ପ୍ରିୟଦର୍ଶୀ ମିଶ୍ରଙ୍କୁ ଗ୍ରିଟ୍‌ ସମ୍ମାନ

Advertisment
ପ୍ରିୟଦର୍ଶୀ ମିଶ୍ରଙ୍କୁ ଗ୍ରିଟ୍‌ ସମ୍ମାନ

ଭୁବନେଶ୍ବର: କ୍ରପ୍‌ ଷ୍ଟେଜ୍‌ ପକ୍ଷରୁ ସିଙ୍ଗାପୁରଠାରେ ୨ଦିନିଆ ବିଶ୍ବ ପରିବେଶ ସମ୍ମିଳନୀ ଓ ଗ୍ରିଟ୍‌ ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ଜାତିସଂଘ ପରିବେଶ ପ୍ରତିନିଧିଙ୍କ ସମେତ ୧୫ଟି ଦେଶର ପ୍ରତିନିଧିମାନେ ଯୋଗଦେଇ ବିଶ୍ବ ପରିବେଶ ସମ୍ବନ୍ଧରେ ଆଲୋଚନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଯୋଗ ଦେଇ ମାଟିର ସୁରକ୍ଷା ଓ ପ୍ଲାଷ୍ଟିକ ବର୍ଜନ ଉପରେ ଗୁରୁତ୍ବାରୋପ କରିଥିଲେ।

ଭାରତ ପ୍ଲାଷ୍ଟିକ ବର୍ଜନ ନୀତି ଆପଣାଇଥିବା ବେଳେ ସିଙ୍ଗାପୁର ଭଳି ବିକାଶଶୀଳ ଦେଶ ଗ୍ରିନ୍‌ ପ୍ଲାନ୍‌ ଓ କ୍ଲିନ୍‌ ଏନର୍ଜି ଉପରେ ଗୁରୁତ୍ବ ଦେଇଛନ୍ତି। ଏଥିସହ ବୃକ୍ଷରୋପଣ, ଜଳବଣ୍ଟନରେ ରାଜ୍ୟ ଓ ଦେଶମାନେ ରାଜନୈତିକ ସିନ୍ଧାନ୍ତର ଊର୍ଦ୍ଧ୍ବରେ ରହି ସମାଧାନ କରିବାକୁ ମତ ରଖିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀ ମିଶ୍ରଙ୍କୁ ‘ଗ୍ରିଟ୍‌ ସମ୍ମାନ’ରେ ସମ୍ମାନିତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe