ସିମିଲିସାହିରେ ଗୋଷ୍ଠୀ ସଂଘର୍ଷ

Advertisment
ଶୋଭାଯାତ୍ରାରେ ବାଣଫୁଟାରୁ ଗଣ୍ଡଗୋଳ: ୨ ଆହତ

newskarnataka.com

ଭୁବନେଶ୍ୱର : କ୍ୟାପିଟାଲ ଥାନା ଅଧୀନ ୟୁନିଟ୍‌ ୭ ଅଞ୍ଚଳ ସିମିଲିସାହିରେ ଆଜି ଗୋଷ୍ଠୀ ସଂଘର୍ଷ ହୋଇଛି। କଟକରୁ ଭଡ଼ାଟିଆ‌ ଗୁଣ୍ଡା ଆସି ଏକ ପରିବାରର ମହିଳାଙ୍କ ସମେତ ୫ ଜଣଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଛନ୍ତି। ରାସ୍ତା ମଝିରେ ମହିଳାଙ୍କ ବେକରେ ଟାୟାର ପକାଇ ଟାଣି ଟାଣି ନେଇଛନ୍ତି। ତାଙ୍କ ସ୍ବାମୀଙ୍କୁ ମଧ୍ୟ ଆକ୍ରମଣ କରିଛନ୍ତି। ସେମାନଙ୍କୁ ପାଲଟା ଆକ୍ରମଣ ହୋଇଛି। ଦୁଇଗୋଷ୍ଠୀ ମୁହାଁମୁହିଁ ହେବା ଫଳରେ ସେଠାରେ ଉତ୍ତେଜନା ଲାଗି ରହିଛି। ଘଟଣାସ୍ଥଳରେ କ୍ୟାପିଟାଲ ଥାନା ପୁଲିସ ପିସିଆର ଭ୍ୟାନ୍‌ ପଇଁତରା ମାରୁଛି। ଉଭୟ ପକ୍ଷରୁ ୧୫ ଜଣ କ୍ୟାପିଟାଲ ଥାନାରେ ପହଞ୍ଚି ଅଭିଯୋଗ କରିଛନ୍ତି। ବିଳମ୍ବିତ ରାତି ପର୍ଯ୍ୟନ୍ତ ମାମଲାର ସମାଧାନ ହୋଇ ପାରିନାହିଁ।

ସୂଚନା ମୁତାବକ, ସିମିଲିସାହିର ମାଗୁଣୀ ନାୟକଙ୍କୁ ତାଙ୍କ ପଡ଼ୋଶୀ ଆକ୍ରମଣ କରିଥିବା କ୍ୟାପିଟାଲ ଥାନାରେ ସକାଳେ ଅଭିଯୋଗ ହୋଇଥିଲା। ଅପରାହ୍ନରେ ପଚରା ଉଚରା କରିବା ପାଇଁ କ୍ୟାପିଟାଲ ଥାନା ପୁଲିସ ପହଞ୍ଚିଥିଲା। ଏହାକୁ କେନ୍ଦ୍ରକରି ରାତି ପ୍ରାୟ ସାଢ଼େ ୮ଟା ବେଳେ ୧୦ ଜଣ ଯୁବକ ପହଞ୍ଚି ମାଗୁଣୀ ଓ ତାଙ୍କ ପତ୍ନୀଙ୍କୁ ଘରୁ ଟାଣି ଆଣି ମାଡ଼ ମାରିଥିଲେ। ଅନ୍ୟପଟେ ମାଗୁଣୀ ଓ ଅନ୍ୟମାନେ ମିଶି ତାଙ୍କ ଘର ଭାଙ୍ଗି ଦେଇଛନ୍ତି ବୋଲି ପଡ଼ୋଶୀ ମହିଳା ପାଲଟା ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe