ନାବାଳକକୁ ହାତକଡ଼ା: ହଟହଟା ପୁଲିସବାବୁ, ବର୍ଷିଲେ ବିଚାରପତି

ସ୍ମାର୍ଟ ଜନପଥରେ ପୋଷ୍ଟର ଏତଲା ଦେଲା ସ୍ମାର୍ଟ ସିଟି

bhubaneswarcuttackpolice.gov.in

ଭୁବନେଶ୍ବର : ନାବାଳକକୁ ସାବାଳକ ଦର୍ଶାଇ ହାତରେ ହାତକଡ଼ା ପକାଇ କୋର୍ଟ ଚାଲାଣ ଉଦ୍ୟମ, କମିସନରେଟ୍‌ ପୁଲିସର ଜଣେ ଅଧିକାରୀଙ୍କୁ ମହଙ୍ଗା ପଡ଼ିଛି। ଏଭଳି ଘଟଣାକୁ ନେଇ ବିଚାରପତି ଭୀଷଣ ଅସନ୍ତୋଷ ବ୍ୟକ୍ତ କରିବା ସହ ସଂପୃକ୍ତ ଅଧିକାରୀଙ୍କ ଉପରେ ବର୍ଷିଛନ୍ତି। ଉକ୍ତ ନାବାଳକଙ୍କୁ ଆସନ୍ତାକାଲି ଜୁଭେନାଇଲ ଜଷ୍ଟିସ୍‌ ବୋର୍ଡରେ ହାଜର କରାଇବାକୁ ଆଦେଶ ଦେଇଛନ୍ତି।

କୋର୍ଟଙ୍କ ବର୍ଷଣ ପରେ ସଂପୃକ୍ତ ଅଧିକାରୀ ନାବାଳକକୁ ଧରି ଥାନାକୁ ଫେରିଛନ୍ତି। ତେବେ ଫେରିବା ବେଳେ ମଧ୍ୟ ନାବାଳକ ହାତରୁ ହାତକଡ଼ା ଖୋଲା ଯାଇନଥିବା ଦେଖି ବିଚାରପତି ପୁଣି ଥରେ ରାଗି ଯାଇଥିଲେ। କିନ୍ତୁ ବିଚାରପତିଙ୍କୁ କ୍ଷମା ମାଗିବାରୁ ଅଧିକାରୀଜଣଙ୍କ କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତି ଯାଇଥିଲେ। ଭୁବନେଶ୍ବର କୋର୍ଟ ପରିସରରେ ଗୁରୁବାର ଏଭଳି ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି।

ସୂଚନାଯୋଗ୍ୟ, ଏକ ପ୍ରାଣାନ୍ତକ ଆକ୍ରମଣ ମାମଲାରେ ଖାରବେଳନଗର ପୁଲିସ ଦୁଇଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିଲା। କୋର୍ଟରେ କାଗଜପତ୍ର ଯାଞ୍ଚ ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କର ବୟସ ୧୭ବର୍ଷ ୬ ମାସ ବୋଲି ଜଣାପଡ଼ିଥିଲା। ସଂପୃକ୍ତ ନାବାଳକଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ସୁକାନ୍ତ ସାହୁ ଏନେଇ କୋ‌ର୍ଟରେ ପକ୍ଷ ରଖିଥିଲେ। ବିଚାରପତିଙ୍କ ଏହା ହୃଦୟଙ୍ଗମ ହେବା ପରେ ସେ ସଂପୃକ୍ତ ପୁଲିସ୍ ଅଧିକାରୀଙ୍କ ଉପରେ ଭୀଷଣ ବର୍ଷିଥିଲେ।

ଆଇନଜୀବୀ ଶ୍ରୀ ସାହୁ କହିଛନ୍ତି, ବାଲ୍ୟ ଅପରାଧୀଙ୍କୁ ହାତକଡ଼ା ପକାଇ କୋର୍ଟକୁ ଆଣିବା ଆଇନସଙ୍ଗତ ନୁହେଁ। ନାବାଳକଙ୍କୁ ରେଜିଷ୍ଟରର ଆରେଷ୍ଟ ମେମୋରେ ଦସ୍ତଖତ କରାଇବା ମଧ୍ୟ ଆଇନ ବିରୋଧୀ। ଏଥିପାଇଁ ପୁଲିସ ଅଧିକାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe