ସାଇ ଆଙ୍ଗନରେ ଗ୍ରାଜୁଏସନ୍ ସମାରୋହ

Advertisment
ସାଇ ଆଙ୍ଗନରେ ଗ୍ରାଜୁଏସନ୍ ସମାରୋହ

ଚନ୍ଦ୍ରଶେଖରପୁର: କେଜି-୨ରୁ ପ୍ରଥମ ଶ୍ରେଣୀକୁ ଉନ୍ନୀତ ହୋଇଥିବା ଛାତ୍ରଛାତ୍ରୀଙ୍କ ଲାଗି ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲର ସାଇ ଆଙ୍ଗନରେ ଗ୍ରାଜୁଏସନ୍ ସମାରୋହ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ସ୍ନାତକ ଡ୍ରେସ୍‌, ଟୋପି ସହ ମାନପତ୍ର ପ୍ରଦାନ କରାଯାଇଥିଲା। ସାଇ ଇଣ୍ଟରନ୍ୟାସନାଲ୍‌ର ଚେୟାରପର୍ସନ ଶିଳ୍ପୀ ସାହୁ ଯୋଗଦେଇ କହିଥିଲେ, ପିଲାଙ୍କ ପାଇଁ ଏହା ପ୍ରକୃତରେ ଏକ ଆନନ୍ଦଦାୟକ ଓ ସ୍ମରଣୀୟ ଦିନ। କରୋନା ପରେ ଉକ୍ତ କାର୍ଯ୍ୟକ୍ରମ କୁନି ପିଲାଙ୍କ ମନୋବଳ ବଢ଼ାଇବାରେ ସାହାଯ୍ୟ କରିବ।

ପ୍ରାକ୍ ପ୍ରାଥମିକ ପିଲାଙ୍କ ପାଇଁ କିଣ୍ଡରଗାର୍ଟେନ୍ ସ୍ନାତକ ଏକ ଉତ୍ସାହଜନକ ମାଇଲଖୁଣ୍ଟ। ଏହା ଆଶା ଓ ସମ୍ଭାବନାରେ ପରିପୂର୍ଣ୍ଣ ଭବିଷ୍ୟତ ଆଡ଼କୁ ପ୍ରଥମ ପଦକ୍ଷେପ। ଏହି କାର୍ଯ୍ୟକ୍ରମକୁ ସାଇ ଆଙ୍ଗନର ପ୍ରିନ୍ସପାଲ୍ ରଶ୍ମି ପାଣ୍ଡେ ଓ ଶିକ୍ଷୟିତ୍ରୀମାନେ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe