ ଚାଷୀକୁଳକୁ ମୃତ୍ୟୁମୁହଁକୁ ଠେଲିଦେଉଛ? ‘କୃଷିଋଣ’ ଛାଡ଼ ପ୍ରତିବାଦରେ ଆଜି ରାଜଭବନଠାରେ ଆୟୋଜିତ ଗଣଧାରଣାରେ ସାମାଜିକ ନ୍ୟାୟ ଅଭିଯାନ ଏପରି ରାଜ୍ୟ ସରକାରଙ୍କୁ ଏଭଳି କଡ଼ା ସମାଲୋଚନା କରିଛି। ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ଯେ ଗାଁ ଗାଁରେ ସଭା ସମିତି ଓ ଜନଜାଗରଣ କାର୍ଯ୍ୟକ୍ରମ ମାଧ୍ୟମରେ ସରକାରଙ୍କ ପ୍ରକୃତ ଚେହେରାକୁ ଲୋକଲୋଚନକୁ ଅଣାଯିବ। ମୋଦୀ ସରକାରଙ୍କୁ ତିନିଟି ରାଜ୍ୟରେ ଚାଷୀକୁଳ ସଠିକ୍‌ ଜବାବ ଦେଇଛନ୍ତି। ଆଗାମୀ ଦିନରେ ଓଡ଼ିଶା ସରକାର ମଧ୍ୟ ଅନୁରୂପ ଜବାବ ପାଇବେ। ଅପରପକ୍ଷେ ନ୍ୟାଯ୍ୟ ଦାବି ଓ ହକ୍‌ ହାସଲ ପାଇଁ ଚାଷୀକୁଳ ଏହି ଲଢ଼େଇରେ ସାମିଲ୍‌ ହେବାକୁ ସଂଘ ଆହ୍ୱାନ ଦେଇଛି। ସାମାଜିକ ନ୍ୟାୟ ଅଭିଯାନର ଆବାହକ ଅକ୍ଷୟ କୁମାର ମଲ୍ଲିକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଗଣଧାରଣାରେ ବରିଷ୍ଠ ନେତା ଶ୍ରୀକାନ୍ତ ଜେନା, କାହ୍ନୁଚରଣ ଲେଙ୍କା, ବିଶିଷ୍ଟ ପରିବେଶବିତ୍‌ ପ୍ରଫୁଲ୍ଲ ସାମନ୍ତରା, ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ, ଦେବୀପ୍ରସାଦ ପୃଷ୍ଟି ପ୍ରମୁଖ ଯୋଗଦେଇ ସରକାରଙ୍କ ବିରୋଧରେ ବର୍ଷିଥିଲେ। ସେହିପରି ପୂର୍ବତନ ବିଧାୟକ କୁଳମଣି ରାଉତ, ଗଗନ ଜେନା, ମନୀନ୍ଦ୍ର ସାମଲ, ବିଷ୍ଣୁଚରଣ ମହାନ୍ତି, ଗୀତାଞ୍ଜଳି ମହନ୍ତ, ସ˚ଧ୍ୟା ମହାପାତ୍ର, ଜାନକୀ ମଲ୍ଲିକ, ମହମ୍ମଦ ଅଲ୍ଲୀ ପ୍ରମୁଖ ଉପସ୍ଥିତ ରହି ହକ୍‌ ପାଇଁ ଲଢ଼େଇ‌ରେ ସାମିଲ ହେବାକୁ ଚାଷୀକୁଳକୁ ଆହ୍ୱାନ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe