ଭୁବନେଶ୍ୱର : ଶ୍ରୀ ହନୁମାନ ଭକ୍ତଳୀ ପକ୍ଷରୁ ଗତ ୨୩ ବର୍ଷ ଧରି ବାବା ରାମନାରାୟଣ ମହାରାଜଙ୍କ ଅଧ୍ୟକ୍ଷତାରେ ବିଶାଳ ଶ୍ରୀହନୁମାନ ଚାଳଶା ମହାଯଜ୍ଞ ହୋଇ ଆସୁଥିଲା। ଅନିବାର୍ଯ୍ୟ କାରଣବଶତଃ ଜାନୁଆରି ମାସ ଦ୍ୱିତୀୟ ସପ୍ତାହରେ ହେଉଥିବା ଏହି କାର୍ଯ୍ୟକ୍ରମ ଚଳିତ ବର୍ଷ ଫେବ୍ରୁଆରି ଦ୍ୱିତୀୟ ସପ୍ତାହରେ ମଞ୍ଚେଶ୍ୱର ରେଳଡବା ମରାମତି କାରଖାନା ଗେଟ୍ ସମ୍ମୁଖରେ ଥିବା ରେଲେଓ୍ଵ ଖେଳପଡ଼ିଆରେ ଅନୁଷ୍ଠିତ ହେବ। ଏଥିପାଇଁ ମଣ୍ଡଳୀ ପକ୍ଷରୁ ସମସ୍ତ ଆୟୋଜନ ପୂର୍ଣ୍ଣମାତ୍ରାରେ ଚାଲିଛି। ଶ୍ରଦ୍ଧାଳୁ ଭକ୍ତମାନେ ଅକୁଣ୍ଠ ଚିତ୍ତରେ ଏହି ମହାନ୍ କାର୍ଯ୍ୟରେ ଭକ୍ତିର ସହ ସହଯୋଗ କରିବା ପାଇଁ ମଣ୍ଡଳୀ ପକ୍ଷରୁ ନିବେଦନ କରାଯାଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us