ଚନ୍ଦା ମୁଣ୍ଡରେ କେଶ ସୃଷ୍ଟି ହେବା ପାଇଁ ଜରୁରୀ ଟିପ୍‌ସ

Advertisment

ଲକ୍ଷ୍ମୀକାନ୍ତ ମିଶ୍ର

ଲକ୍ଷ୍ମୀକାନ୍ତ ମିଶ୍ର

ଚନ୍ଦା ମୁଣ୍ଡରେ କେଶ ସୃଷ୍ଟି ହେବା ପାଇଁ ଜରୁରୀ ଟିପ୍‌ସ

ଚନ୍ଦାପଣ ଆମ ସମାଜର ଏକ ବଡ଼ ସମସ୍ୟା। ଚନ୍ଦା ହେବା ଦ୍ଵାରା ଜଣେ ବ୍ୟକ୍ତି ନିଜକୁ ବୟସ୍କ ପରି ଭାବିଥାନ୍ତି। ଯଦି ଆପଣ ଜାଣିବାକୁ ଚାହୁଁଛନ୍ତି ଯେ, କାହିଁକି ଆପଣଙ୍କ ମୁଣ୍ଡରୁ କେଶ ଝଡ଼ୁଛି ତେବେ ଡାକ୍ତରୀ ସହାୟତା ନେଇ ଏହାର ପ୍ରତିକାର କରିବା ପାଇଁ ଏହା ହେଉଛି ପ୍ରକୃଷ୍ଟ ସମୟ। ବେଳେବେଳେ କିଛି ଅସ୍ଥାୟୀ କାରକ ଯଥା ଚାପ, ଔଷଧ ଗ୍ରହଣ ଏବଂ ରୋଗ ପ୍ରଭାବରୁ କେଶ ହାନି ଘଟିଥାଏ। ଗର୍ଭାବସ୍ଥା ସମୟରେ ଏବଂ ପିଲା ଜନ୍ମ ପରେ କିମ୍ବା ମେନୁପୋଜ୍‌ ସମୟରେ ମହିଳାମାନଙ୍କଠାରେ କେଶ ଉପୁଡ଼ିବା ଜନିତ ସମସ୍ୟା ଦେଖାଦେଇଥାଏ। ଏହା ବ୍ୟତୀତ ଥାଇରଏଡ୍‌ ସମସ୍ୟା ଥିଲେ ମଧ୍ୟ କେଶ ଉପୁଡ଼ିଥାଏ। କିନ୍ତୁ ସମୟ ଅନୁସାରେ ଉପଯୁକ୍ତ ପ୍ରତିକାର ଗ୍ରହଣ କଲେ ଏହାକୁ ରୋକାଯାଇପାରେ। ମେଲ୍‌ ପାଟର୍ଣ୍ଣ ଚନ୍ଦାପଣକୁ ଅସ୍ତ୍ରୋପଚାର କରାଯାଇ ସଠିକ୍‌ କରାଯାଏ। ଏହି ପ୍ରଣାଳୀଟି ହେଉଛି ଫୋଲିକୁଲାର ୟୁନିିଟ୍‌ ଟ୍ରାନ୍‌ସପ୍ଲାଣ୍ଟେସନ ବା ଷ୍ଟ୍ରିପ୍‌ ପ୍ରଣାଳୀ। ଆମ ମୁଣ୍ଡର ପଛପଟେ ଥିବା କେଶକୁ ଗୋଟିଏ ଷ୍ଟ୍ରିପ ଦ୍ଵାରା କଟାଯାଇ ଚନ୍ଦାପଣ ରହିଥିବା ସ୍ଥାନରେ କେଶକୁ ପ୍ରତିରୋପଣ କରାଯାଇଥାଏ। ଏହି କେଶ ପ୍ରତିରୋପଣ ପ୍ରଣାଳୀଟି ରୋଗୀମାନଙ୍କ ପାଇଁ ଫଳପ୍ରଦ ଓ ସ୍ଥାୟୀ ସମାଧାନ ପ୍ରଦାନ କରିଥାଏ। ଏଥିପାଇଁ ବିଶେଷ କଷ୍ଟ ସହିବାକୁ ପଡ଼େନାହିଁ। କେବଳ ଖପୁରୀରେ ଲୋକାଲ ଆନାସ୍ଥେସିଆ ଦିଆଯାଇ କାର୍ଯ୍ୟଟିକୁ କରାଯାଇଥାଏ। ସାଧାରଣତଃ ପାର୍ଶ୍ୱପ୍ରତିକ୍ରିୟା ଜନିତ ସମ୍ଭାବନା ବହୁତ କମ୍‌ ରହୁଥିବାରୁ ବର୍ତ୍ତମାନ ସମୟରେ ଏହା ବେଶ୍‌ ଆଦୃତ ଲାଭ କରିଛି। ବର୍ତ୍ତମାନ ଭୁବନେଶ୍ୱରସ୍ଥିତ ଆପୋଲୋ ହସ୍‌ପିଟାଲର ପ୍ଲାଷ୍ଟିକ୍‌, କସ୍‌ମେଟିକ୍‌ ଓ ହେୟାର ରେଷ୍ଟୋରେସନ ସର୍ଜରିର ବରିଷ୍ଠ ପରାମର୍ଶଦାତା ଡା. ଲକ୍ଷ୍ମୀକାନ୍ତ ମିଶ୍ରଙ୍କ ତତ୍ତ୍ଵାବଧାନରେ ଏହି କାର୍ଯ୍ୟ ସୂଚାରୁ ରୂପେ କରାଯାଇପାରୁଛି। ସେ ମଧ୍ୟ ସୌନ୍ଦର୍ଯ୍ୟା କସ୍‌ମେଟିକ୍ସ ଆଣ୍ଡ ଲେଜର ସର୍ଜରୀ ସେଣ୍ଟରର ନିର୍ଦେଶକ ରହିଛନ୍ତି। ତାଙ୍କ ସହିତ ଯୋଗାଯୋଗ କରିବାକୁ ହେଲେ ୮୦୯୩୦୫୦୦୨୩ / ୯୪୩୭୯୨୦୦୨୩ ରେ ସମ୍ପର୍କ କରାଯାଇପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe