କମେଣ୍ଟ୍‌ମରାରୁ ତୁମୁଳକାଣ୍ଡ: ପ୍ରିୟଦର୍ଶିନୀ ମାର୍କେଟ୍‌ରେ ଖଣ୍ଡା ବୁଲିଲା

Advertisment

ଗଣ୍ଡଗୋଳରେ ପୁଲିସ ପୁଅ ସଂପୃକ୍ତ

ଗଣ୍ଡଗୋଳରେ ପୁଲିସ ପୁଅ ସଂପୃକ୍ତ

ଦିଗପହଣ୍ଡି : କପି ରୋକିବାରୁ ଭଙ୍ଗାରୁଜା କଲେ ଛାତ୍ର

The Leaders Online

ଭୁବନେଶ୍ୱର : ଗୁରୁବାର ସନ୍ଧ୍ୟାରେ ହଠାତ୍ ସିଆର୍‌ପି ଛକ ପ୍ରିୟଦର୍ଶିନୀ ମାର୍କେଟ୍‌ରେ ଖଣ୍ଡା ବୁଲିଛି। ୨୦ରୁ ଅଧିକ ଯୁବକ ଖଣ୍ଡା ଓ ଅନ୍ୟାନ୍ୟ ମାରଣାସ୍ତ୍ରରେ ସଜ୍ଜିତ ହୋଇ ପଇଁତରା ମାରିଲେ। ଜଣେ ଯୁବକଙ୍କୁ ହାଣିବା ପାଇଁ ଖୋଜିଲେ। ତେବେ ସୌଭାଗ୍ୟକୁ ଯୁବକ ଜଣକ ସାମାନ୍ୟ ଆହତ ହୋଇ ଅଳ୍ପକେ ବର୍ତ୍ତିଗଲେ। ତେଣୁ କିଛି ସମୟ ପାଇଁ ମାର୍କେଟ୍‌ରେ ଆତଙ୍କ ଖେଳିଯାଇଥିଲା। ବଡ଼ କଥା ହେଉଛି ଏହି ଯୁବକମାନଙ୍କ ମୁଖିଆ ହେଉଛି ଜଣେ ପୁଲିସ କର୍ମଚାରୀଙ୍କ ପୁଅ। ପୂର୍ବରୁ ବହୁ ଗଣ୍ଡଗୋଳରେ ଏହି ପୁଲିସ ପୁଅ ସମ୍ପୃକ୍ତ ବୋଲି ଜଣାପଡ଼ିଛି। ଏ ନେଇ ପୁଲିସ ନିକଟରେ କୌଣସି ଅଭିଯୋଗ ହୋଇନାହିଁ।

ଘଟଣାରୁ ଜଣାପଡ଼ିଛି ଯେ ଗୁରୁବାର ସନ୍ଧ୍ୟାରେ ଜଣେ ଯୁବତୀଙ୍କୁ ସାଙ୍ଗରେ ଧରି ଜଣେ ଯୁବକ ସିଆର୍‌ପି ଛକ ଦେଇ ଯାଉଥିଲେ। ଛକରେ ହେଉଥିବା ଗଜଲକ୍ଷ୍ମୀ ପୂଜା ମଣ୍ଡପ ନିକଟରେ ପୁଲିସ ପୁଅ ଓ ତା’ର କିଛି ସହଯୋଗୀ ବସିଥିଲେ। ସେମାନେ ଯୁବତୀଙ୍କୁ କମେଣ୍ଟ ମାରିଥିଲେ। ଯୁବକ ଜଣକ ସ୍ଥାନୀୟ ଅଞ୍ଚଳର ହୋଇଥିବାରୁ ଭୟ ନକରି ସେମାନଙ୍କୁ ଗାଳିମନ୍ଦ କରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ପୁଲିସ ପୁଅ ସଙ୍ଗେ ସଙ୍ଗେ ଫୋନ୍‌ କରି ତା’ ଗ୍ୟାଙ୍ଗ୍‌କୁ ଡକାଇଥିଲା। କିଛି ମିନିଟ୍‌ ଭିତରେ ୨୦ରୁ ଅଧିକ ଯୁବକ ଖଣ୍ଡା ଓ ଅନ୍ୟାନ୍ୟ ମାରଣାସ୍ତ୍ର ଧରି ସେଠାରେ ପହଞ୍ଚିଥିଲେ। ଏହା ଦେଖି ଯୁବକ ଜଣକ ମଧ୍ୟ ତାଙ୍କର କିଛି ସାଙ୍ଗକୁ ଡକାଇଥିଲେ। ଫଳରେ କିଛି ସମୟ ପାଇଁ ସେଠାରେ ଛକାପଞ୍ଝା ଲାଗି ରହିଥିଲା ଓ ଦୁଇ ଗୋଷ୍ଠୀ ମଧ୍ୟ‌ରେ ଗୋଡ଼ାଗୋଡ଼ି ହୋଇଥିଲା। ମାତ୍ର ପୁଲିସ ପୁଅ ଗୋଷ୍ଠୀର ଆକ୍ରମଣକୁ ମୁକାବିଲା କରିନପାରି ପ୍ରତିପକ୍ଷ ଛତ୍ରଭଙ୍ଗ ଦେଇଥିଲେ। ନୂଆପଲ୍ଲୀ ବ୍ରିଟ୍ କଲୋନି ଓ ବରମୁଣ୍ଡା ଅଞ୍ଚଳର କିଛି ଯୁବକଙ୍କ ମଧ୍ୟରେ ଥିବା ପୂର୍ବ ଶତ୍ରୁତାକୁ ନେଇ ଏହି ଗଣ୍ଡଗୋଳ ଘଟିଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe