ମୃତ କନଷ୍ଟେବଲ୍‌ଙ୍କୁ ଗାର୍ଡ ଅଫ୍ ଅନର୍‌, ୫୦ ହଜାର ଟଙ୍କା ଆର୍ଥିକ ଅନୁକମ୍ପା

Advertisment
ମୃତ କନଷ୍ଟେବଲ୍‌ଙ୍କୁ ଗାର୍ଡ ଅଫ୍ ଅନର୍‌, ୫୦ ହଜାର ଟଙ୍କା ଆର୍ଥିକ ଅନୁକମ୍ପା

ଭୁବନେଶ୍ୱର : ସରକାରୀ ଡ୍ୟୁଟି ବେଳେ ପିସିଆର ଭ୍ୟାନ ଭିତରେ ମୃତ୍ୟୁବରଣ କରିଥିବା ଖାରବେଳ ନଗର ଥାନା ଅଧୀନ ଭୌମନଗର ଫାଣ୍ଡିର କନ‌େଷ୍ଟ‌ବଲ୍‌ ସୁଶାନ୍ତ ଗୁରୁ (୪୫)ଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଛି। ତାଙ୍କ ମର ଶରୀରକୁ ଆଜି ପୂର୍ବାହ୍ନ ସାଢ଼େ ୧୦ଟା ବେଳେ ରିଜର୍ଭ ପୁଲିସ ପଡ଼ିଆକୁ ଅଣାଯିବା ପରେ ସେଠାରେ ଶେଷ ସମ୍ମାନ ପ୍ରଦାନ କରାଯାଇଥିଲା। ପୁଲିସ କମିସନର ସତ୍ୟଜିତ ମହାନ୍ତିଙ୍କ ସମେତ ଡିସିପି ଅନୁପ କୁମାର ସାହୁ, ଡିସିପି (ମୁଖ୍ୟାଳୟ) ପଦ୍ମିନୀ ସାହୁ, ଏସିପି (ଜୋନ୍‌-୧) ବିଷ୍ଣୁପ୍ରସାଦ ପାତ୍ର, କମିସନରେଟ୍‌ ପୁଲିସ ପିଆରଓ ଶିଶିର କୁମାର ମିଶ୍ର, ଖାରବେଳ ନଗର ଥାନା ଆଇଆଇସି ବିଶ୍ବରଞ୍ଜନ ସେନାପତି ପ୍ରମୁଖଙ୍କ ସମେତ ହାବିଲଦାର କନ‌ଷ୍ଟ‌େବଲ୍‌‌ ସଂଘର ସମସ୍ତ କର୍ମକର୍ତ୍ତା ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ପରେ ତାଙ୍କ ମରଶରୀର ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା। ତାଙ୍କ ଶେଷ ଦର୍ଶନ ପାଇଁ ରିଜର୍ଭ ପୁଲିସ ସମେତ ସେ ରହୁଥିବା କଲୋନିରେ ପ୍ରବଳ ଭିଡ଼ ଜମିଥିଲା। କମିସନରେଟ୍‌ ପୁଲିସ ପକ୍ଷରୁ ୫୦ ହଜାର ଟଙ୍କା ତତ୍କାଳ ସହାୟତା ପ୍ରଦାନ କରାଯାଇଥିଲା। ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା।

ସୂଚନା ମୁତାବକ, ଜଗତ୍‌ସିଂହପୁରର ବାସିନ୍ଦା ତଥା କମିସନରେଟ୍‌ ପୁଲିସର ୬୬୮ ନମ୍ବର କନଷ୍ଟେବଲ୍‌ ସୁଶାନ୍ତ ଗୁରୁ ଭୌମନଗର ଫାଣ୍ଡିରେ କାମ କରୁଥିଲେ। ଗତରାତି ପ୍ରାୟ ସାଢ଼େ ୭ଟା ବେଳେ ପିସିଆର ନମ୍ବର ୨୭ରେ ସେ ପାଟ୍ରୋଲିଂ କରିବା ପାଇଁ ଯାଉଥିବା ବେଳେ ଭ୍ୟାନ ଭିତରେ ବେହୋସ ହୋଇଯାଇଥିଲେ। ତାଙ୍କୁ କ୍ୟାପିଟାଲ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe