ଦନ୍ତ ଚିକିତ୍ସକଙ୍କୁ ସରକାରୀ ଚାକିରି ସୁଯୋଗ ମିଳୁ

Advertisment
ଦନ୍ତ ଚିକିତ୍ସକଙ୍କୁ ସରକାରୀ ଚାକିରି ସୁଯୋଗ ମିଳୁ

nikamed.am

ଭୁବନେଶ୍ବର : ରାଜ୍ୟରେ ବିଭିନ୍ନ ମେଡିକାଲ କଲେଜରୁ ଉତ୍ତୀର୍ଣ୍ଣ ହୋଇଥିବା ଦନ୍ତ ଚିକିତ୍ସକମାନେ ସରକାରୀ ଚାକିରିର ସୁଯୋଗ ପାଉ ନାହାନ୍ତି। ସେମାନଙ୍କ ନିଯୁକ୍ତି ନେଇ ସରକାର ଆବଶ୍ୟକ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଦନ୍ତ ଚିକିତ୍ସକମାନେ ‌ଅନୁରୋଧ କରିଛନ୍ତି। ଏ ନେଇ ଏକ ସ୍ମାରକପତ୍ର ସେମାନେ ପ୍ରଦାନ କରିଛନ୍ତି।

ଏଥିରେ ଦର୍ଶାଯାଇଛି, ଦନ୍ତ ଚିକିତ୍ସକମାନଙ୍କୁ ସରକାରୀ ନିଯୁକ୍ତି ସୁଯୋଗ ମିଳୁନାହିଁ। ବର୍ତ୍ତମାନ ରାଜ୍ୟରେ ପ୍ରତି ବର୍ଷ ୩୦୦ ଛାତ୍ରଛାତ୍ରୀ ଡେଣ୍ଟାଲ୍‌ ପାଠ୍ୟକ୍ରମରୁ ଉତ୍ତୀର୍ଣ୍ଣ ହେଉଛନ୍ତି। କିନ୍ତୁ ସେହି ତୁଳନାରେ ନିଯୁକ୍ତି ସୁଯୋଗ ନାହିଁ। ପ୍ରାୟ ଦୁଇ ହଜାର ଦନ୍ତ ଚିକିତ୍ସକ ଚାକିରି ନ ପାଇ ବସିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଦନ୍ତ ଚିକିତ୍ସକମାନେ ଦାବି କରିଛନ୍ତି ଯେ, ପ୍ରତି ହସ୍ପିଟାଲ୍‌ରେ ଜଣେ ଦନ୍ତ ଚିକିତ୍ସକଙ୍କୁ ନିଯୁକ୍ତି ଦିଆଯାଉ। ଦନ୍ତ ଚିକିତ୍ସକମାନେ ଯେପରି ମେଡିକାଲ୍‌ ଅଫିସର୍‌ ହୋଇପାରିବେ, ସେଥିପାଇଁ ସରକାର ଆଇନ୍‌ରେ ଆବଶ୍ୟକ ବ୍ୟବସ୍ଥା କରନ୍ତୁ। ପ୍ରତି ପିଏଚ୍‌ସି ଓ ସିଏଚ୍‌ସିରେ ନିଯୁକ୍ତି ଦିଆଯିବା ସହ ଦନ୍ତ ଚିକିତ୍ସାର ସମସ୍ତ ଉପରକଣ ଦିଆଯାଉ। ଗ୍ରାମାଞ୍ଚଳରେ ଦନ୍ତ ପରୀକ୍ଷା ଶିବିର ଆ‌ୟୋଜନ କରାଯିବା ସହ ଦନ୍ତ ରୋଗ କ୍ଷେତ୍ରରେ ସଚେତନତା ସୃଷ୍ଟି ପାଇଁ ବେସରକାରୀ ସଂସ୍ଥାଗୁଡ଼ିକୁ ସହଯୋଗ କରାଯାଉ। ପ୍ରାଥମିକ ଓ ହାଇସ୍କୁଲ୍‌ ଛାତ୍ରଛାତ୍ରୀଙ୍କ ପାଇଁ ମାଗଣାରେ ପେ‌ଷ୍ଟ, ମାଉଥ୍‌ ୱାସ୍ ଓ ବ୍ରସ୍ ଯୋଗାଇ ଦିଆଯାଉ। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଯାଇଥିବା ପ୍ରତିନିଧି ଦଳରେ ଡାକ୍ତର ରାୟେମନ୍ କୁମାର ମିଶ୍ର, ଡାକ୍ତର ବିଶ୍ବଜିତା ରାଉତ, ଡାକ୍ତର ଐଶ୍ବର୍ଯ୍ୟା ମିଶ୍ର, ଡାକ୍ତର ରା‌କେଶ ରଥ ପ୍ରମୁଖ ସ‌ାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe