ବାଲିଅନ୍ତା : ଦୁଇଗୋଷ୍ଠୀ ମଧ୍ୟରେ ମାରପିଟକୁ ନେଇ ବିଶରପୁର ଗ୍ରାମରେ ଉତ୍ତେଜନା

Advertisment
ସାମାନ୍ୟ ବାଇକ୍ ଧକ୍କାରୁ ଆକ୍ରମଣ !

The Hans India

ବାଲିଅନ୍ତା : ବାଲିଅନ୍ତା ଥାନା ଅନ୍ତର୍ଗତ ବିଶରପୁର ମୌଜା ଅଞ୍ଚଳରେ ଏକ କାଡ଼ାନାଳି ସଫେଇ କାମରେ ଅନିୟମିତତାକୁ ନେଇ ଦୁଇଗୋଷ୍ଠୀ ମଧ୍ୟରେ ଭୀଷଣ ମାରପିଟ ହୋଇଛି । ଏଥିରେ ଉଭୟ ଗୋଷ୍ଠୀର ୨ ଜଣ ଯୁବକଙ୍କ ଶରୀରରେ ଗଭୀର ଆଘାତ ଲାଗିଛି । ଏନେଇ ଗ୍ରାମରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ତେବେ ଏତିକିରେ ଗ୍ରାମରେ ଗଣ୍ଡଗୋଳ ଥମିନଥିଲା । ବିରୋଧୀ ଗୋଷ୍ଠୀ ପ୍ରଥମେ ବାବାଜୀ ପଲେଇଙ୍କୁ (୪୦) ଏକୁଟିଆ ପାଇ ବହେ ଛେଚିଥିଲେ । ବାବାଜୀଙ୍କ ଶରୀରରେ ଗଭୀର ଆଘାତ ଲାଗିଛି । ପରେ  ବାବାଜୀଙ୍କ ସମର୍ଥିତ ଗୋଷ୍ଠୀ ବିରୋଧିୀ ‌ପକ୍ଷର ନିକୁ ବେହେରା ନାମକ ଜଣେ ଯୁବକଙ୍କୁ ମାଡ଼ମାରି ବାନ୍ଧି ପକାଇଥିଲେ । ଏନେଇ ବାଲିଅନ୍ତା ଥାନାରେ ଅଭିଯୋଗ ହୋଇ ନଥିବା ଜଣାପଡ଼ିଛି ।

ପ୍ରାପ୍ତ ସୂଚନା ମୁତାବକ ଉକ୍ତ ମୌଜାରେ ଜଳସେଚନ ବିଭାଗ ପକ୍ଷରୁ ୪ କିମି ବିଶିଷ୍ଟ କାଡ଼ାନାଳି ସଫେଇ ଓ ସଂପ୍ରସାରଣ କାର୍ଯ୍ୟ ଚାଲିଛି । କାଡ଼ାନାଳି ସଫେଇ ଓ ସଂପ୍ରସାରଣ କାର୍ଯ୍ୟ ଠିକ ହେଉନଥିବା ଗୋଟିଏ ଗୋଷ୍ଠୀ ଅଭିଯୋଗ କରିବାରୁ ଠିକାଦାର ଗୋଷ୍ଠୀଙ୍କ ସମର୍ଥିତ ଯୁବକ ସେମାନଙ୍କୁ ମାଡ଼ମାରିବାରୁ ଏହି ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe