ଅଧା ବୁଡ଼ିଛି ରାଜଧାନୀ ସରକାରଙ୍କ ନିଦ ଭାଙ୍ଗୁନି: କଂଗ୍ରେସ

Advertisment
ଅଧା ବୁଡ଼ିଛି ରାଜଧାନୀ ସରକାରଙ୍କ ନିଦ ଭାଙ୍ଗୁନି: କଂଗ୍ରେସ

ଭୁବନେଶ୍ବର: ମହାନଦୀରେ ବନ୍ୟା ପାଣି ଆସିବା ପରେ କୁଆଖାଇ ଓ ଦୟାନଦୀର ପାଶ୍ବବର୍ତୀ ଅଞ୍ଚଳ ବନ୍ୟା ଘେରରେ ରହିଛି। ରାଜଧାନୀର ତଳିଆ ଅଞ୍ଚଳ ଗୁଡିକରେ ବସବାସ କରୁଥିବା ଲୋକମାନେ ଅସହାୟ ଅବସ୍ଥାରେ ଅଛନ୍ତି। ସୁନ୍ଦରପଦା , ଲିଙ୍ଗିପୁର, ଇଟିପୁର, କଲ୍ୟାଣପୁର, ଟିକରପଡ଼ା, ନୂଆଗାଁ, ନାଥପୁରର ଗ୍ରାମବାସୀମାନେ ଅନାଥ ଅବସ୍ଥାରେ ଅଛନ୍ତି। ସେହିପରି ଚନ୍ଦକା ଓ ଅନ୍ୟାନ୍ୟ ଅଞ୍ଚଳ ବୁଡ଼ି ଯିବାରୁ ଲୋକମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛି ଭୁବନେଶ୍ବର ଜିଲ୍ଲା କଂଗ୍ରେସ। ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତତ ଦାଶ କହିଛନ୍ତି ଯେ ସ୍ମାର୍ଟସିଟି ରାଜଧାନୀକୁ ବନ୍ୟା ବିପଦ ଘେରି ରହିଥିବା ବେଳେ ଏହାର ନିରାକରଣ ପାଇଁ ବିଏମସି ପାଖରେ ପ୍ରତିକାରର ବ୍ୟବସ୍ଥା କିଛି ନାହିଁ।

ରାଜଧାନୀ ଉପକଣ୍ଠ ଅଞ୍ଚଳରୁ ପାଣି କିଭଳି ନିଷ୍କାସନ ହେବ ସେଥିପାଇଁ ପଦକ୍ଷେପ ନିଆଯାଇ ନାହିଁ। ଭୁବନେଶ୍ୱର କଂଗ୍ରେସ ପକ୍ଷରୁ ପ୍ରତିବର୍ଷ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଉଥିଲେ ମଧ୍ୟ ସରକାର ସବୁ ଜାଣି ନ ଜାଣିଲା ପରି ରହୁଛନ୍ତି। ରାଜଧାନୀର ଉପକଣ୍ଠରେ ରହୁଥିବା ଗ୍ରାମଗୁଡିକ ବନ୍ୟା ପାଣି ଘେରରେ ଥିବା ବେଳେ ସ୍ଥାନୀୟ ଲୋକଙ୍କୁ ରିଲିଫ ପ୍ରଦାନ କରାଯାଇନାହିଁ। ବିଏମସି କିମ୍ବା ଜିଲ୍ଲା ପ୍ରଶାସନର ଅଧିକାରୀମାନଙ୍କ ପାଦ ଏହି ଅଂଚଳକୁ ପଡ଼ୁ ନାହିଁ। କଂଗ୍ରେସ ଦଳ ସାଧାରଣ ଲୋକଙ୍କ ସ୍ୱାର୍ଥ ପାଇଁ ଦଳ ସଂଗ୍ରାମ ଜାରି ରଖିବ। ରାଜଧାନୀର ବିଭିନ୍ନ ଅଞ୍ଚଳ ସହିତ ବର୍ଷାଦିନେ ଦେଖା ଦେଉଥିବା ବନ୍ୟାର ପ୍ରତିକାର ପାଇଁ ସକରାରଙ୍କ ନିକଟରେ ଏକ ଦାବିପତ୍ର ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe