ସୁମନ ମହାନ୍ତିଙ୍କ ପୁସ୍ତକ ଲୋକାର୍ପିତ

ସୁମନ ମହାନ୍ତିଙ୍କ ପୁସ୍ତକ ଲୋକାର୍ପିତ

ଭୁବନେଶ୍ୱର: କିଟ୍‌ର ପୁରାତନ ଛାତ୍ର ତଥା ପ୍ରଶାସକ ସୁମନ ସୌରଭ ମହାନ୍ତିଙ୍କ ଲିଖିତ ପୁସ୍ତକ ‘ସିଭିଲ ସର୍ଭି‌ସେସ୍‌ ଏଗ୍‌ଜାମିନେସନ୍ସ ୱିଥ୍‌ ପବ୍ଲିକ୍‌ ଆଡ୍‌ମିନିଷ୍ଟ୍ରେସନ୍‌ ଥ୍ରୁ ମଡେଲ୍‌ କ୍ବେଶ୍ଚିନ୍‌ ଆନ୍ସର୍ସ’ ଆଜି ଲୋକାର୍ପିତ ହୋଇଯାଇଛି। କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏହାକୁ ଉନ୍ମୋଚନ କରି କହିଲେ, କିଟ୍‌ର ଜଣେ ଛାତ୍ର ନିଜ ଅଧ୍ୟବସାୟ ବଳରେ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଶ୍ରେଷ୍ଠ ୧୦ଜଣଙ୍କ ମଧ୍ୟରେ ସ୍ଥାନ ପାଇବା କିଟ୍‌ ପାଇଁ ଗୌରବର ବିଷୟ। ଜିଲ୍ଲାପାଳ ଭାବେ ଅବସ୍ଥାପିତ ହୋଇ ମଧ୍ୟ ଆଇଏଏସ୍‌ ଆକାଂକ୍ଷୀ ପିଲାଙ୍କ ପାଇଁ ବହି ଲେଖିବା ଅତ୍ୟନ୍ତ କଷ୍ଟକର କାମ।

କିନ୍ତୁ ସୁମନ ଏହା କରି ଦେଖାଇଛନ୍ତି। ସେଥିପାଇଁ ଶ୍ରୀ ସାମନ୍ତ ତାଙ୍କୁ ଧନ୍ୟବାଦ ଜଣାଇଥିଲେ। ସୁମନ ସୈାରଭ ନିଜ ପୁସ୍ତକ ସମ୍ପର୍କରେ ସୂଚନା ଦେବା ସହ ଶ୍ରୀ ସାମନ୍ତଙ୍କ ପ୍ରେରଣା ଓ ଆଶୀର୍ବାଦ ଯୋଗୁଁ ଏହି ସଫଳତା ହାସଲ କରିପାରିଛନ୍ତି ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ କିଟ୍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର୍‌ ସସ୍ମିତା ସାମନ୍ତ, କୁଳସଚିବ ପ୍ରଫେସର୍‌ ଜ୍ଞାନରଞ୍ଜନ ମହାନ୍ତି, ସୁମନ ସୈାରଭଙ୍କ ପତ୍ନୀ ତଥା ଆଇଏଏସ୍‌ ନମାମୀ, ଶିକ୍ଷାବିତ୍‌ ଶଶାଙ୍କ ଚୂଡ଼ାମଣି, ସୁମନ୍ତଙ୍କ ପିତା ମାତା ଓ କିଟ୍‌ର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe