ବିଏମ୍‌ସି ପରିଦର୍ଶନ କଲା ଦେଢ଼ ବର୍ଷର ଗୁଡ଼ିଆ

ପଞ୍ଚାୟତ-ବିଏମ୍‌ସି ଟଣାଓଟରା, ଫସିଯାଇଛନ୍ତି ଜଗନ୍ନାଥନଗର ବାସିନ୍ଦା

ଭୁବନେଶ୍ୱର : ନିର୍ଯାତିତା ମା’ ବନଲତାର ନିରୀହ ଶିଶୁ ଗୁଡ଼ିଆ। ମାତ୍ର ଦୁଇମାସ ହୋଇଥିବାବେଳେ ସେ ଉଦ୍ଧାର ହୋଇଥିଲା ଆଶ୍ରୟସ୍ଥଳ କର୍ମକର୍ତାଙ୍କ ଦ୍ୱାରା। ଏବେ ତା’କୁ ହେଲାଣି ପ୍ରାୟ ଦେଢ଼ ବର୍ଷ। ବାପାର ପରିଚୟ ନଥିବା ଗୁଡ଼ିଆ ଆଉ ତା ମା’ ୟୁନିଟ ୬ ସ୍ଥିତ ବନଦୁର୍ଗାଙ୍କ ମନ୍ଦିରରେ ଆଶ୍ରୟ ନେଉଥିଲେ। ଏହି ସମୟରେ ୟୁନିଟ ୬ ସ୍ଥିତ ବିଏମ୍‌ସି ଆଶ୍ରୟସ୍ଥଳୀର କର୍ମକର୍ତାଙ୍କ ନଜରରେ ମା’ ଛୁଆ ଦୁଇ ଜଣ ପଡ଼ିବାରୁ ଆଶ୍ରୟସ୍ଥଳୀ କର୍ମକର୍ତା ସେମାନଙ୍କୁ ଆଶ୍ରୟସ୍ଥଳୀକୁ ନେଇ ଯାଇଥିଲେ। ଗୁଡ଼ିଆ ଆଶ୍ରୟସ୍ଥଳୀରେ ସଭିଙ୍କ ପ୍ରିୟ ପାଲଟି ଯାଇଥିଲା। ଆଜି ଦେଢ଼ବର୍ଷ ପରେ ଆଶ୍ରୟସ୍ଥଳୀ ବାସିନ୍ଦାଙ୍କ କୌଣସି କାର୍ଯ୍ୟ ବିଏମ୍‌ସି କାର୍ଯ୍ୟାଳୟରେ ପଡ଼ିବାରୁ ସେମାନେ ବିଏମ୍‌ଏସି କାର୍ଯ୍ୟାଳୟ ଆସିଥିଲେ। ଆଉ ସବୁବେଳେ ବାହାରକୁ ଯିବା ପାଇଁ ଇଚ୍ଛା କରୁଥିବା ଗୁଡ଼ିଆ ସ୍ୱେଚ୍ଛାସେବୀ ଆଭାରାଣୀଙ୍କ ପଣତକାନି ଭିଡ଼ି ଧରିଥିଲା। ଆଭାରାଣୀ ବି ତାକୁ ସାଥୀରେ ବିଏମ୍‌ସି କାର୍ଯ୍ୟାଳୟ ନେଇ ଆସିଥିଲେ। ବିଶାଳ ବିଏମ୍‌ସି ପରିବାରର କର୍ମଚାରୀ ଏହି ଛୋଟିଆ ସଦସ୍ୟଙ୍କ ପରିଚୟ ଯେତେବେଳେ ପାଇଥିଲେ, ସମସ୍ତେ ତାକୁ ଶ୍ରଦ୍ଧାରେ ଆଦର କରିଥିଲେ। ସୂଚନାଯୋଗ୍ୟ ଯେ, ବିଏମ୍‌ସି ଅଂଚଳରେ ଏବେ ସାତଟି ଆଶ୍ରୟସ୍ଥଳୀ ରହିଛି। ବାସହରାମାନଙ୍କୁ ଉପଯୁକ୍ତ ଖାଦ୍ୟ ଏବଂ ସ୍ୱାସ୍ଥ୍ୟ ସୁବିଧା ସହ ସେମାନଙ୍କୁ ଏଠାରେ ଆଶ୍ରୟ ପ୍ରଦାନ କରାଯାଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe