ଭୁବନେଶ୍ବର: ଗିନିଜ୍ ବୁକ ଅଫ ୱାର୍ଲଡ ରେର୍କଡ ପାଇଁ ହୁଇଲ୍ ଚେୟାରରେ ସର୍ବାଧିକ ଦୂରତା ଅତିକ୍ରମ କରିବେ ପୁରୀ ଜିଲ୍ଲାର ୨୮ ବର୍ଷୀୟ ଦିବ୍ୟାଙ୍ଗ ଯୁବକ କମଳକାନ୍ତ ନାୟକ। ଆଜି ସଂଧ୍ୟାରେ ଭୁବନେଶ୍ବର ଅଶୋକନଗରସ୍ଥିତ ହୋଟେଲ ରେଲ୍ଭିୟୁରେ ଅନୁଷ୍ଠିତ ଏକ ସମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହି ସେ ଏହି ସୂଚନା ଦେଇଛନ୍ତି। ଜାନୁଆରୀ ୧୫-୧୬ ତାରିଖ ଦିନ ୨୪ ଘଣ୍ଟାରେ ସାଧାରଣ ହୁଇଲ ଚେୟାର୍ ମାଧ୍ୟମରେ ସର୍ବାଧିକ ଦୂରତା ଅତିକ୍ରମ କରି ଗିନିଜ୍ ବୁକ ଅଫ୍ ୱାର୍ଲଡ ରେର୍କଡରେ ସ୍ଥାନ ପାଇବା ନେଇ ସେ ଆଶାବାଦୀ ରହିଛନ୍ତି। ୧୫ ତାରିଖ ଅପରାହ୍ନ ୩ଟାରୁ ୧୬ ତାରିଖ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମାଷ୍ଟରକ୍ୟାଣ୍ଟନ୍ ଛକ ଠାରୁ ରାଜମହଲ ପର୍ଯ୍ୟନ୍ତ ଥିବା ସାଇକେଲ ଟ୍ରାକରେ ସେ ୨୪ ଘଣ୍ଟାରେ ଟ୍ରାଇ ସାଇକେଲ ଚଲାଇ ଏହି ଦୂରତା ଅତିକ୍ରମ କରିବେ। ୨୦୧୭ ଡିସେମ୍ବରରେ ପର୍ତ୍ତୁଗାଲର ମାରିଓ ଟ୍ରିନଡାଡେ ସମୁଦାୟ ୧୮୨.୪ କିମି ଦୂରତା ଅତିକ୍ରମ କରି ଗିନିଜ୍ ୱାର୍ଲଡ ରେର୍କଡ ବୁକରେ ସ୍ଥାନ ପାଇଥିଲେ। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ବେଟର ଲାଇଫ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଓଡ଼ିଶା ରାଜ୍ୟ ହୁଇଲ ଚେୟାର ବାସ୍କେଟ୍ ବଲ୍ ଆସୋସିଏସନର ସମ୍ପାଦକ ଦୁର୍ଗାପ୍ରସାଦ ପଟ୍ଟନାୟକ ଉପସ୍ଥିତ ଥିଲେ। ରାଜ୍ୟ ଖେଳ ଓ ଯୁବ ବ୍ୟାପାର ବିଭାଗ ଏବଂ ସ୍ମାର୍ଟ ସିଟି ଲିମିଟେଡ କମଳଙ୍କୁ ଏଭଳି ପ୍ରତିଯୋଗିତାରେ ଭାଗ ନେବାକୁ ସାହାଯ୍ୟ କରିଥିବାରୁ ସେ ଧନ୍ୟବାଦ ଜଣାଇଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us