ସୌମ୍ୟରଂଜନ ପଟ୍ଟନାୟକଙ୍କୁ ଜନ୍ମଦିନର ଶୁଭେଚ୍ଛା

Advertisment
ଆବାସ ଯୋଜନାକୁ ନେଇ ରାଜନୈତିକ ବିବାଦ ବଢ଼ିଲା

ଭୁବନେଶ୍ବର: ଅଗଷ୍ଟ ୧୮ ତାରିଖ ତଥା ‘ଯୁବ ସ୍ବାଭିମାନ ଦିବସ’ ଅବସରରେ ଓଡ଼ିଶା ଷ୍ଟାମ୍ପ୍‌ ଭେଣ୍ଡର୍ସ ମହାସଂଘ ପକ୍ଷରୁ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଯାଇଛି। ଓଡ଼ିଶାର ପ୍ରଗତି ତଥା ଓଡ଼ିଆ ଭାଷାର ସମୃଦ୍ଧି ଦିଗରେ ବିଶିଷ୍ଟ ଜନନେତା ତଥା ଖଣ୍ଡପଡ଼ା ବିଧାୟକ ଶ୍ରୀ ପଟ୍ଟନାୟକଙ୍କର ପ୍ରମୁଖ ଭୂମିକା ରହିଛି। ତାଙ୍କରି ଉଦ୍ୟମରେ ଓଡ଼ିଶାରେ ରକ୍ତଦାନ ଏକ ଜନ-ଆନ୍ଦୋଳନରେ ପରିଣତ ହୋଇଛି ବୋଲି ସଂଘ ପକ୍ଷରୁ କୁହାଯାଇଛି। ଓଡ଼ିଶା ଷ୍ଟାମ୍ପ୍‌ ଭେଣ୍ଡର୍‌ସ ମହାସଂଘର ସଭାପତି ଅନନ୍ତ ପ୍ରସାଦ ଜେନା, ଉପ-ସଭାପତି ନୀଳମଣି ଚରଣ ସିଂହ, ସଂପାଦକ ରାମକୃଷ୍ଣ ପରିଡ଼ା, ସହ-ସଂପାଦକ ପ୍ରକାଶ ଚନ୍ଦ୍ର ନାଏକ ଓ କୋଷାଧ୍ୟକ୍ଷ କୃଷ୍ଣଚନ୍ଦ୍ର ରାଉତରା ପ୍ରମୁଖ ସୌମ୍ୟରଂଜନ ପଟ୍ଟନାୟକଙ୍କର ଆଶୁ ଆରୋଗ୍ୟ କାମନା ସହିତ ଦୀର୍ଘାୟୁ କାମନା କରି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe