ହବିବାର ‘ଡ୍ରିମ୍‌ ନାଇଟ୍‌’

Advertisment
ହବିବାର ‘ଡ୍ରିମ୍‌ ନାଇଟ୍‌’

ଭୁବନେଶ୍ୱର: ନୃତ୍ୟ ଓ ଗୀତରେ ୩୦ତମ ‘ଡ୍ରିମ୍‌ ନାଇଟ୍‌’ ପାଳିଥିଲା ବହୁ ପୁରୁଣା ନୃତ୍ୟାନୁଷ୍ଠାନ ହବିବା ଡ୍ୟାନ୍ସ ଗ୍ରୁପ୍‌। ଉତ୍କଳ ମଣ୍ଡପରେ ଆୟୋଜିତ କାର୍ଯ୍ୟକ୍ରମରେ ସମସାମୟିକ ନୃତ୍ୟ ସହ ସାଲ୍‌ସା, ଜାଜ୍‌, ଲିରିକାଲ୍‌ ହିପ୍‌ହପ୍‌, ଳକିଙ୍ଗ୍‌ ଆଣ୍ଡ୍‌ ପପିଙ୍ଗ୍‌, ଫ୍ରି-ଷ୍ଟାଇଲ୍‌ ଏବଂ ବଲିଉଡ୍‌ ଧମାକା ଦେଖିବାକୁ ମିଳିଥିଲା। ସମସ୍ତ ନୃତ୍ୟର ସଂଯୋଜନା କରିଥିଲେ ଶରତ ମଲିଆ। ଦଳଗତ ନୃତ୍ୟରେ ଶିଳ୍ପୀଙ୍କ ମନ ମତାଣିଆ ନୃତ୍ୟ ଦର୍ଶକଙ୍କୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିଥିଲା। ଏଥିସହିତ ଗୌତମ ଗିରି, ରୋଜାଲିନ୍‌ ମିଶ୍ର ଏବଂ ମାନସ ପ୍ରୀତମ୍‌ଙ୍କ କଣ୍ଠରେ କିଛି ହିଟ୍‌ ଗୀତ ମଧ୍ୟ ମଞ୍ଚର ଶୋଭା ଆହୁରି ବଢ଼ାଇ ଦେଇଥିଲା।

ନୂଆ ଓ ପୁରୁଣା ଓଡ଼ିଆ ଓ ହିନ୍ଦୀ ଗୀତ ସମେତ ରିମିକ୍ସରେ ଦର୍ଶକଙ୍କ ମନୋରଂଜନ କରିଥିଲେ ଶିଳ୍ପୀବୃନ୍ଦ। ଏହି ଅବସରରେ ଓଲିଉଡ୍‌ ଅଭିନେତା ସ୍ୱରାଜ ବାରିକ ଏବଂ ଯୁବ ଖ୍ୟାତନାମା ନୃତ୍ୟ ସଂଯୋଜକ ବିଶ୍ୱରୂପ ମିଶ୍ରଙ୍କୁ ପୁରସ୍କୃତ କରାଯାଇଥିଲା। ବିଶ୍ୱରୂପ ନିଜ ମା’ଙ୍କ ହାତରୁ ମଂଚ ଉପରେ ସମ୍ମାନ ଗ୍ରହଣ କରିବା ସହ ତାଙ୍କ ନୃତ୍ୟ ଜୀବନର ଜୟଯାତ୍ରା ବାବଦରେ କହିଥିଲେ। ଏହି ଅବସରରେ କଂଗ୍ରେସ ନେତା ସୁର ରାଉତରାୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିବା ବେଳେ ହବିବା ଡ୍ୟାନ୍ସ ଗ୍ରୁପ୍‌ର ସଭାପତି ଦିଲ୍ଲୀପ ହାଲି, ଡ.ଚିତ୍ତରଂଜନ ମଲିଆ ଏବଂ ସମ୍ପାଦକ ତଥା ଡ୍ୟାନ୍‌ସ ଗ୍ରୁପ୍‌ର ମୁଖ୍ୟ ଶରତ ମଲିଆ ଉପସ୍ଥିତ ଥିଲେ। ଭବାନୀ ଶଙ୍କର ମଲିଆ ଓ ସରୋଜ ମଲିଆ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ସନ୍ଦୀପ ଓ ମୁନ୍‌ମୁନ୍‌।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe