ନୟାପଲ୍ଲୀରୁ ବିମାନବନ୍ଦର ଗ୍ରିନ୍ କରିଡର୍, ଗୁରୁତର ଅସୁସ୍ଥ ଯିବେ ହାଇଦ୍ରାବାଦ

Advertisment
ନୟାପଲ୍ଲୀରୁ ବିମାନବନ୍ଦର ଗ୍ରିନ୍ କରିଡର୍, ଗୁରୁତର ଅସୁସ୍ଥ ଯିବେ ହାଇଦ୍ରାବାଦ

ଭୁବନେଶ୍ୱର: ରାଜଧାନୀର ନୟାପଲ୍ଲୀରୁ ବିମାନବନ୍ଦର ଗ୍ରିନ୍ କରିଡର୍ ଘୋଷିତ ହୋଇଛି। ଜଣେ ଅସୁସ୍ଥ ରୋଗୀଙ୍କୁ ନୟାପଲ୍ଲୀର ଘରୋଇ ହସ୍ପିଟାଲରୁ ହାଇଦ୍ରାବାଦ ନିଆଯାଉଥିବା କାରଣରୁ ଏଭଳି କରାଯାଇଛି। ଏୟାର ଆମ୍ବୁଲାନ୍ସରେ ଉକ୍ତ ରୋଗୀଙ୍କୁ ଅଧିକ ଚିକିତ୍ସା କରାଯିବା ଲାଗି ହାଇଦ୍ରାବାଦ ନିଆଯାଉଛି।

୭ରୁ ୮ ମିନିଟ୍ ଭିତରେ ଗୁରୁତର ଅସୁସ୍ଥ ଥିବା ପୁରୀ ଜିଲ୍ଲାର ଅଭୟ ଜେନାଙ୍କୁ ନୟାପଲ୍ଲୀର ଘରୋଇ ହସ୍ପିଟାଲରୁ ଭୁବନେଶ୍ବରର ବିମାନବନ୍ଦରରେ ପହଞ୍ଚାଯିବ ବୋଲି ସୂଚନା ମିଳିଛି। ଗ୍ରିନ୍ କରିଡର୍ ପାଇଁ କମିସନରେଟ୍ ପୁଲିସ ସମସ୍ତ ବ୍ୟବସ୍ଥା କରିଛି। ରୋଗୀଙ୍କର କୃତ୍ରିମ ଫୁସଫୁସ୍ ପ୍ରତିରୋପଣ ହାଇଦ୍ରାବାଦର କିମ୍ସ ହସ୍ପିଟାଲରେ ଚିକିତ୍ସା ହେବ ବୋଲି ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe