କମିସନରେଟ୍ ପୁଲିସରେ ପୁଣି କଳଙ୍କ: ଦ୍ୱିତୀୟ ବିବାହ କରି ହାବିଲଦାର ଗିରଫ

Advertisment
କମିସନରେଟ୍ ପୁଲିସରେ ପୁଣି କଳଙ୍କ: ଦ୍ୱିତୀୟ ବିବାହ କରି ହାବିଲଦାର ଗିରଫ

ଭୁବନେଶ୍ବର : କମିସନରେଟ୍ ପୁଲିସରେ ପୁଣି କଳଙ୍କ। ପତ୍ନୀ ଥାଇ ଦ୍ବିତୀୟ ବିବାହ କରିବା, ନିର୍ଯାତନା ଦେବା ମାମଲାରେ ମହିଳା ଥାନା ପୁଲିସ ଜଣେ ହାବିଲଦାରଙ୍କୁ ଗିରଫ କରିଛି। ଗିରଫ ହାବିଲଦାର ହେଲେ, ଧଉଳି ଥାନାରେ କାର୍ଯ୍ୟରତ ସଦାଶିବ ସ୍ବାଇଁ।

ମିଳିଥିବା ସୂଚନା ଅନୁସାରେ, ଦ୍ବିତୀୟ ବିବାହ କରିଥିବା ପତ୍ନୀ ବାସନ୍ତୀ ସ୍ବାଇଁ ସଦାଶିବଙ୍କ ବିରୋଧରେ ମହିଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ବାସନ୍ତୀଙ୍କ ନିଜ ଘର ଯାଜପୁର ସୁକିନ୍ଦା ଅଞ୍ଚଳରେ ହୋଇଥିବା ବେଳେ ସେ ସାମନ୍ତରାପୁରରେ ରହୁଥିଲେ। ୨୦୧୬ରେ ତାଙ୍କର ଏକ ଗଣ୍ଡଗୋଳ ମାମଲା ହୋଇଥିଲା। ଜୀବନ ପ୍ରତି ବିପଦ ଥିବା ଦର୍ଶାଇବାରୁ ତାଙ୍କୁ କମିସନରେଟ ପୁଲିସ ପକ୍ଷରୁ ୨୪ ଘଣ୍ଟିଆ ସୁରକ୍ଷାକର୍ମୀ ଯୋଗାଇ ଦିଆଯାଇଥିଲା। ସେତେବେଳେ ଶ୍ରୀଲିଙ୍ଗରାଜ ଥାନାରେ କନଷ୍ଟେବଳ ଥିବା ସଦାଶିବ ମଝିରେ ମଝିରେ ଡ୍ୟୁଟିରେ ଆସୁଥିଲେ। ଉଭୟଙ୍କ ମଧ୍ୟରେ ସମ୍ପର୍କ ଗଢ଼ି ଉଠିଥିଲା। ସଦାଶିବ ନିଜକୁ ଅବିବାହିତ ବୋଲି କହିଥିଲେ। ୨୦୨୧ ଜାନୁଆରିରେ ସେମାନଙ୍କର ବିବାହ ହୋଇଥିଲା। ଏହା ପରଠାରୁ ସଦାଶିବ ନିର୍ଯାତନା ଦେଇ ଆସୁଥିଲେ। ଉଭୟ ଶାରୀରିକ, ମାନସିକ ନିର୍ଯାତନା ସହ ହତ୍ୟା ଧମକ ଦେଉଥିବା ଅଭିଯୋଗ ହୋଇଥିଲା। ସେ ପୂର୍ବରୁ ବିବାହିତ ଥିବା ବେଳେ ତାଙ୍କର ପିଲା ମଧ୍ୟ ଥିବା ବାସନ୍ତୀ କହିଛନ୍ତି। ଗତକାଲି ବାସନ୍ତୀ ପୁଲିସ କମିସନରଙ୍କ ଦ୍ବାରସ୍ଥ ପରେ ମହିଳା ଥାନାରେ ମାମଲା ରୁଜୁ ହୋଇଥିଲା। ସଦାଶିବଙ୍କୁ ଗିରଫ କରାଯାଇଥିଲା। ଆଜି ସଦାଶିବଙ୍କୁ ସିଆରପିସି ଧାରା-୪୧ ଅନୁସାରେ ନୋଟିସ୍ ଦିଆଯାଇ ଛଡ଼ା ଯାଇଥିବା ମହିଳା ଥାନାର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe