‌ଶେଷ ସଂଧ୍ୟାରେ ମନ ମୋହିଲା ଓଡ଼ିଶୀ ନୃତ୍ୟ: ବିନୋଦିନୀ ଦେବୀଙ୍କୁ ‘ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ’

Advertisment

ଆରୁଷୀ ଓ ରାମଚନ୍ଦ୍ର ପାଇଲେ ‘ଗୁରୁ କେଳୁଚରଣ ଯୁବ ପ୍ରତିଭା ସମ୍ମାନ’

ଆରୁଷୀ ଓ ରାମଚନ୍ଦ୍ର ପାଇଲେ ‘ଗୁରୁ କେଳୁଚରଣ ଯୁବ ପ୍ରତିଭା ସମ୍ମାନ’

‌ଶେଷ ସଂଧ୍ୟାରେ ମନ ମୋହିଲା ଓଡ଼ିଶୀ ନୃତ୍ୟ: ବିନୋଦିନୀ ଦେବୀଙ୍କୁ ‘ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ’

ଭୁବନେଶ୍ବର : ନୃତ୍ୟାନୁଷ୍ଠାନ ‘ସୃଜନ’ ପକ୍ଷରୁ ଡିଜିଟାଲ୍ ମାଧ୍ୟମରେ ୫ଦିନ ବ୍ୟାପୀ ଆୟୋଜିତ ୨୭ତମ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଉତ୍ସବ-୨୦୨୧ ଆଜି ଉଦ୍‌ଯାପିତ ହୋଇଯାଇଛି। ଅନ୍ତିମ ସନ୍ଧ୍ୟାରେ ଅନୁଷ୍ଠାନ ପକ୍ଷରୁ କରୋନା କଟକଣା‌ରେ ଚଳିତବର୍ଷର ପୁରସ୍କାର ପ୍ରଦାନ କରାଯାଇଥିଲା। ଏଥିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଅତିଥି ଭାବେ ଯୋଗଦେଇ ଜୀବନବ୍ୟାପୀ ସାଧନା ପାଇଁ ବରିଷ୍ଠ ଅଭିନେତ୍ରୀ ବିନୋଦିନୀ ଦେବୀଙ୍କୁ ‘ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ’ ପ୍ରଦାନ କରିଥିଲେ। ପୁରସ୍କାରସ୍ୱରୂପ ତାଙ୍କୁ ୧ଲକ୍ଷ ଟଙ୍କାର ଅର୍ଥରାଶି ସହ ଉତ୍ତରୀୟ ଓ ସ୍ମୃତିଫଳକ ପ୍ରଦାନ କରାଯାଇଥିଲା।

publive-image ????????????????????????????????????

ସେହିପରି ପ୍ରତିଷ୍ଠିତ ଓଡ଼ିଶୀ ନୃତ୍ୟଶିଳ୍ପୀ ଆରୁଷୀ ମୁଦଗଲ୍ ଓ ପ୍ରତିଭାଦୀପ୍ତ ଓଡ଼ିଶୀ ମର୍ଦ୍ଦଳ ଶିଳ୍ପୀ ରାମଚନ୍ଦ୍ର ବେହେରାଙ୍କୁ ସେମାନଙ୍କ ସାଧନାର ସ୍ୱୀକୃତିସ୍ୱରୂପ ‘ଗୁରୁ କେଳୁଚରଣ ଯୁବ ପ୍ରତିଭା ସମ୍ମାନ’ରେ ସମ୍ମାନିତ କରାଯାଇଛି। ଉଭୟଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ଅର୍ଥରାଶି ସହ ଉତ୍ତରୀୟ ଓ ସ୍ମୃତିଫଳକ ପ୍ରଦାନ କରାଯାଇଛି। ପରେ ସାଂସ୍କୃତିକ ସନ୍ଧ୍ୟାରେ ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତଭିତ୍ତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ସବୁ ବର୍ଷ ପରି ଏଥର ମହୋତ୍ସବ ଶେଷ ସନ୍ଧ୍ୟାରେ ‘ସୃଜନ’ର ନିର୍ଦ୍ଦେଶକ ଗୁରୁ ରତିକାନ୍ତ ମହାପାତ୍ରଙ୍କ ନିର୍ଦ୍ଦେଶନାରେ ଅନୁଷ୍ଠାନର ଉଦୀୟମାନ ଶିଳ୍ପୀସମୂହ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ଦର୍ଶକ ଓ ଶ୍ରୋତାମଣ୍ଡଳୀ ଡିଜିଟାଲ୍ ମାଧ୍ୟମରେ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ। କାର୍ଯ୍ୟକ୍ରମର ନିର୍ଦ୍ଦେଶନା ଓ ପରିଚାଳନା କରିଥିଲେ ଗୁରୁଶ୍ରୀ ମହାପାତ୍ର ଓ ସହାୟତା କରିଥିଲେ ଯୁବ ଆଲୋକ ପରିଚାଳକ ଦେବୀପ୍ରସାଦ ମିଶ୍ର। କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ମାୟା କ୍ରିଷ୍ଣମୂର୍ତ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe