ଘରେ ରହି ଭାବ ପୂଜା କରିବାକୁ ଗୁରୁଜୀଙ୍କ ପରାମର୍ଶ

Advertisment
ଘରେ ରହି ଭାବ ପୂଜା କରିବାକୁ ଗୁରୁଜୀଙ୍କ ପରାମର୍ଶ

Shirdi Sai Global Foundation

ନୂଆଦିଲ୍ଲୀ : ଦୁର୍ଗାପୂଜା ଉପଲକ୍ଷେ ଗୁରୁଜୀ ଡ. ଚନ୍ଦ୍ରଭାନୁ ଶତପଥୀ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଏକ ପ୍ରେସ୍‌ବାର୍ତ୍ତାରେ ସେ କହିଛନ୍ତି ଯେ ଦଶହରା ଓଡ଼ିଶାର ଏକ ମହାନ୍‌ ସାମାଜିକ ଓ ସାଂସ୍କୃତିକ ପର୍ବ। ତେବେ ଚଳିତବର୍ଷ କରୋନା କଟକଣା ଯୋଗୁଁ ସରକାରୀ ନିୟମ ମଧ୍ୟରେ ଏହି ଉତ୍ସବକୁ ପାଳନ କରିବା ସମସ୍ତଙ୍କର କର୍ତ୍ତବ୍ୟ। ସାଇ ଭକ୍ତମାନଙ୍କ ପାଇଁ ମଧ୍ୟ ଏହି ଦିନଟିର ବିଶେଷ ତାତ୍ପର୍ଯ୍ୟ ରହିଛି। କାରଣ ଏହି ଦିନ ୧୯୧୮ ମସିହାରେ ସଦ୍‌ଗୁରୁ ଶ୍ରୀ ଶିରିଡ଼ି ସାଇବାବା ଦେହତ୍ୟାଗ କରିଥିଲେ। ସୁତରାଂ ଏହି ଦିନଟିକୁ ବାବାଙ୍କର ମହାସମାଧି ଦିବସ ଭାବେ ସର୍ବତ୍ର ପାଳନ କରାଯାଇଥାଏ।

କିନ୍ତୁ ଚଳିତବର୍ଷ ଏଥିରୁ ନିବୃତ୍ତ ହୋଇ ଘରେ ରହି ପୂଜା ଓ ଆରାଧନା କରିବା ଉପରେ ଗୁରୁଜୀ ଡ. ଶତପଥୀ ଗୁରୁତ୍ବାରୋପ କରିଛନ୍ତି। ବହୁ ପ୍ରଚେଷ୍ଟାର ଫଳସ୍ବରୂପ ଓଡ଼ିଶାରେ କରୋନା କିଛିଟା ନିୟନ୍ତ୍ରଣରେ ରହିଛି। ତେଣୁ ଏଥିପ୍ରତି ସମସ୍ତେ ସଜାଗ ରହି ସଂଯମତା ରକ୍ଷା କରିବା ବର୍ତ୍ତମାନ ପରିସ୍ଥିତିରେ ଏକାନ୍ତ ଆବଶ୍ୟକ ବୋଲି ଡ. ଶତପଥୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe