କିସ୍‍କୁ ଇଣ୍ଟରନ୍ୟାସନାଲ୍‌କୁ ଗ୍ରିନ୍‍ ଗାଉନ୍‍ ପୁରସ୍କାର

Advertisment
କିସ୍‍କୁ ଇଣ୍ଟରନ୍ୟାସନାଲ୍‌କୁ ଗ୍ରିନ୍‍ ଗାଉନ୍‍ ପୁରସ୍କାର

KIIT University

ଚନ୍ଦ୍ରଶେଖରପୁର: ସ୍ଥାୟିତ୍ୱରେ ବିବିଧତା, ସମାନତା ଓ ଅନ୍ତର୍ଭୁକ୍ତୀକରଣ ପାଇଁ କିସ୍‍କୁ ସମ୍ମାନଜନକ ଇଣ୍ଟରନ୍ୟାସନାଲ୍‍ ଗ୍ରିନ୍‍ ଗାଉନ୍‍ ପୁରସ୍କାର-୨୦୨୩ ପ୍ରଦାନ କରାଯାଇଛି। ‘ଉଦୟ’ ପ୍ରକଳ୍ପ ପାଇଁ ଜୁଲାଇ ୧୭ତାରିଖରେ ଜାତିସଂଘର ସ୍ଥାୟୀ ବିକାଶ ସମ୍ପର୍କିତ ଉଚ୍ଚସ୍ତରୀୟ ରାଜନୈତିକ ଫୋରମ୍‌ରେ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି। ଏହି ବର୍ଗରେ ମିଳିଥିବା ପୁରସ୍କାର ନିମନ୍ତେ କିସ୍‍ ଭାରତର ଏକମାତ୍ର ଏନ୍‍ଜିଓ ଭାବେ ମନୋନୀତ ହୋଇଛି। ଉଦୟ ପ୍ରକଳ୍ପ ପାଇଁ ୨୫ଟି ଦେଶରୁ ୯୩ଟି ଅନୁଷ୍ଠାନ ଚୂଡ଼ାନ୍ତ ପର୍ଯ୍ୟାୟକୁ ଯାଇଥିଲେ।

ସେମାନଙ୍କ ମଧ୍ୟରୁ ଭାରତରୁ କିସ୍‍ ଏକମାତ୍ର ହୋଇଥିବା ବେଳେ ଅନ୍ୟାନ୍ୟ ଦେଶରୁ ୧୨ଟି ଅନୁଷ୍ଠାନ ପୁରସ୍କାର ପାଇଛନ୍ତି। ଜାତିସଂଘର ପରିବେଶ କାର୍ଯ୍ୟକ୍ରମ, ରାଜ୍ୟଗୋଷ୍ଠୀ ବିଶ୍ୱବିଦ୍ୟାଳୟ ସଂଘ (ଏସିୟୁ), ଏୟୁଏଫ୍‍, ଅନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟ ସଂଘ (ଆଇଏୟୁ) ଏବଂ ଉଚ୍ଚଶିକ୍ଷା ସ୍ଥାୟୀ ପ୍ରୟାସ (ଏଚ୍‍ଇଏସ୍‍ଆଇ) ସହଯୋଗରେ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଏକ ସ୍ଥାୟୀ ବିଶ୍ୱ ଗଠନ ପ୍ରୟାସକୁ ପ୍ରୋତ୍ସାହିତ କରିବା ନିମନ୍ତେ ବିଶ୍ୱର ବିଭିନ୍ନ ଶିକ୍ଷାନୁଷ୍ଠାନକୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ଏହି ପୁରସ୍କାର ପାଇଁ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କିସ୍‍ର ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟିତ୍ରୀ, କର୍ମଚାରୀ ଓ ଶୁଭେଚ୍ଛୁଙ୍କୁ ଅଭିନନ୍ଦନ ଜଣାଇବା ସହ ଏକ ସ୍ଥାୟୀ ବିଶ୍ୱ ଗଠନରେ କାର୍ଯ୍ୟ କରିବାକୁ ଏହି ପୁରସ୍କାର ଆହୁରି ଉତ୍ସାହିତ କରିବ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ଜନଜାତି ଯୁବଗୋଷ୍ଠୀଙ୍କୁ ସେମାନଙ୍କ ସମ୍ପ୍ରଦାୟର ବିଭିନ୍ନ ପ୍ରସଙ୍ଗ ସହ ଜଡ଼ିତ କରାଇ ସେମାନଙ୍କୁ ଚେଞ୍ଜ ଏଜେଣ୍ଟରେ ପରିଣତ କରାଇବା ସହ ସେମାନଙ୍କୁ ସଶକ୍ତ କରାଇବା ଉଦ୍ଦେଶ୍ୟରେ ୨୦୧୮ରୁ ୨୨ ପର୍ଯ୍ୟନ୍ତ ଓଡ଼ିଶାର କୋରାପୁଟ, ମାଲକାନଗିରି, କନ୍ଧମାଳ ଓ ରାୟଗଡ଼ା ଜିଲ୍ଲାରେ ଉଦୟ ପ୍ରକଳ୍ପ କାର୍ଯ୍ୟ କରୁଥିଲା। ଏପରିକି କୋଭିଡ୍‍ ସମୟରେ ମଧ୍ୟ ଏହି ପ୍ରକଳ୍ପ ଜନଜାତି ଯୁବଗୋଷ୍ଠୀଙ୍କୁ ସଶକ୍ତ କରାଇବାରେ ସମର୍ଥ ହୋଇପାରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe