ହାଟ ପିଣ୍ଡି ପାଇଁ ଗୋଷ୍ଠୀ ସଂଘର୍ଷ

Advertisment
ରେଢ଼ାଖୋଲରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ

DNA India

ଚନ୍ଦ୍ରଶେଖରପୁର : କୋଭିଡ୍‌ ପାଇଁ ହାଟ ବନ୍ଦ କରାଯାଇ ରାସ୍ତା କଡ଼ରେ ପରିବା ବ୍ୟବସାୟ କରିବାକୁ ବିଏମ୍‌ସି ପକ୍ଷରୁ ଅନୁମତି ଦିଆଯାଇଛି। ହେଲେ ରାସ୍ତାକଡ଼ରେ କିଏ କେଉଁ ସ୍ଥାନରେ ପିଣ୍ଡି ପକାଇବ ତାହାକୁ ନେଇ ବଚସା ହେଉଛି। ଗତ ଦୁଇଦିନ ମଧ୍ୟରେ ପଟିଆ, କିଟ୍ ଛକ ଓ ଶୈଳଶ୍ରୀବିହାର ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି। ସ୍ଥାନୀୟ ଅଞ୍ଚଳର ପରିବା ବ୍ୟବସାୟୀ ରାସ୍ତାକଡ଼ରେ ବେପାର କରୁଥିବାରୁ ଦୂରରୁ ଆସୁଥିବା ‌ବ୍ୟବସାୟୀମାନେ ପିଣ୍ଡି ପାଉ ନାହାନ୍ତି। ଫଳରେ ଆଜି କିଟ୍ ଛକରେ ଦୁଇ ବ୍ୟବସାୟୀ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ସୂଚନା ପାଇ ଇନ୍‌ଫୋସିଟି ଥାନା ପିସିଆର୍‌ ଘଟଣାସ୍ଥଳରେ ପହଞ୍ଚି ଉଭୟ ଗୋଷ୍ଠୀର ୪ଜଣଙ୍କୁ ଥାନାକୁ ନେଇଥିଲା। ସଂଧ୍ୟାରେ ସେମାନଙ୍କ ମଧ୍ୟରେ ସମାଧାନ ହୋଇଛି। ମାତ୍ର ପ୍ରତି ଛକରେ ସ୍ଥାନୀୟ ଯୁବକଙ୍କ ଉତ୍ପାତ ବଢ଼ୁଥିବାରୁ ଗ୍ରାମାଞ୍ଚଳରୁ ଆସୁଥିବା ପରିବା ବ୍ୟବସାୟୀମାନେ ଆକ୍ରୋଶର ଶିକାର ହେଉଥିବା ଅଭିଯୋଗ କରିଛନ୍ତି। ଏ ନେଇ ଥାନାରେ ଅଭିଯୋଗ କରିବାରୁ ସ୍ଥାନୀୟ ଯୁବକ ଧମକ ଦେଇ ବ୍ୟବସାୟୀଙ୍କୁ ସେଠାରେ ବ୍ୟବସାୟ ପାଇଁ ଜାଗା ଛାଡ଼ୁନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe