Mobile News 24x7
ଭୁବନେଶ୍ବର: ଆଜି ବିଳମ୍ବିତ ରାତିରେ କଳିଙ୍ଗ ବିହାର କେ-୪ରେ ଗଣେଶ ପୂଜା ଭସାଣିକୁ ନେଇ ଗୋଷ୍ଠୀସଂଘର୍ଷ ହୋଇଛି। ଉଭୟ ଗୋଷ୍ଠୀରୁ ୭ରୁ ଅଧିକ ଯୁବକ ଗୁରୁତର ହୋଇଥିବା ବେଳେ ତମାଣ୍ଡୋ ଥାନା ପୁଲିସ ୫ଜଣଙ୍କୁ ଅଟକ ରଖିଛି। ସୂଚନାନୁସାରେ, ଆଜି ରାତିରେ କେ-୪ ଗଣେଣ ମଣ୍ଡପରେ ମେଲୋଡି ଚାଲିଥିବା ବେଳେ ପାଣିଟାଙ୍କି ପାର୍ଶ୍ବରୁ କିଛି ଯୁବକ ପୂଜା ଭସାଣି ନେଇ ସେହି ରାସ୍ତାରେ ଆସିଥିଲା। ଏହି ସମୟରେ କୌଣସି କଥାକୁ ନେଇ ଦୁଇ ପକ୍ଷଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା।
ଏହା ପରେ ପାଖରେ ଥିବା ବାଉଁଶ ଫାଳିଆରେ ପାଣିଟାଙ୍କି ଯୁବକ ଅପରଗୋଷ୍ଠୀକୁ ଆକ୍ରମଣ କରିଥିଲେ। ପ୍ରତି ଜବାବରେ ଅପରଗୋଷ୍ଠୀ ମଧ୍ୟ ପାଣିଟାଙ୍କି ଗଣେଶ ପୂଜା ଭସାଣ ଆଣି ଆସିଥିବା ଯୁବକଙ୍କୁ ଆକ୍ରମଣ କରିଥିଲେ। ଉଭୟ ଗୋଷ୍ଠୀରୁ ପ୍ରାୟ ୭ଜଣ ଆହତ ହୋଇଥିବା ବେଳେ ଖବର ପାଇ ତମାଣ୍ଡୋ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଘଟଣାର ମୁଖ୍ୟ ଅଭିଯୁକ୍ତ ବଟୁ ପାଣି ସମେତ ତା’ର ୫ଜଣ ସହଯୋଗୀ ଥାନାରେ ଅଟକ ଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି।
Follow Us