ବାତ୍ୟା ପରେ ଖଣ୍ଡଗିରିକୁ ଫେରିଛି ସବୁଜିମା

Advertisment

୩୪୦ ପ୍ରଜାତିର ଗଛ ଚିହ୍ନଟ

୩୪୦ ପ୍ରଜାତିର ଗଛ ଚିହ୍ନଟ

ବାତ୍ୟା ପରେ ଖଣ୍ଡଗିରିକୁ ଫେରିଛି ସବୁଜିମା

Indian Vagabond

ଖଣ୍ଡଗିରି: ବାତ୍ୟା ଫନି ଯୋଗୁଁ ଧ୍ବସ୍ତବିଧ୍ବସ୍ତ ହୋଇଯାଇଥିଲା ଖଣ୍ଡଗିରି ଜଙ୍ଗଲ। ଇତି ମଧ୍ୟରେ ଏହା ପୁଣି ସବୁଜିମାଭରା ହୋଇ ସାରିଥିବା କହିଛନ୍ତି ଜୈବ ବିବିଧତା ବୋର୍ଡର ପ୍ରସାଦ କୁମାର ଦାସ। ସେ କହିଛନ୍ତି, ଖଣ୍ଡଗିରି ଭଳି ପ୍ରାକୃତିକ ଜଙ୍ଗଲକୁ ସଂରକ୍ଷିତ କରିବା ଆବଶ୍ୟକ। ଏଥିରେ ଗଛ ଲଗାଇବା ଉଚିତ ନୁହେଁ। ସ୍ବତଃପ୍ରବୃତ୍ତ ଭାବରେ ଗଛ ସୃଷ୍ଟି ହୋଇଯାଇଥାଏ। ଖଣ୍ଡଗିରିରେ ଏହା ସମ୍ଭବ ହୋଇଛି। ସମୁଦାୟ ଜଙ୍ଗଲରୁ ୫୦/୬୦ ପ୍ରତିଶତ ନୂତନ ଗଛ ସୃଷ୍ଟି ହୁଏ। ଖଣ୍ଡଗିରି ପାହାଡ଼ର ସର୍ଭେ ଅନୁସାରେ, ଏଠାରେ ଘାସ, ଗୁଳ୍ମ, ବଡ଼ ଗଛ, ଲତା ଜାତୀୟ, ଗରୁଡ଼, କେନ୍ଦୁ, ନିରାଶ, ଗୁଆକୋଳି, ଫର୍ମ, ଅର୍କିଡ ଭଳି ୩୪୦ ପ୍ରଜାତିର ଗଛ ରହିଛି। ଏଥିମଧ୍ୟରୁ ୧୦୦ ପ୍ରଜାତିର ଔଷଧୀୟ ଗଛ ରହିଛି।

ଗୁଳୁଚି ବା ଗିଲୟ ନାମକ ଗଛ ରୋଗ ପ୍ରତିରୋଧକ ପାଇଁ ବିଶେଷ ଉପଯୋଗୀ। କରୋନା ମୁକାବିଲା ପାଇଁ ଏହାର ବ୍ୟାପକ ବ୍ୟବହାର ହୋଇଥିଲା। ଏହି ଜଙ୍ଗଲରେ ଆଲ୍‌ଫୋନ୍‌ସିଆ ମାଡ୍ରାସ ପାଟନା, ସାଇଫୋନ୍‌ଡନ୍‌ ସିଲାଷ୍ଟ୍ରେନିଅ ଭଳି ୩ଟି ପ୍ରଜାତିର ଗଛ ରାଜ୍ୟର ଅନ୍ୟ କୌଣସି ଜଙ୍ଗଲରେ କ୍ବଚିତ୍‌ ଦେଖାଯାଏ। ଝାରକୋସଡେମିଆଏସିଡମ୍ପ ଭଳି ଔଷଧୀୟ ଗଛ ଅନ୍ୟ ସ୍ଥାନରେ ଦେଖାଯାଉନାହିଁ। ଏଥିସହିତ ଏଠାରେ ଥିବା ଔଷଧୀୟ ବୃକ୍ଷ ମଧ୍ୟରେ ଲୋଧା, ମେଧା, ପଣପଣା, ଅପମାରଙ୍ଗ, ଅକାନବିନ୍ଦୁ, ସହଜମାଳି, ପାଷଣବେଦି, ପେଙ୍ଗୁ ଆଦି ଆର୍ୟୁବେଦିକ ଔଷଧ ତିଆରିରେ ସହାୟକ ହେଉଛି। ବାତ୍ୟା ଫନିରେ ଅନ୍ୟ ଗଛ ତୁଳନାରେ ଔଷଧୀୟ ଗଛସବୁ ସେହିଭଳି ପ୍ରଭାବିତ ହୋଇନାହିଁ। ଜୈବ ବିବିଧତା ଦୃଷ୍ଟିରୁ ଏତେ ଛୋଟ ଅଞ୍ଚଳରେ ଏତେ ପ୍ରଜାତିର ଗଛ ସହିତ ପଶୁପକ୍ଷୀ ଦେଖାଯିବା କ୍ବଚିତ୍‌ ଅଟେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe