ଭୁବନେଶ୍ୱର: ସୋମବାର ୧୩ ତାରିଖ ରାତି ୯ଟା ୩୦ ମିନିଟ୍ରୁ ଆରମ୍ଭ ହୋଇଛି ଜି-ସାର୍ଥକର ଅନ୍ୟତମ ଲୋକପ୍ରିୟ କାର୍ଯ୍ୟକ୍ରମ ‘ଗୃହଲକ୍ଷ୍ମୀ’। ପ୍ରତି ସୋମବାରରୁ ଗୁରୁବାର ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ପ୍ରସାରିତ ହେବ। ମାର୍ଗଶିର ମାସ ମାଣବସା ଗୁରୁବାରକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ଆୟୋଜିତ ହେଉଥିବା ଏହି କାର୍ଯ୍ୟକ୍ରମର ଅଡିସନ୍ ଓଡ଼ିଶାର ୯ଟି ସହରରେ ଅନୁଷ୍ଠିତ ହୋଇଥିଲା। ହଜାର ହଜାର ପ୍ରତିଯୋଗୀଙ୍କ ମଧ୍ୟରୁ ଚୟନ ହୋଇଥିବା ଶ୍ରେଷ୍ଠ ୨୦ଜଣ ପ୍ରତିଯୋଗୀ ଏହି କାର୍ଯ୍ୟକ୍ରମରେ ଭାଗ ନେବେ। ସୂଚନାଯୋଗ୍ୟ ଯେ ଅଭିନେତ୍ରୀ ନୈନା ଦାଶ ଏବଂ ତୃପ୍ତି ସିହ୍ନା ଯଥାକ୍ରମେ ବୋହୂ ଓ ଶାଶୂ ଟିମ୍ର ନେତୃତ୍ୱ ନେବେ। ବରିଷ୍ଠ ଅଭିନେତ୍ରୀ ପୁଷ୍ପା ପଣ୍ଡା, ସ୍ମିତା ମହାନ୍ତି, ସଂଗୀତ ନିର୍ଦେଶକ ଶୀକାନ୍ତ ଗୌତମ ବିଚାରକର ଭୂମିକାରେ ରହିଥିବା ବେଳେ ପିଣ୍ଟୁ ନନ୍ଦ କାର୍ଯ୍ୟକ୍ରମରେ ଆଙ୍କରର ଦୟିତ୍ୱ ତୁଲାଇବେ ବୋଲି ଟିଭି ଚ୍ୟାନେଲ୍ ପକ୍ଷରୁ ସୂଚନା ଦିଆଯାଇଛି।
ଗୃହଲକ୍ଷ୍ମୀ-୨୦୧୭ ଆରମ୍ଭ
Advertisment
Follow Us