ରାସ୍ତା ମଝିରେ ଝୁଲନ୍ତା ବିଦ୍ୟୁତ୍ ଖୁଣ୍ଟ: ପୌରପାଳିକା ଓ ବିଦ୍ୟୁତ୍ ବିଭାଗ ଦୋଷ ଠେଲାଠେଲି

Advertisment

ଜଟଣୀରେ ବିଦ୍ୟୁତ୍ ବିଭାଗର ଖାମ୍ ଖିଆଲ୍ ନୀତି ପାଇଁ ବହୁବର୍ଷ ହେଲା ଜଟଣୀ ପୌରପାଳିକା ଅନ୍ତର୍ଗତ ଫାୟାରଷ୍ଟେସନ୍ ପଛପଟ ରାସ୍ତା ମଝିରେ ଏକ ବିଦ୍ୟୁତ୍ ଖୁଣ୍ଟ ଛିଡ଼ା ହୋଇରହିଛି। କେବଳ ରାସ୍ତା ମଝିରେ ଖୁଣ୍ଟ ଅଛି ତା’ନୁହେଁ, ବରଂ ଖୁଣ୍ଟଟି ଝୁଲନ୍ତା ଅବସ୍ଥାରେ ଅତି ବିପଜ୍ଜନକ ସ୍ଥିତିରେ ରହିଛି।

ଜଟଣୀରେ ବିଦ୍ୟୁତ୍ ବିଭାଗର ଖାମ୍ ଖିଆଲ୍ ନୀତି ପାଇଁ ବହୁବର୍ଷ ହେଲା ଜଟଣୀ ପୌରପାଳିକା ଅନ୍ତର୍ଗତ ଫାୟାରଷ୍ଟେସନ୍ ପଛପଟ ରାସ୍ତା ମଝିରେ ଏକ ବିଦ୍ୟୁତ୍ ଖୁଣ୍ଟ ଛିଡ଼ା ହୋଇରହିଛି। କେବଳ ରାସ୍ତା ମଝିରେ ଖୁଣ୍ଟ ଅଛି ତା’ନୁହେଁ, ବରଂ ଖୁଣ୍ଟଟି ଝୁଲନ୍ତା ଅବସ୍ଥାରେ ଅତି ବିପଜ୍ଜନକ ସ୍ଥିତିରେ ରହିଛି।

dfdfcvcvcv

ଜଟଣୀ: ଜଟଣୀରେ ବିଦ୍ୟୁତ୍ ବିଭାଗର ଖାମ୍ ଖିଆଲ୍ ନୀତି ପାଇଁ ବହୁବର୍ଷ ହେଲା ଜଟଣୀ ପୌରପାଳିକା ଅନ୍ତର୍ଗତ ଫାୟାରଷ୍ଟେସନ୍ ପଛପଟ ରାସ୍ତା ମଝିରେ ଏକ ବିଦ୍ୟୁତ୍ ଖୁଣ୍ଟ ଛିଡ଼ା ହୋଇରହିଛି। କେବଳ ରାସ୍ତା ମଝିରେ ଖୁଣ୍ଟ ଅଛି ତା’ନୁହେଁ, ବରଂ ଖୁଣ୍ଟଟି ଝୁଲନ୍ତା ଅବସ୍ଥାରେ ଅତି ବିପଜ୍ଜନକ ସ୍ଥିତିରେ ରହିଛି। ଫଳରେ ସାଧାରଣ ଲୋକଙ୍କ ଯାତାୟାତରେ ଘୋର୍ ସମସ୍ୟା ହେଉଥିବା ବେଳେ ବିପଦପୂର୍ଣ୍ଣ ଭାବେ ଲୋକେ ଯାତାୟାତ କରୁଛନ୍ତି। 

ଗତ କିଛି ମାସ ତଳେ ଜଣେ ଅଭିଭାବକ ନିଜ ପିଲାକୁ ବିଦ୍ୟାଳୟରେ ଛାଡ଼ିବାକୁ ଆସି ଦୁର୍ଘଟଣାର ଶିକାର ହୋଇଥିଲେ। ଦୁର୍ଘଟଣାରେ ବ୍ୟକ୍ତିଙ୍କ ହାତ ଭାଙ୍ଗି ଯାଇଥିଲା। ଏହିପରି ଅନେକ ଛୋଟ ମୋଟ ଦୁର୍ଘଟଣା ପ୍ରତିଦିନ ଘଟୁଛି ବୋଲି ଅଭିଯୋଗ ହୋଇଛି। ରାସ୍ତା ମଝିରୁ ବିଦ୍ୟୁତ୍ ଖୁଣ୍ଟକୁ ସ୍ଥାନାନ୍ତର କରିବା ପାଇଁ ସ୍ଥାନୀୟ ବାସିନ୍ଦା ପୌରପାଳିକା ଓ ବିଦ୍ୟୁତ୍ ବିଭାଗ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅଭିଯୋଗ କରି ଆସୁଛନ୍ତି। ହେଲେ ବିଦ୍ୟୁତ୍ ବିଭାଗ ଓ ପୌରପାଳିକା ମଧ୍ୟରେ କେବଳ ଦୋଷ ଠେଲାଠେଲି ହେଉଛନ୍ତି। କିନ୍ତୁ ସମସ୍ୟାର ସମାଧାନ କରିବାକୁ କୌଣସି ପଦକ୍ଷେପ ନିଆଯାଉ ନଥିବା ଅଭିଯୋଗ ହୋଇଛି। 

ସ୍ଥାନୀୟ ବାସିନ୍ଦା ଶରତ ନାୟକ କହିଛନ୍ତି ଯେ, ଅଞ୍ଚଳବାସୀଙ୍କ ସୁବିଧା ପାଇଁ ପ୍ରଶାସନ ପେଭର୍‌ ବ୍ଲକ୍‌ ପକାଇ ନୂତନ ରାସ୍ତା ନିର୍ମାଣ କରିଛି ସତ, କିନ୍ତୁ ସାଧାରଣ ଲୋକ ଯାତାୟାତ କରିପାରୁ ନାହାନ୍ତି। ଅଭିଯୋଗ କଲେ ପୌରପାଳିକା ବିଦ୍ୟୁତ୍ ବିଭାଗକୁ ଦୋଷ ଦେଉଥିବା ବେଳେ ରାସ୍ତା ହେବା ପୂର୍ବରୁ ଖୁଣ୍ଟ ଥିଲା ବୋଲି ବିଦ୍ୟୁତ୍ ବିଭାଗ କହୁଛି। ପରସ୍ପର ଦୋଷାରୋପ ପାଇଁ ଲୋକେ ହନ୍ତସନ୍ତ ହେଉଛନ୍ତି। ତେଣୁ ତୁରନ୍ତ ଏହି ଖୁଣ୍ଟକୁ ରାସ୍ତାରୁ ହଟାଇବା ପାଇଁ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe