ଗୁଣଗ୍ରାହୀ ସାହୁଙ୍କ ଉପନ୍ୟାସ ‘ଆକାଶକୁ ଶିଡ଼ି’ ପାଠକାର୍ପିତ

Advertisment
ଗୁଣଗ୍ରାହୀ ସାହୁଙ୍କ ଉପନ୍ୟାସ ‘ଆକାଶକୁ ଶିଡ଼ି’ ପାଠକାର୍ପିତ

ଭୁବନେଶ୍ୱର: ସକଳ ସମ୍ଭାବନା ଥାଇ ସୁଦ୍ଧା ଓଡ଼ିଶା ଯେଉଁଭଳି ଭାବେ ସଫଳ ହେବା କଥା ସେପରି ଆଗେଇ ପାରୁନାହିଁ। କାରଣ ଓଡ଼ିଶାର ୮୦ ଭାଗ ଯୋଗ୍ୟ ବ୍ୟକ୍ତିମାନେ ବିଦେଶରେ। ଓଡ଼ିଶାରେ ଯୋଗ୍ୟତା ଆଧାରରେ ସଫଳତା ମିଳୁନି ବୋଲି ସେମାନେ ଅନୁଭବ କରୁଛନ୍ତି। ଓଡ଼ିଶାରେ ରହି ଯାଇଥିବା ଅଧାଯୋଗ୍ୟ ଓ ଅଯୋଗ୍ୟମାନେ ସତକଥା କହିବାକୁ ପଛଘୁଞ୍ଚା ଦେଉଛନ୍ତି। ଏଭଳି ସମୟରେ ଉପନ୍ୟାସ ‘ଆକାଶକୁ ଶିଡ଼ି’ ସାଂପ୍ରତିକ ପରିସ୍ଥିତି ପ୍ରତି ଦୃଷ୍ଟି ଆକର୍ଷଣ କରିବ। ଲେଖକଙ୍କ ଲେଖାର ପ୍ରଭାବ ଓ ଭାଷାର ଗଭୀରତା ଅନେକଙ୍କ ଜୀବନ ଦର୍ଶନ ବଦଳାଇବ। ଆଜି ସ୍ଥାନୀୟ ଜୟଦେବ ଭବନରେ ସାମ୍ବାଦିକ ଗୁଣଗ୍ରାହୀ ସାହୁଙ୍କ ଉପନ୍ୟାସ ‘ଆକାଶକୁ ଶିଡ଼ି’ର ପାଠକାର୍ପଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ।

ସଭାର ମୁଖ୍ୟବକ୍ତା ବିଶିଷ୍ଟ ଲେଖକ ଅଧ୍ୟାପକ ବିଶ୍ୱ ରଞ୍ଜନ କହିଲେ, ଶ୍ରୀ ସାହୁ ରାଜ୍ୟ ତଥା ଦେଶର ବିକାଶକୁ ଦୃଷ୍ଟିରେ ରଖି ଏକ ବାସ୍ତବବାଦୀ ଉପନ୍ୟାସ ଲେଖିଛନ୍ତି। ଏଥିରେ ବିକାଶ ରାଜନୀତିର ବାସ୍ତବ ରୂପ ସହ ସାଂପ୍ରତିକ ସମାଜର ସଂଘର୍ଷ ଓ ସଫଳତାର ଚିତ୍ର ରହିଛି। ସଭାରେ ଅଧ୍ୟକ୍ଷତା କରି ‘ପୌରୁଷ’ର ସମ୍ପାଦକ ଅସିତ୍ ମହାନ୍ତି କହିଥିଲେ, ଆକାଶକୁ ଶିଡ଼ି ଶୂନ୍ୟରୁ ବନ୍ଧା ଯାଇପାରିବ ନାହିଁ। ଆକାଶକୁ ଶିଡ଼ି ମାଟିରୁ ହିଁ ବାନ୍ଧିବାକୁ ପଡ଼ିବ ବୋଲି ଉପନ୍ୟାସରେ ଲେଖକ ଚେତାଇ ଦେଇଛନ୍ତି। ଲେଖକ ଶ୍ରୀ ସାହୁ ଲେଖକୀୟ ଅଭିବ୍ୟକ୍ତି ପ୍ରକାଶ କରିଥିବାବେଳେ କାଙ୍ଗାଳି ଚରଣ ଜେନା ପାଠକୀୟ ଅଭିବ୍ୟକ୍ତିରେ ଏ ଉପନ୍ୟାସ ତଥ୍ୟଭିତ୍ତିକ ଓ ବାସ୍ତବଧର୍ମୀ ବୋଲି କହିଥିଲେ। ପ୍ରକାଶକ ଭିକାରୀ ଧଳ ଅତିଥି ପରିଚୟ ସହ ସ୍ୱାଗତ ବକ୍ତବ୍ୟ ଦେଇଥିଲେ। ମଙ୍ଗଳା ପ୍ରସନ୍ନ ଧଳ ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିଲେ। ‘ସମ୍ବାଦ‘ର ଫିଚର୍ ମୁଖ୍ୟ ଧୃତିକାମ ମହାନ୍ତି ଧନ୍ୟବାଦ ଦେଇଥିଲେ। ୨୭୨ ପୃଷ୍ଠାର ଏହି ଉପନ୍ୟାସର ପ୍ରକାଶକ ହେଉଛନ୍ତି ‘କାବ୍ୟାଲୋକ’।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe