ବଡ଼ କଳାକାର ସାଥୀ କଳାକାରଙ୍କୁ ସାହାଯ୍ୟ କରନ୍ତୁ, ଯାତ୍ରା ଆରମ୍ଭ ହେଲେ ଆୟରୁ ୧୦ ପ୍ରତିଶତ ଟେକ୍ନିସିଆନଙ୍କୁ ଦେବି : ରାନୀ ପଣ୍ଡା

Advertisment
ବଡ଼ କଳାକାର ସାଥୀ କଳାକାରଙ୍କୁ ସାହାଯ୍ୟ କରନ୍ତୁ, ଯାତ୍ରା ଆରମ୍ଭ ହେଲେ ଆୟରୁ ୧୦ ପ୍ରତିଶତ ଟେକ୍ନିସିଆନଙ୍କୁ ଦେବି : ରାନୀ ପଣ୍ଡା

ଭୁବନେଶ୍ବର: ଯାତ୍ରା କଳାକାରମାନେ ଏ ସମୟରେ ରାସ୍ତାକୁ ବାହାରନ୍ତୁ ନାହିଁ। ଧାରଣା କି ଅନଶନ କରନ୍ତୁ ନାହିଁ। ବରଂ ବଡ଼ କଳାକାରମାନେ ଦୟନୀୟ ସ୍ଥିତିରେ ଥିବା ସାଥୀ କଳାକାରଙ୍କୁ ସାହାଯ୍ୟ କରନ୍ତୁ। ସମସ୍ତ କ୍ଷେତ୍ରରେ ସହଯୋଗ ଯୋଗାଇ ଦିଅନ୍ତୁ। ବର୍ତ୍ତମାନ ସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କୁ ସହଯୋଗ କରିବା ସହ ସରକାରଙ୍କ ସମସ୍ତ ଗାଇଡଲାଇନ୍‌ ପାଳନ କରନ୍ତୁ ବୋଲି କହିଛନ୍ତି ଅଭିନେତ୍ରୀ ରାନୀ ପଣ୍ଡା। ଏଥିସହ ସେ କହିଛନ୍ତି, ଯାତ୍ରା ଆରମ୍ଭ ହୋଇଗଲେ ସେ କିଛି ଟେକ୍ନିସିଆନଙ୍କୁ ସହାୟତା ଯୋଗାଇ ଦେବେ।

publive-image

ତାଙ୍କ କହିବା ମୁତାବକ, କିଛି ମାସ ପରେ ଯଦି ଯାତ୍ରା ପରିବେଷଣ ପାଇଁ ଅନୁମତି ମିଳିଯାଏ ଓ ସ୍ଥିତି ସ୍ବାଭାବିକ ହୋଇଯାଏ, ତେବେ ସେ ନିଜ ଅଭିନୟରୁ ଯେଉଁ ପ୍ରାପ୍ୟ ପାଇବେ, ସେଥିରୁ ସେହି ଯାତ୍ରା ଅନୁଷ୍ଠାନରେ କାମ କରୁଥିବା ଟେକ୍ନିସିଆନଙ୍କ ପାଇଁ ୧୦ ପ୍ରତିଶତ ‌ପ୍ରଦାନ କରିବେ। ଏହା ବାଦ୍‌ ସେହି ଟେକ୍ନିସିଆନ୍‌ ଭାଇମାନଙ୍କୁ ୧ ହଜାର ଟଙ୍କା ଲେଖାଏଁ ଭତ୍ତା ଆକାରରେ ଦେବେ ବୋଲି ଘୋଷଣା କରିଛନ୍ତି। ଏହା ବାଦ୍‌ ସରକାରଙ୍କୁ କରୋନା ମୁକାବିଲା ପାଇଁ ନିଜ ପ୍ରାପ୍ୟର ଆଉ ୧୦ ପ୍ରତିଶତ ଦାନ କରିବେ। ବାତ୍ୟା ଅମ୍ଫାନ ଦ୍ବାରା କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କୁ ମଧ୍ୟ ସେ ନିଜ ସକ୍ଷମ ମୁତାବକ ସହଯୋଗ ଯୋଗାଇ ଦେବେ ବୋଲି କହିଛନ୍ତି।

୨ଦିନ ତଳେ ଅଭିନେତା ଦୈତ୍ୟାରି ପଣ୍ଡାଙ୍କ ଉକ୍ତିକୁ ନେଇ ସେ କହିଛନ୍ତି, ଦୈତ୍ୟାରି ପଣ୍ଡାଙ୍କ ସହ ମୁଁ ନିଜକୁ ତୁଳନା କରୁନାହିଁ। ରାନୀ ପଣ୍ଡା ହେଉଛି ରାନୀ ପଣ୍ଡା। ସେ ଏକଥା ବି କହିଛନ୍ତି, ଯଦି ବଡ଼ କଳାକାରମାନେ ଯାଇ ସରକାରଙ୍କୁ ସହାୟତା ପାଇଁ ନିବେଦନ କରୁଛନ୍ତି ଏବଂ କମ୍‌ ପ୍ରାପ୍ୟ ପାଉଥିବା କଳାକାର ଓ ଟେକ୍ନିସିଆନମାନଙ୍କୁ ସହଯୋଗ ପାଇଁ ସରକାରଙ୍କୁ ନିବେଦନ କରିବାକୁ ଆସିଥିବା କହୁଛନ୍ତି, ତଥାପି ସେମାନେ ଆଗେ ନିଜେ ଆର୍ଥିକ ସହଯୋଗ ଯୋଗାଇ ଦେବା ଉଚିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe