ଜେଲ୍‌ରେ ଜେରା ହେବେ ହଂସିତା-ଅନୀଲ୍‌: ୨ ରାଜନେତାଙ୍କୁ ସମନ

Advertisment

ବହୁ ଚର୍ଚ୍ଚିତ ଠକ ଯୋଡ଼ି ହଂସିତା-ଅନୀଲ୍‌ ଗିରଫ ମାମଲାରେ ପିଛା ଛାଡ଼ୁନି ଆୟକର ବିଭାଗ। ଏହି ଯୋଡ଼ିଙ୍କୁ ଜେଲ୍‌ରେ ଜେରା କରିବ ଆୟକର ବିଭାଗର ୧୨ଜଣିଆ ସ୍କ୍ବାଡ୍‌। ଏଥିପାଇଁ ସବୁ ପ୍ରସ୍ତୁତି ସରିଛି।

ବହୁ ଚର୍ଚ୍ଚିତ ଠକ ଯୋଡ଼ି ହଂସିତା-ଅନୀଲ୍‌ ଗିରଫ ମାମଲାରେ ପିଛା ଛାଡ଼ୁନି ଆୟକର ବିଭାଗ। ଏହି ଯୋଡ଼ିଙ୍କୁ ଜେଲ୍‌ରେ ଜେରା କରିବ ଆୟକର ବିଭାଗର ୧୨ଜଣିଆ ସ୍କ୍ବାଡ୍‌। ଏଥିପାଇଁ ସବୁ ପ୍ରସ୍ତୁତି ସରିଛି।

Hansita-Anil case

Hansita-Anil case

ଭୁବନେଶ୍ବର: ବହୁ ଚର୍ଚ୍ଚିତ ଠକ ଯୋଡ଼ି ହଂସିତା-ଅନୀଲ୍‌ ଗିରଫ ମାମଲାରେ ପିଛା ଛାଡ଼ୁନି ଆୟକର ବିଭାଗ। ଏହି ଯୋଡ଼ିଙ୍କୁ ଜେଲ୍‌ରେ ଜେରା କରିବ ଆୟକର ବିଭାଗର ୧୨ଜଣିଆ ସ୍କ୍ବାଡ୍‌। ଏଥିପାଇଁ ସବୁ ପ୍ରସ୍ତୁତି ସରିଛି। ଚନ୍ଦ୍ରଶେଖରପୁରରେ ଅନୀଲ୍‌ଙ୍କ ଜନ୍ମଦିନ ପାର୍ଟି ବେଶ୍‌ ଧୁମ୍‌ଧାମ୍‌ରେ ପାଳନ କରାଯାଇଥିଲା ଏବଂ ପାଖାପାଖି ୨୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ପାର୍ଟିରେ ଖର୍ଚ୍ଚ କରିବାକୁ ସେମାନେ ଏତେ ଟଙ୍କା କେଉଁଠୁ ପାଇଲେ, ତାର ହିସାବନିକାସ କରୁଛି ଆୟକର ବିଭାଗ। ତେଣୁ ଜେଲ୍‌ରେ ଜେରା କଲାବେଳେ ଆୟକର ବିଭାଗର ସ୍କ୍ବାଡ୍‌ ଏହି ପ୍ରସଙ୍ଗ ଉଠାଇବ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ଆୟକର ବିଭାଗ ୧୫ଜଣଙ୍କୁ ସମନ କରିଛି ଏବଂ ସେଥିରେ ୨ଜଣ ରାଜନେତାଙ୍କ ନାଁ ରହିଥିବା ଜଣାପଡ଼ିଛି। ସମନ ପାଇଥିବା ୧୫ଜଣ ଏହି ଠକ ଯୋଡ଼ିଙ୍କ ସହ କି ପ୍ରକାର ସମ୍ପର୍କରେ ଯୋଡ଼ିହୋଇଥ‌ିଲେ, ସେନେଇ ଖୋଳତାଡ଼ କରାଯାଉଛି। 

ଆୟକର ବିଭାଗର ୧୨ଜଣିଆ ସ୍କ୍ବାଡ୍‌ ପ୍ରସ୍ତୁତ
ଜନ୍ମଦିନ ପାର୍ଟିରେ ବ୍ୟୟ ୨୭ଲକ୍ଷ ଆସିଲା କେଉଁଠୁ?
୨ ରାଜନେତାଙ୍କୁ ସମନ

ଏହି ଦୁଇ ଧୂର୍ତ୍ତଙ୍କୁ ଜେଲ୍‌ରେ ଜେରା କରିବା ପାଇଁ ଆୟକର ବିଭାଗ ତରଫରୁ ସେସନ୍ସ୍ କୋର୍ଟରେ ଆବେଦନ କରାଯାଇଥିଲା। କୋର୍ଟ ଏହି ଆବେଦନର ଶୁଣାଣି କରି ସେମାନଙ୍କୁ ଗୋଟିଏ ଦିନ ଜେରା କରିବାକୁ ଅନୁମତି ଦେଇଥିବା ଜଣାପଡ଼ିଛି। ଆୟକର ବିଭାଗ ସେମାନଙ୍କୁ ନିଜ ହେପାଜତକୁ ନେଇ ଜେରା କରିପାରିବ ନାହିଁ ବୋଲି କୋର୍ଟ କହିଛନ୍ତି। ଆୟକର ବିଭାଗର ଅଧିକାରୀମାନେ ଝାରପଡ଼ା ଜେଲ୍‌ ଯାଇ ସେଠାରେ ଜେରା କରିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତେଣୁ ଆସନ୍ତା ସୋମବାର ଦିନ ଆୟକର ବିଭାଗର ୧୨ଜଣିଆ ସ୍କ୍ବାଡ୍‌ ଝାରପଡ଼ା ଜେଲ୍‌କୁ ଯିବେ। ସକାଳ ୧୦ ଟାରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ଏହି ସ୍କ୍ବାଡ୍‌ ପର୍ଯ୍ୟାୟକ୍ରମେ ଠକ ଯୋଡ଼ିଙ୍କୁ ଜେରା କରିବ। ଏନେଇ କୋର୍ଟରୁ ଅନୁମତି ମିଳିବା ପରେ ଆୟକର ବିଭାଗ ସ୍କ୍ବାଡ୍‌ ସ୍ବତନ୍ତ୍ର ପ୍ରଶ୍ନାବଳୀ ପ୍ରସ୍ତୁତ କରିଛି। ପ୍ରଥମେ ଅଲଗା ଅଲଗା ଓ ପରେ ସେମାନଙ୍କୁ ମୁହାଁମୁହିଁ ଜେରା କରାଯିବ ବୋଲି ସୂଚନା ମିଳିଛି। ଜେରା ବେଳେ କଳାଧନ, ବେନାମୀ ସଂପତ୍ତି, ସିଏସ୍‌ଆର୍‌ ଫଣ୍ଡ୍‌ କେଳେଙ୍କାରୀ, ହାଇପ୍ରୋଫାଇଲ୍‌ ରାଜନେତାଙ୍କ ଲିଙ୍କ୍‌ ବାବଦରେ ଏହି ସ୍କ୍ବାଡ୍‌ ଘଣ୍ଟାଚକଟା ଜେରା କରିବ। ହଂସିତା ଓ ଅନୀଲ୍‌ଙ୍କ ବେନାମୀ ସଂପତ୍ତି ସହ କଳାଧନର ଖୋଳତାଡ଼ ପାଇଁ ଆୟକର ବିଭାଗ ୧୫ ଜଣଙ୍କୁ ସମନ କରିଥିଲା। ଇତି ମଧ୍ୟରେ କେତେଜଣଙ୍କୁ ଜେରା ସରିଛି। ବଡ଼ କଥା ହେଉଛି ଏହି ତାଲିକାରେ ଥିବା ୨ ରାଜନେତା ଜେରାର ସମ୍ମୁଖୀନ ହେବାକୁ ସମୟ ନେଇଛନ୍ତି।

ମନୋଜ ଆଚାର୍ଯ୍ୟଙ୍କ ଆଗୁଆ ଜାମିନ ଆବେଦନ ଶୁଣାଣିରେ ପୂର୍ଣ୍ଣଚ୍ଛେଦ

କଟକ: ବହୁଚର୍ଚ୍ଚିତ ହଂସିତା-ଅନୀଲ ଠକେଇ ମାମଲାରେ ସମ୍ଭାବ୍ୟ ଗିରଫଦାରୀ ଏଡ଼ାଇବାକୁ ମନୋଜ କୁମାର ଆଚାର୍ଯ୍ୟ ଦାୟର କରିଥିବା ଆଗୁଆ ଜାମିନ ଆବେଦନ ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ହାଇକୋର୍ଟ। ଶୁଣାଣି ବେଳେ ଆବେଦନରେ ଉଲ୍ଲେଖ ତଥ୍ୟ ଓ ବିବରଣୀରୁ ମନୋଜଙ୍କ ଗିରଫଦାରୀର ସମ୍ଭାବନା ନ ଥିବା ସ୍ପଷ୍ଟ ହୋଇଥିଲା। ସୁପ୍ରିମକୋର୍ଟଙ୍କ ଗୁରୁବକ୍ସ ସିଂହ ସିବିୟା ବନାମ ପଞ୍ଜାବ ରାଜ୍ୟ ମାମଲାର ରାୟ ଅନୁସାରେ ଆବେଦନକାରୀଙ୍କ କ୍ଷେତ୍ରରେ ଗିରଫଦାରୀର ସମ୍ଭାବନା ନାହିଁ ବୋଲି ହାଇକୋର୍ଟ କହିଛନ୍ତି। ଯଦି ଏପରି ଗିରଫଦାରୀର ସମ୍ଭାବନା ଦେଖାଦିଏ ତେବେ ଆବେଦନକାରୀ ଚାହିଁଲେ ପୁଣି ଆଗୁଆ ଜାମିନ ପ୍ରାର୍ଥନା କରିପାରିବେ ବୋଲି ହାଇକୋର୍ଟ କହିବା ସହିତ ଆବେଦନ ଶୁଣାଣିରେ ଅନ୍ତ ଘଟାଇଛନ୍ତି। ଜଷ୍ଟିସ ଭି.ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ମନୋଜଙ୍କ ଆଗୁଆ ଜାମିନ ଆବେଦନର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ହଂସିତା ଅଭୀଲିପ୍‌ସା ଓ ଅନୀଲ ମହାନ୍ତିଙ୍କ ବିରୋଧରେ ଠକେଇ ନେଇ ଭୁବନେଶ୍ବର ଇନ୍‌ଫୋସିଟି ଥାନାରେ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ଗିରଫ ହୋଇ ଉଭୟ ଜେଲରେ ଥିବା ବେଳେ ମନୋଜ ଆଗୁଆ ଜାମିନ ଲୋଡ଼ି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe