ମାୟାଧର ରାଉତଙ୍କୁ ଗୁରୁଶ୍ରୀ ସମ୍ମାନ

ମାୟାଧର ରାଉତଙ୍କୁ ଗୁରୁଶ୍ରୀ ସମ୍ମାନ

ଭୁବନେଶ୍ୱର : ‘ରସର କେଲି ବୋ’, ‘ବସନ୍ତ ପଲ୍ଲବୀ’, ‘ମିତ ଚାହାଁରେ ଗୀତ’, ‘ଓମ୍‌ ନମଃ ଶିବାୟ’ ପରି ଅନେକ ଓଡ଼ିଶୀ ଓ ସମ୍ବଲପୁରୀ ନୃତ୍ୟକୁ ଦର୍ଶକମାନଙ୍କ ନିକଟରେ ବେଶ୍‌ ନିଖୁଣ ଭାବେ ଉପସ୍ଥାପନ କରିଥିଲେ ଶିଳ୍ପୀବୃନ୍ଦ। ଅବସର ଥିଲା ପ୍ରଜ୍ଞା ନୃତ୍ୟାୟନ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ଅଷ୍ଟମ ଗୁରୁଶ୍ରୀ ସମ୍ମାନ। ସ୍ୱୟଂପ୍ରଜ୍ଞା ସାହୁ ଓଡ଼ିଶୀ ନୃତ୍ୟାଭିନୟରେ ‘କୁନ୍ତି’ ଓ ଗୁରୁ ମାୟାଧର ରାଉତଙ୍କ ନୃତ୍ୟ ନିର୍ଦ୍ଦେଶନାରେ ଦଳଗତ ନୃତ୍ୟରେ ‘ନାଚନ୍ତି କୃଷ୍ଣ କି ମଧୁରେ’ ପରିବେଷିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମୁଖ୍ୟବକ୍ତା ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ସମ୍ମାନିତ ଅତିଥି ଭାବେ ଓଡ଼ିଶୀ ନୃତ୍ୟଗୁରୁ ଦୁର୍ଗାଚରଣ ରଣବୀର, ଓଡ଼ିଶୀ ନୃତ୍ୟଶିଳ୍ପୀ ସ୍ନେହପ୍ରଭା ସାମନ୍ତରାୟ ଓ ପିପିଏଲ୍‌ (କର୍ପୋରେଟ୍‌ ଆଫାୟାର୍ସ)ର ମୁଖ୍ୟ ପ୍ରବନ୍ଧକ ସୁଧୀ ରଂଜନ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

ଏହି ଅବସରରେ ଓଡ଼ିଶୀ ନୃତ୍ୟଗୁରୁ ମାୟାଧର ରାଉତଙ୍କୁ ଗୁରୁଶ୍ରୀ ସମ୍ମାନ, ସଂଗ୍ରାମ ପ୍ରଧାନଙ୍କୁ ‘ନୃତ୍ୟ ସଂରଚନା ସମ୍ମାନ’, ବିଦିଶା ବସୁମଲ୍ଲିକ, ଆୟାନ୍‌ ସାହୁ, ଜ୍ୟୋତିରାଦିତ୍ୟ ମହାପାତ୍ର ଓ ସିଦ୍ଧାର୍ଥ କରଙ୍କୁ ପ୍ରଜ୍ଞା ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଥିଲା। ଅନୁଷ୍ଠାନର ସଭାପତି ତଥା କର୍ପୋରେଟର ନବକିଶୋର ବେହେରା, ସମ୍ପାଦିକା ସ୍ୱୟଂପ୍ରଜ୍ଞା ସାହୁ ଓ କୋଷାଧ୍ୟକ୍ଷ ଗୟାଧର ସାହୁ ଉପସ୍ଥିତ ଥିଲେ। ଶ୍ରୀନିବାସ ଘଟୁଆରୀ ସଭା ସଂଯୋଜନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe