ସବୁଜ ବଳୟ ପାଲଟିବ ରାଜଧାନୀ

Advertisment
ଶ୍ରେଷ୍ଠ ବା‌ସୋପଯୋଗୀ ସହର : ଭୁବନେଶ୍ବର ଦେଶରେ ଦ୍ବିତୀୟ

Odisha Tourism

ଭୁବନେଶ୍ବର : ସବୁଜ ବଳୟ ପାଲଟିବ ରାଜଧାନୀ। ଭୁବନେଶ୍ବରରେ ବ୍ୟାପକ ବୃକ୍ଷରୋପଣ କରାଯିବ। ଶୁକ୍ରବାର ଲୋକସେବା ଭବନରେ ସ୍ମାର୍ଟ ସିଟି ପ୍ରକଳ୍ପର ସମୀକ୍ଷା ଅବସରରେ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ପ୍ରତାପ ଜେନା।

ରାଜଧାନୀରେ ନିର୍ମାଣ ଚାଲିଥିବା ବିଏମ୍‌ସିର ନୂତନ ବିଲ୍ଡିଂ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଏହି ବିଲ୍ଡିଂର ୯ମ ମହଲାର କାମ ଶେଷ ହୋଇ ସାରିଛି। ସଂପୂର୍ଣ୍ଣ କାର୍ଯ୍ୟ ଶେଷ ହେବା ପରେ ବିଏମ୍‌ସି ଓ ସ୍ମାର୍ଟ ସିଟି ଓ ଇଣ୍ଟିଗ୍ରେଟେଡ୍‌ ସିଟି ଅପରେସନ୍‌ସ ଏଣ୍ଡ ମ୍ୟାନେଜମେଣ୍ଟ ସେଣ୍ଟର ବା ଆଇସିଓଏମ୍‌ସି ଗୋଟିଏ ସ୍ଥାନରେ କାର୍ଯ୍ୟ କରିବ। ଏବେ ଆଇସିଓଏମ୍‌ସି ସହିଦ ନଗର ବିଏମ୍‌ସି ଭବାନୀ ମଲ୍‌ରେ କାର୍ଯ୍ୟ କରୁଛି। ଏହି ବିଲ୍ଡିଂ ସମୁଦାୟ ୧୧ ମହଲା ହେବ। ଏହାସହ ସୋନସୋରି ପାର୍କ, ସହିଦନଗରରେ ଦିବ୍ୟାଙ୍ଗଙ୍କ ପାଇଁ ମନୋରଂଜନ ବ୍ୟବସ୍ଥା, ଶିଶୁ ଭବନ ଛକରୁ ବାଣୀ ବିହାର ସ୍ମାର୍ଟ ଜନପଥ, ଦୁଇ ଥାକିଆ କାର୍‌ ପାର୍କିଂ, ବାପୁଜୀନଗରରେ ଆଇସିଏସ୍‌ସି ବିଲ୍ଡିଂ, ସ୍ମାର୍ଟ ଟ୍ରାଫିକ୍ ପରିଚାଳନା ବ୍ୟବସ୍ଥା, ଟ୍ରାକିଂ ବ୍ୟବସ୍ଥା, କଠିନ ବର୍ଜ୍ୟବସ୍ତୁ ପରିଚାଳନା ଆଦି ସଂପର୍କରେ ବୈଠକରେ ଆଲୋଚନା ହୋଇଥିଲା। ରାଜଧାନୀରେ ‌ହୋଇଥିବା ବିଭିନ୍ନ ପ୍ରକଳ୍ପଗୁଡ଼ିକ ସଂପର୍କରେ ଲୋକମାନଙ୍କୁ ସଚେତନ କରିବା ଲାଗି ଅଭିଯାନ ଜାରି ରଖିବା ନେଇ ମନ୍ତ୍ରୀ ଶ୍ରୀ ଜେନା ପରାମର୍ଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe