ସୁପ୍‌ ପିଆକୁ ନେଇ ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ

Advertisment
ସୁପ୍‌ ପିଆକୁ ନେଇ ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ

Odisha News In English

ଭୁବନେଶ୍ବର: ସୁପ୍‌ ପିଆକୁ ନେଇ ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଯୁକ୍ତିତର୍କରୁ ହାତାହାତି ପର୍ଯ୍ୟନ୍ତ କଥା ବଢ଼ିଥିଲା। ଏନେଇ ଉଭୟ ପକ୍ଷରୁ ସହିଦନଗର ଥାନାରେ ଅଭିଯୋଗ ପରେ ପୁଲିସ ଦୁଇଟି ପୃଥକ ପୃଥକ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଛି।

ସୂଚନା ମୁତାବକ, ମଙ୍ଗଳବାର ସନ୍ଧ୍ୟାରେ ଉତ୍କଳ ବିଶ୍ବବିଦ୍ୟାଳୟର କେତେକ ଛାତ୍ର ଜଳଖିଆ ପାଇଁ ରୂପାଲି ଛକ ନିକଟକୁ ଯାଇଥିଲେ। ଏହି ସମୟରେ ସେଠାକୁ ଆସିଥିବା ଅନ୍ୟ ଏକ ଗୋଷ୍ଠୀର କେତେକ ଯୁବକ ପ୍ରଥମେ ସେମାନଙ୍କୁ ସୁପ୍‌ ଦେବାକୁ ଦୋକାନୀକୁ କହିଥିଲେ। ଯାହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଆରମ୍ଭ ହୋଇଥିଲା କଥା କଟାକଟି। ସ୍ଥିତି ଏଭଳି ଉପୁଜିଥିଲା ଯେ, ଦୁଇ ଗୋଷ୍ଠୀ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ସହିଦନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ହସ୍ତକ୍ଷେପ ପରେ ସ୍ଥିତି ଆୟତ୍ତ ହୋଇଥିଲା। ଆଜି ମଧ୍ୟ ଉଭୟ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା। ପୁଲିସ ଉଭୟ ଗୋଷ୍ଠୀ ଉପରେ ନଜର ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe