ଖାଲି ହାତରେ ଫେରିଲା ହରିୟାଣା ପୁଲିସ, ଛୁ ମାରିଲା ଠକ

Advertisment

ପଞ୍ଜାବ ଓ ହରିୟାଣାରୁ କୋଟିଏରୁ ଅଧିକ ଟଙ୍କା ଠକି ଓଡ଼ିଶା ଚାଲିଆସିଥିବା ଧୂର୍ତ୍ତକୁ ପାଇଲାନି ହରିୟାଣା ପୁଲିସ। ୨ଦିନ କାଳ ଚନ୍ଦ୍ରଶେଖରପୁର ଓ ପଟିଆ ଅଞ୍ଚଳରେ ପଇଁତରା ମାରିବା ପରେ ହରିୟାଣା ପୁଲିସ ହତାଶ ହୋଇ ଫେରିଛି।

ପଞ୍ଜାବ ଓ ହରିୟାଣାରୁ କୋଟିଏରୁ ଅଧିକ ଟଙ୍କା ଠକି ଓଡ଼ିଶା ଚାଲିଆସିଥିବା ଧୂର୍ତ୍ତକୁ ପାଇଲାନି ହରିୟାଣା ପୁଲିସ। ୨ଦିନ କାଳ ଚନ୍ଦ୍ରଶେଖରପୁର ଓ ପଟିଆ ଅଞ୍ଚଳରେ ପଇଁତରା ମାରିବା ପରେ ହରିୟାଣା ପୁଲିସ ହତାଶ ହୋଇ ଫେରିଛି।

Police

ଚନ୍ଦ୍ରଶେଖରପୁର: ପଞ୍ଜାବ ଓ ହରିୟାଣାରୁ କୋଟିଏରୁ ଅଧିକ ଟଙ୍କା ଠକି ଓଡ଼ିଶା ଚାଲିଆସିଥିବା ଧୂର୍ତ୍ତକୁ ପାଇଲାନି ହରିୟାଣା ପୁଲିସ। ୨ଦିନ କାଳ ଚନ୍ଦ୍ରଶେଖରପୁର ଓ ପଟିଆ ଅଞ୍ଚଳରେ ପଇଁତରା ମାରିବା ପରେ ହରିୟାଣା ପୁଲିସ ହତାଶ ହୋଇ ଫେରିଛି। ମୋବାଇଲ୍‌ ଟ୍ରାକ୍‌ କରି ଭୁବନେଶ୍ବରରେ ପହଞ୍ଚିଥିବା ପୁଲିସ ସ୍କ୍ବାଡ୍‌ ଧୂର୍ତ୍ତକୁ ଧରିବା ସମ୍ଭବ ହୋଇନାହିଁ। ଧୂର୍ତ୍ତର ମୋବାଇଲ୍‌ ନେଟ୍‌ୱର୍କ ବନ୍ଦ ହୋଇଯାଇଥିବାରୁ ପୁଲିସ ତାକୁ ପାଇବା ସମ୍ଭବ ହୋଇନାହିଁ। ତେଣୁ ହରିୟାଣା ପୁଲିସ ଭୁବନେଶ୍ବରରେ ଡେରା ପକାଇଥିବା ଖବର କୌଣସିମତେ ଠକ ହାତରେ ଲାଗିଥିବା ଅନୁମାନ କରାଯାଉଛି। 

କୋଟିଏ ଠକିଥିଲା

ଖବର ଅନୁସାରେ ଚିଟ୍‌ଫଣ୍ଡ ଭଳି ଏକ ସଂସ୍ଥା ପଞ୍ଜାବ ଓ ହରିୟାଣାର ବହୁ ଲୋକଙ୍କୁ ଠକେଇ କରିଥିବା ଅଭିଯୋଗ ହୋଇଛି। ଶତାଧିକ ଲୋକଙ୍କଠାରୁ କୋଟିଏରୁ ଅଧିକ ଟଙ୍କା ଠକି ଉକ୍ତ ସଂସ୍ଥା ଗାଏବ ହୋଇଯାଇଛି। ଏହି ସଂସ୍ଥାର ଜଣେ ପଦସ୍ଥ ଅଧିକାରୀ ଓଡ଼ିଶା ଭୁବନେଶ୍ବରରେ ଥିବା ଜଣାପଡ଼ିବା ପରେ ହରିୟାଣା ପୁଲିସ ଏଠାରେ ପହଞ୍ଚିଥିଲା। ଚନ୍ଦ୍ରଶେଖରପୁର ଓ ଇନ୍‌ଫୋସିଟି ଥାନା ପୁଲିସ ସହ ଯୋଗାଯୋଗ କରିଥିଲା। ଏମିତିକି ଠକର ଫଟୋ ଦେଖାଇ ଚିହ୍ନଟ କରିବାକୁ କମିସନରେଟ୍‌ ପୁଲିସର ସହଯୋଗ ଲୋଡ଼ିଥିଲା। ଏହାପରେ ପୁଲିସ ଟିମ୍‌ ପ୍ରଶାନ୍ତିବିହାର ଓ ଶିଖରଚଣ୍ଡୀ ଅଞ୍ଚଳରେ ବୁଲିବୁଲି ଲୋକଙ୍କୁ ଠକର ଫଟୋ ଦେଖାଇଥିଲା। କିନ୍ତୁ କିଛି ବି ସୁଫଳ ମିଳି ନଥିଲା। ସେହିଭଳି ଏହି ଖୋଜାଖୋଜି ଭିତରେ ଠକର ମୋବାଇଲ୍‌କୁ ଟ୍ରାକ୍ କରିବା ମଧ୍ୟ ସମ୍ଭବ ହୋଇନଥିଲା। ଘଟଣାଟି ସ୍ଥାନୀୟ ଅଞ୍ଚଳରେ ବେଶ୍‌ ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe