ଔଷଧୀୟ ଜ୍ଞାନକେନ୍ଦ୍ରରେ ପ୍ରାତଃଭ୍ରମଣ ପାଇଁ ବଢ଼ୁଛି ଆଗ୍ରହ: ମନକୁ ସତେଜ ରଖୁଛି ଚରକ ଉଦ୍ୟାନ

Advertisment

କଳିଙ୍ଗବିହାରସ୍ଥିତ ନଗର ବନଖଣ୍ଡ ଅଧୀନ ଔଷଧୀୟ ଜ୍ଞାନକେନ୍ଦ୍ର ପ୍ରାତଃଭ୍ରମଣ ପାଇଁ ବରିଷ୍ଠ ନାଗରିକଙ୍କୁ ଆକର୍ଷିତ କରୁଛି। ଏଠାରେ ଥିବା ବିଭିନ୍ନ ଔଷଧୀୟ ଗୁଳ୍ମ ଓ ବୃକ୍ଷରାଜି ପରିବେଶକୁ ସତେଜ କରୁଛି।

କଳିଙ୍ଗବିହାରସ୍ଥିତ ନଗର ବନଖଣ୍ଡ ଅଧୀନ ଔଷଧୀୟ ଜ୍ଞାନକେନ୍ଦ୍ର ପ୍ରାତଃଭ୍ରମଣ ପାଇଁ ବରିଷ୍ଠ ନାଗରିକଙ୍କୁ ଆକର୍ଷିତ କରୁଛି। ଏଠାରେ ଥିବା ବିଭିନ୍ନ ଔଷଧୀୟ ଗୁଳ୍ମ ଓ ବୃକ୍ଷରାଜି ପରିବେଶକୁ ସତେଜ କରୁଛି।

ssss

ଖଣ୍ଡଗିରି: କଳିଙ୍ଗବିହାରସ୍ଥିତ ନଗର ବନଖଣ୍ଡ ଅଧୀନ ଔଷଧୀୟ ଜ୍ଞାନକେନ୍ଦ୍ର ପ୍ରାତଃଭ୍ରମଣ ପାଇଁ ବରିଷ୍ଠ ନାଗରିକଙ୍କୁ ଆକର୍ଷିତ କରୁଛି। ଏଠାରେ ଥିବା ବିଭିନ୍ନ ଔଷଧୀୟ ଗୁଳ୍ମ ଓ ବୃକ୍ଷରାଜି ପରିବେଶକୁ ସତେଜ କରୁଛି। ଗଛଲତା ଗହଣରେ ତଥା ଖୋଲା ଆକାଶ ତଳେ ଯୋଗ ବ୍ୟାୟାମ କରିବାକୁ ପ୍ରତ୍ୟହ ସକାଳୁ ଭିଡ଼ ପରିଲକ୍ଷିତ ହେଉଛି। ପ୍ରତିଦିନ ୩ଶହରୁ ଊର୍ଦ୍ଧ୍ବ ବରିଷ୍ଠ ନାଗରିକ ଓ ଯୁବକ ଯୁବତୀ ଏଠାକୁ ପ୍ରାତଃଭ୍ରମଣ କରିବାକୁ ଆସୁଥିବ‌ା ସୂଚନା ମିଳିଛି।

୬୦ହେକ୍ଟର ଜମି ବିଶିଷ୍ଟ ଏହି ଜ୍ଞାନକେନ୍ଦ୍ର ପରିସରରେ ୩ଶହରୁ ଊର୍ଦ୍ଧ୍ବ ପ୍ରଜାତିର ଗଛଲତା ରହିଛି। ଏହା ଛଡ଼ା ୨ହଜାରରୁ ଅଧିକ ତୁଳସୀ, ୫ହଜାରରୁ ଅଧିକ ଘିକୁଆଁରୀ, ୫ହଜାରରୁ ଅଧିକ କାଳମେଘ, ଏକ ହଜାରରୁ ଅଧିକ ଗୁଳୁଚି, ୫ଶହରୁ ଅଧିକ ଡାଳଚିନି ଓ ୨ଶହରୁ ଅଧିକ ଗୁଡ଼ମାରୀ ଗଛ ଉତ୍ପାଦନ କରାଯାଉଛି। ସେହିପରି ଅଢ଼େଇ ହେକ୍ଟର ଜମିରେ ବାଉଁଶ ଉଦ୍ୟାନ ସୃଷ୍ଟି କରାଯାଇଛି। ୧.୨ ହେକ୍ଟର ଜମିରେ ୩ଶହ ପ୍ରଜାତିର ଚାରା ଉତ୍ପାଦନ କରାଯିବା ସହ ସୁଲଭ ମୂଲ୍ୟ‌ରେ ବିକ୍ରି କରାଯାଉଛି। ରାସ୍ତା ଅପେକ୍ଷା ଏକ ସୁସ୍ଥ ପରିବେଶରେ ପ୍ରାତଃଭ୍ରମଣ କରିବାକୁ ସ୍ଥାନୀୟ ଅଞ୍ଚଳର ବରିଷ୍ଠ ନାଗରିକମାନେ ସୁରକ୍ଷିତ ମଣୁଛନ୍ତି। ଏଠାରେ ୧.୩୫ ହେକ୍ଟର ପରିବେଷ୍ଟିତ ଚରକ ଉଦ୍ୟାନ ଓ ବାଉଁଶ ଉଦ୍ୟାନରେ ଯୋଗ ଓ ବ୍ୟାୟାମ କରୁଥିବା ଦେଖିବାକୁ ମିଳୁଛି। ଏଠାରେ କୌଣସି ପେଭର୍‌ ବ୍ଲକ୍‌ ପଡ଼ିନଥିଲା ବେଳେ ମୋରମ୍‌ ଉପରେ ଖାଲିପାଦରେ ଚାଲିବାକୁ ପ୍ରାତଃଭ୍ରମଣକାରୀମାନେ ପସନ୍ଦ କରୁଛନ୍ତି। ପ୍ରାତଃଭ୍ରମଣ ପାଇଁ ସକାଳ ସାଢ଼େ ୫ଟାରୁ ସାଢ଼େ ୮ଟା ପର୍ଯ୍ୟନ୍ତ ଜ୍ଞାନକେନ୍ଦ୍ର ଖୋଲା ରହୁଛି। ବରିଷ୍ଠ ନାଗରିକଙ୍କ ପାଇଁ ନିଶୁଳ୍କ ପ୍ରବେଶ ବ୍ୟବସ୍ଥା ରହିଛି। ଶିଶୁମାନଙ୍କ ପାଇଁ ୧୦ଟଙ୍କା ଓ ବୟସ୍କଙ୍କ ପାଇଁ ୨୦ଟଙ୍କା ପ୍ରବେଶ ଶୁଳ୍କ ରହିଛି। ଏପରିକି ୧୦୦ଟଙ୍କା ଦେଇ ମାସିକିଆ ପାସ୍‌ ମଧ୍ୟ କରିହେବ।

ଆଇଗିଣିଆ ମହାଦେବବିହାର ଅଞ୍ଚଳର ରଜନୀକାନ୍ତ ଷଡ଼ଙ୍ଗୀ କୁହନ୍ତି, ସକାଳୁ ଏଭଳି ଏକ ସ୍ଥାନରେ ମର୍ଣ୍ଣିଂୱାକ୍‌ କରିବାର ମଜା ଅଲଗା। ବିଭିନ୍ନ ଔଷଧୀୟ ବୃକ୍ଷଲତା ଭରା ଏହି ସ୍ଥାନରେ ସକାଳୁ ଚାଲିଲେ ମନ ପ୍ରଫୁଲ୍ଲ ରହୁଛି ବୋଲି ସେ କହିଛନ୍ତି। ସେହିପରି ଏଠାକୁ ଆସୁଥିବା ଲାଫିଙ୍ଗ୍‌ କ୍ଲବ୍‌ର ସଦସ୍ୟମାନେ କହିଛନ୍ତି ଯେ ଏଭଳି ଏକ ଶାନ୍ତ ପରିବେଶରେ ଯୋଗ ପ୍ରାଣାୟମ୍‌ ଦ୍ବାରା ସ୍ବାସ୍ଥ୍ୟ ଭଲ ରହୁଛି। ବିଭିନ୍ନ ପ୍ରକାର ଫୁଲ ଗଛ ଦେଖି ମନ ଖୁସି ହେଉଥିବା ସେମାନେ କହିଛନ୍ତି। ଜ୍ଞାନକେନ୍ଦ୍ର ପରିସରରେ ଖଦି ଓ ଗ୍ରାମୋଦ୍ୟୋଗ ବିଭାଗ ପକ୍ଷରୁ ବଭିନ୍ନ ସ୍ଥାନରେ ମହୁମାଛି ବାକ୍ସ ଲଗାଯାଇଛି। ଏଠାରେ ନାନା ପ୍ରଜାତିର ଫଲଗଛ ଥିବାରୁ ମହୁ ଉତ୍ପାଦନ ନିମନ୍ତେ ପରୀକ୍ଷାମୂଳକ ଭାବେ ଏହାକୁ ସ୍ଥାପନ କରାଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe